ETV Bharat / state

ସୁବର୍ଣ୍ଣପୁରରେ ନିଆଁ ବର୍ଷା; ଗରମ ଗୁଳୁଗୁଳିରେ କଲବଲ ଜନଜୀବନ - Heavy Heatwave in Subarnapur - HEAVY HEATWAVE IN SUBARNAPUR

Heavy Heatwave affect in Subarnapur: ତତଲା କଢେଇରେ ସିିଝୁଛି ସୁବର୍ଣ୍ଣପୁର । ଗୁଳୁଗୁଳି ସହ ଅସହ୍ୟ ଗରମ ଅନୁଭୂତ ହେଉଛି । ଅଧିକ ପଢ଼ନ୍ତୁ

Heavy Heatwave affect in Subarnapur
Heavy Heatwave affect in Subarnapur (ETV Bharat Odisha)
author img

By ETV Bharat Odisha Team

Published : Jun 2, 2024, 8:06 AM IST

ସୁବର୍ଣ୍ଣପୁର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସୁବର୍ଣ୍ଣପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦିନର ସର୍ବାଧିକ ତାପମାତ୍ରା ପ୍ରାୟ 46 ଡିଗ୍ରୀ ରହୁଥିବାବେଳେ ରାତିରେ ତାପମାତ୍ରା ପ୍ରାୟ 33 ଡିଗ୍ରୀ ତଳକୁ ଖସୁନାହିଁ । ଦିନ ପ୍ରାୟ 11ଟା ବେଳକୁ ସହରର ରାସ୍ତାଘାଟ ଶୂନଶାନ ହୋଇପଡୁଛି । ଲୋକେ କେବଳ ଛାଇ ଓ ଥଣ୍ଡା ପାନୀୟ ଖୋଜୁଛନ୍ତି । ବାଧ୍ୟ ହୋଇ ଘରୁ ବାହାରୁଥିବା ଲୋକେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଟୋପି, ଛତା, ଓଦା ଗାମୁଛା ତଥା ଥଣ୍ଡା ପାଣି ଉପରେ ନିର୍ଭର କରୁଛନ୍ତି । ସନ୍ଧ୍ୟା ପ୍ରାୟ ସାଢେ ପାଞ୍ଚଟା ବେଳକୁ ଦୋକାନ ବଜାର ଖୋଲୁଛି । ଗତ ଏପ୍ରିଲ ମାସରେ ଦିନ ଦୁଇ ଦିନ ଗୁରୁଚାପ ଜନିତ ଅଦିନିଆ ବର୍ଷା ଯୋଗୁଁ ଲୋକେ ଆଶ୍ବସ୍ତି ଅନୁଭବ କରିଥିଲେ । ହେଲେ ଗତ ମେ' ମାସରେ ପ୍ରଚଣ୍ଡ ଖରା ତାତିରେ ଲୋକେ ବେଶ ହଇରାଣ ହୋଇଛନ୍ତି ।

Heavy Heatwave affect in Subarnapur (ETV Bharat Odisha)

ଦିନ ଥିଲା, ବଣ ଜଙ୍ଗଲ ଘେରା ସୁବର୍ଣ୍ଣପୁର ଗଡଜାତ ଗ୍ରୀଷ୍ମରେ ଆରାମଦାୟକ ସହର ଭାବେ ପରିଚୟ ଲାଭ କରିଥିଲା । ସହରର ଉଭୟ ପାର୍ଶ୍ବରେ ତେଲନଦୀ ଓ ମହାନଦୀ ସହିତ ନିକଟସ୍ଥ ଅର୍ଜୁନପୁର ଜଙ୍ଗଲ, ବାରପାହାଡ ଜଙ୍ଗଲ, ସିଂହାସନ ଜଙ୍ଗଲ ସହରକୁ ଘେରି ରହିଥିବାବେଳେ ଗାଁ ଗାଁରେ ଗ୍ରାମ୍ୟ ଜଙ୍ଗଲ ରହିଥିଲା । ହେଲେ ଜନବସତି ବଢିବା ସାଙ୍ଗକୁ ବ୍ୟାପକ ଗଛକଟା ଏବେ ସୁବର୍ଣ୍ଣପୁର ଜିଲ୍ଲାକୁ ବ୍ଲାଷ୍ଟ ଫର୍ନେସରେ ପରିଣତ କରିଛି । ତତଲା କଢେଇରେ ପରିଣତ ହୋଇଛି ସାରା ଜିଲ୍ଲା । ଦିନକୁ ଦିନ ଦୁର୍ବିସହ ହୋଇପଡୁଛି ଜନଜୀବନ । ପ୍ରତିବର୍ଷ ଗ୍ରୀଷ୍ମ ଆସିଲେ ଅଂଶୁଘାତ ମୁକାବିଲା ପାଇଁ ପ୍ରଶାସନ ବୈଠକ କରୁଛି । ସ୍ବାସ୍ଥ୍ୟସେବା ଓ ଚିକିତ୍ସା ଯୋଗାଇଦେବା ସହିତ ଆବଶ୍ୟକ ଜାଗାରେ ଥଣ୍ଡା ପାଣି ଯୋଗାଇ ଦେବା, ଜନସଚେତନତା ସୃଷ୍ଟି କରିବା ଆଦି କାର୍ଯ୍ୟ ହାତକୁ ନେଉଛି ।

ଏହା ମଧ୍ୟ ପଢ଼ନ୍ତୁ.. ସତର୍କ କଲେ ସିଏସ; କହିଲେ ଆସନ୍ତା କିଛିଦିନ ରୁହ ସଜାଗ - Chief Secretary Pradeep Jena Appeal

ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହେଉଛି । ହେଲେ ବୃକ୍ଷରୋପଣ କରି ସହରାଞ୍ଚଳ ଜଙ୍ଗଲ ସୃଷ୍ଟି କରିବା, ରାସ୍ତା କଡରେ ଗଛ ଲଗାଇବା ଆଦି କେବଳ ଆଲୋଚନାରେ ହିଁ ରହିଯାଉଛି । ଫଳରେ ଦିନକୁ ଦିନ ଅସହ୍ୟ ତାପମାତ୍ରା ବୃଦ୍ଧିରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଏହି ବେଳାରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଥିବାରୁ ଅନେକ ଜାଗାରେ ଲୋକଙ୍କୁ ଝାଉଁ ମାରିଥିବା ଖବର ମିଳୁଛି । ଯଦିଓ ଅଂଶୁଘାତଜନିତ ମୃତ୍ୟୁ ଖବର ଏଯାଏଁ ଜିଲ୍ଲାରେ ଦେଖିବାକୁ ମିଳିନାହିଁ, ତଥାପି ପ୍ରଶାସନ ଏହାର ମୁକାବିଲା କରିବାକୁ ଏକ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରି ବ୍ୟାପକ ବୃକ୍ଷରୋପଣ କରିବା ଜରୁରୀ ହୋଇପଡିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.