ETV Bharat / state

ସୂର୍ଯ୍ୟଙ୍କ ତାପରେ ଜଳୁଛି ଝାରସୁଗୁଡ଼ା, ହନ୍ତସନ୍ତ ଜନସାଧାରଣ - Heatwave in Jharsuguda - HEATWAVE IN JHARSUGUDA

Heatwave in Jharsuguda: ଗ୍ରୀଷ୍ମ ଦିନରେ ଝାରସୁଗୁଡ଼ା ନିରବଚ୍ଛିନ୍ନ ବିଦ୍ୟୁତ୍ ସେବାକୁ ଯୋଗାଇବାକୁ TPWODL ପ୍ରସ୍ତୁତ । ଗତକାଲି ତାପମାତ୍ରା 47 ଡିଗ୍ରୀ ରେକର୍ଡ କରାଯାଇଥିଲା । ଅଧିକ ପଢନ୍ତୁ

HEATWAVE IN JHARSUGUDA
HEATWAVE IN JHARSUGUDA (ETV BHARAT ODISHA)
author img

By ETV Bharat Odisha Team

Published : May 31, 2024, 1:10 PM IST

ଝାରସୁଗୁଡା: ଡହଡହ ଖରାରେ ଭାଜି ହେଉଛି ଝାରସୁଗୁଡା ସହର । ଖରାରେ ପଦାକୁ ଗୋଡ କାଢିବାକୁ ଭୟ କରୁଛନ୍ତି ଲୋକେ । ସକାଳ 9ଟାରୁ ରାସ୍ତାଘାଟ ଶୂନଶାନ ହୋଇପଡିୁଛି । ଗତକାଲି ଝାଡସୁଗୁଡାରେ ତାପମାତ୍ରା 47 ଡିଗ୍ରୀ ରେକର୍ଡ କରାଯାଇଥିଲା । ଅସହ୍ୟ ଗରମ ସମୟରେ ବିଦ୍ୟୁତ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସମୟରେ ବିଦ୍ୟୁତ କାଟ କରାଯାଉଥିବା ଦେଖାଯାଉଛି । ଯେଉଁଥିପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗ୍ରୀଷ୍ମ ଋତୁରେ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍ ସେବାକୁ ଯୋଗାଇ ଦେବା ଲାଗି ପଶ୍ଚିମ ଓଡ଼ିଶାର ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲ୍ ତାର ସମସ୍ତ ପ୍ରସ୍ତୁତି ଜାରି ରଖିଥିବା ସୂଚନା ଦେଇଛି ।

HEATWAVE IN JHARSUGUDA (ETV BHARAT ODISHA)

ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍ ଆବଶ୍ୟକତା 1750 ଏମଭିଏରୁ 1800 ଏମଭିଏ ହେବା ନେଇ ଆଶା କରାଯାଉଅଛି । ଯାହା ବିଗତ ବର୍ଷ ଗୁଡ଼ିକର ଗ୍ରୀଷ୍ମ ଋତୁ ତୁଳନାରେ 12 ପ୍ରତିଶତ ଅଧିକ ରହିପାରେ । ଏଥି ନିମନ୍ତେ ଯୋଗାଣ ପ୍ରକ୍ରିୟାକୁ ବଳବତ୍ତର ରଖିବା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ସହିତ ଯୋଗସୁତ୍ର ସ୍ଥାପନ କରାଯାଇଅଛି । ସମସ୍ତ 312 PSS ର ରକ୍ଷଣାବେକ୍ଷଣ କାର୍ଯ୍ୟ ଆରମ୍ଭ କରାଯାଇଛି ଏବଂ ଏହା ମାର୍ଚ୍ଚ 2024 ସୁଦ୍ଧା ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଅଛି । 5600 CKM , 33 କେଭି ଫିଡରର ରକ୍ଷଣାବେକ୍ଷଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ସେହିପରି 20,000 CKM , 11 କେଭି ଫିଡରର କାର୍ଯ୍ୟ ୨୦ ପ୍ରତିଶତ ସମ୍ପର୍କ କରାଯାଇଅଛି । ଏହି କାର୍ଯ୍ୟ ସମସ୍ତ ସହରାଞ୍ଚଳ ଏବଂ ଗ୍ରାମଞ୍ଚଳରେ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-ବଲାଙ୍ଗୀରରେ ଉପର ମୁହାଁ ପାରଦ, ଚିନ୍ତା ବଢାଉଛି ଅଘୋଷିତ ବିଦ୍ୟୁତ୍‌ କାଟ - Balangir Temperature

ଗ୍ରୀଷ୍ମ ଋତୁରେ କାଳବୈଶାଖୀ ପ୍ରବାହକୁ ଆଖି ଆଗରେ ରଖି ଗଛ ଡ଼ାଳ କଟାଯିବା ପ୍ରକ୍ରିୟା ଜାରି ରହିଛି । ମଧ୍ୟବର୍ତ୍ତୀ ଖମ୍ବ ଲଗାଯାଇ ତାରର ଉଚ୍ଚତା ବଢ଼ାଯିବା କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ସମସ୍ତ ପ୍ରକାରର ଅତ୍ୟାବଶ୍ୟକୀୟ ଯନ୍ତ୍ରପାତିକୁ କମ୍ପାନୀର ସମସ୍ତ ଭଣ୍ଡାରରେ ଗଚ୍ଛିତ ରଖାଯାଇଛି । ପ୍ରତ୍ୟେକ ମଣ୍ଡଳରେ ସ୍ବତନ୍ତ୍ର ଦଳ ଗଠନ କରାଯାଇ ଆବଶ୍ୟକ ସ୍ଥଳେ ବିଦ୍ୟୁତ୍ ସରବରାହକୁ ପୁନଃଉଦ୍ଧାର ପାଇଁ ପଠାଯିବା ନିମନ୍ତେ ନିୟୋଜିତ କରାଯାଇଛି । ଯେପରି କି , ଯୋଗାଯୋଗ କ୍ଷେତ୍ରରେ କୌଣସି ବ୍ୟାଘାତ ନଘଟେ , ସେଥିନିମନ୍ତେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯାଇଛି । ସମ୍ବଲପୁର ସ୍ଥିତ ଦେୟମୁକ୍ତ ଯୋଗାଯୋଗ କେନ୍ଦ୍ରର କ୍ଷମତାକୁ ଉନ୍ନତ କରି ଗ୍ରାହକଙ୍କ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ପ୍ରସ୍ତୁତ କରାଯାଇଛି ।

କମ୍ପାନୀ ପାଖରେ ଥ‌ିବା 2 ଗୋଟି ମ୍ୟାନଲିପ୍ଟର , 55 ଗୋଟି ପୋଲମାଷ୍ଟର , 65 ଗୋଟି ହାଇଡ୍ରା , 250 ଗୋଟି ଡାଳକଟା ଯନ୍ତ୍ର , କେବୁଲ ଫଲ୍ଟ ଲୋକେଟର୍ ,5ଗୋଟି ଗୋଟି ଆକ୍ସା ଲାଇଟ୍ , ମୋବାଇଲ ଟ୍ରାନ୍ସଫରମରକୁ ସମସ୍ତ ମଣ୍ଡଳ କାର୍ଯ୍ୟାଳୟରେ ମହଜୁତ୍ ରଖାଯାଇଅଛି । ଗ୍ରାମାଞ୍ଚଳରେ କାର୍ଯ୍ୟରତ 450 ଗୋଟି ବିଦ୍ୟୁତ୍ ସେବା କେନ୍ଦ୍ରକୁ ସହରାଞ୍ଚଳରେ 3 ସିପ୍ଟ ଏବଂ ଗ୍ରାମଞ୍ଚଳରେ 2 ଟି ସିପ୍ଟରେ କର୍ମଚାରୀଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରାଯାଇଅଛି । ପାୱାର ସିଷ୍ଟମ୍ କମାଣ୍ଡ ସେଣ୍ଟରକୁ 24 ଘଣ୍ଟା କାର୍ଯ୍ୟରତ ରଖୁବା ପାଇଁ କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଅଛି । ଅତ୍ୟାଧ୍ୟ ଚାପ ସମୟରେ ବିତରଣ ବ୍ୟବସ୍ଥାକୁ ସ୍ବୟଂ ଚାଳିତ ଯନ୍ତ୍ର ଦ୍ବାରା ସମତୁଲ କରିବା ଏବଂ ବିଦ୍ୟୁତ୍ ସରବରାହକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷପ ନିଆଯାଇଛି । ସମସ୍ତ ମଣ୍ଡଳ କାର୍ଯ୍ୟାଳୟ ସହିତ ସାଟେଲାଇଟ୍ ଫୋନ୍ ଦ୍ବାରା ଯୋଗସୁତ୍ର ରକ୍ଷା କରିବାର ବନ୍ଦୋବସ୍ତ କରାଯାଇଅଛି ।

ପ୍ରକାଶଥାଉ କି , ବିଗତ ବର୍ଷ ତୁଳନାରେ ଚଳିତ ବର୍ଷର ଆବଶ୍ୟକତା ନିରୁପଣ କରି ବିଦ୍ୟୁତ ବିଭାଗ ପକ୍ଷରୁ ଆନୁସାଙ୍ଗିକ ପଦକ୍ଷପ ନିଆଯାଇଅଛି । ଏଣୁ ଏହି ପରିପେକ୍ଷୀରେ ଟିପିଡବ୍ଲୁଓଡିଏଲ୍ ସିଇଓ ଏହି ପ୍ରେସ୍ ବିବୃତ୍ତି ମାଧ୍ୟମରେ ଆଶ୍ବସ୍ତି ପ୍ରକାଶ କରି କହିଛନ୍ତି ଯେ , ବିଦ୍ୟୁତ୍ ସରବରାହକୁ ସ୍ଥିର ରଖୁବା ଏବଂ ବିତରଣ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରି ବିଦ୍ୟୁତ୍ ସେବା ଯୋଗାଇବା ଦିଗରେ ସମସ୍ତ 5 ହଜାର କର୍ମଚାରୀ ସଜାଗ ରହିଛନ୍ତି । ତେଣୁ ଜନସାଧାରଣ ବା ଗ୍ରାହକ କୌଣସି ପରିସ୍ଥିତିରେ ଧୌର୍ଯ୍ୟହରା ନ ହୋଇ , ଯେକୌଣସି ସମୟରେ ଆମର ଦେୟମୁକ୍ତ ଯୋଗାଯୋଗ ନମ୍ବର- 1800-3456-798 ରେ ତାଙ୍କର ଅଭିଯୋଗ ପଞ୍ଜିକୃତ କରାନ୍ତୁ ଏବଂ ଆମର ଆଶା ଓ ବିଶ୍ବାସ ଗ୍ରୀଷ୍ମ ଋତୁ ଓ କାଳବୈଶାଖୀ ସସମୟରେ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବାରେ ନିଶ୍ଚିତ ରୂପେ ଟିପିଡବ୍ଲୁଓଡିଏଲ୍ ସଫଳ ହେବ ବୋଲି ପ୍ରେସ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.