ETV Bharat / state

ଅଣସର ପିଣ୍ଡିରେ ମହାପ୍ରଭୁ, ଦର୍ଶନ ପାଇଁ ଅଲାରନାଥରେ ଭକ୍ତଙ୍କ ପ୍ରବଳ ଭିଡ଼ - DARSHAN OF LORD ALARNATH

author img

By ETV Bharat Odisha Team

Published : Jun 23, 2024, 10:09 AM IST

Updated : Jun 23, 2024, 10:20 AM IST

Alarnath Temple: ଚଳଚଞ୍ଚଳ ବ୍ରହ୍ମଗିରି ଅଲାରନାଥ ମନ୍ଦିର । ସକାଳୁ ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ । ଅଧିକ ପଢନ୍ତୁ

ALARNATH TEMPLE
ALARNATH TEMPLE (ETV Bharat Odisha)

ALARNATH TEMPLE (ETV Bharat Odisha)

ପୁରୀ: ସ୍ନାନଯାତ୍ରାରେ 108 କଳସ ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡିତ ହୋଇ ଅଣସର ଗୃହରେ ରହିଛନ୍ତି ମହାପ୍ରଭୁ । ଶ୍ରୀଜିଉ ଅଣସରରେ ଥିବାରୁ ବ୍ରହ୍ମଗିରି ଅଲାରନାଥ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି । ଅଲାରନାଥଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିରକୁ ଶହ ଶହ ଭକ୍ତଙ୍କ ସୁଅ ଛୁଟିଛି । ପ୍ରଭୁଙ୍କ ଆଳତି ଦର୍ଶନ କରି କୃତ୍ୟକୃତ୍ୟ ହୋଇଛନ୍ତି ଶ୍ରଦ୍ଧାଳୁ । ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ବାସ ରହିଛି । ସେପଟେ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

DARSHAN OF LORD ALARNATH
DARSHAN OF LORD ALARNATH (ETV Bharat Odisha)

ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ । ଦେବସ୍ନାନ ପୂର୍ଣ୍ଣିମାରେ ଦାରୁ ଦିଅଁ 108 ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ହୋଇ ଗତକାଲି ଅଣସର ପିଣ୍ଡିକୁ ବିଜେ କରିଥିଲେ । ଆଜିଠାରୁ ଉପଶମ ପାଇଁ ଗୁପ୍ତ ଉପଚାର ନୀତି ଆରମ୍ଭ ହୋଇଛି । ଶ୍ରୀଅଙ୍ଗ ଲାଗି ଗୁପ୍ତସେବା କରୁଛନ୍ତି ସେବକ ଦଇତାପତି । ସେପଟେ ଶ୍ରୀମନ୍ଦିରରେ ପଟିଦିଅଁ ଭାବେ ଜଗନ୍ନାଥ ଅନନ୍ତନାରାୟଣ-ସୁଭଦ୍ରା ଭୁବନେଶ୍ବରୀ ରୂପ ଓ ବଳଭଦ୍ର ଅନନ୍ତବାସୁଦେବ ଭାବେ ଦର୍ଶନ ପୂଜା ପାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଅଣସରରେ ମହାବାହୁ, ଦର୍ଶନ କରନ୍ତୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତି - alarnath alati

ଅଲାରନାଥ ମନ୍ଦିର ପୁରୀ ଜିଲ୍ଲାର ବ୍ରହ୍ମଗିରି ଅବସ୍ଥିତ ବିଷ୍ଣୁଙ୍କର ଏକ ମନ୍ଦିର । ରଥଯାତ୍ରା ପୂର୍ବରୁ ପ୍ରଥମେ ପଡେ ସ୍ନାନଯାତ୍ରା । ମହାପ୍ରଭୁ ସ୍ନାନ ପରେ ଭୀଷଣ ଜ୍ୱରରେ ପୀଡିତ ହୋଇ ଅଣସର ଘରକୁ ଯାଇଥାନ୍ତି । ଅଣସରର ତାଳ ତାଟି ଭିତରେ ମହାପ୍ରଭୁଙ୍କ ବଂଶଧର ଭାବେ ପରିଚିତ ଦଇତାପତି ସେବକମାନେ ଉପଚାର କରିଥାନ୍ତି । ସେହି ସମୟରେ ଭକ୍ତମାନେ ଦୀର୍ଘ ୧୫ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ନାହିଁ । ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରି ପୂଣ୍ୟ ଅର୍ଜନ କରିଥାନ୍ତି । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜିଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୂଣ୍ୟ ମିଳେ ବୋଲି ପ୍ରବାଦ ରହିଛି । ତେଣୁ ଅଣସର ସମୟରେ ଅଲାରନାଥ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ ଲାଗି ରହିଥାଏ । କାରଣ ଭଗବାନ ଅଲାରନାଥ ହେଉଛନ୍ତି ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା ।

ଇଟିଭି ଭାରତ, ପୁରୀ

Last Updated : Jun 23, 2024, 10:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.