ETV Bharat / state

ଦୀପାବଳି ସତର୍କତା, ଫୁଟାନ୍ତୁ ଇକୋ ଫ୍ରେଣ୍ଡଲି ବାଣ, ଆଖିରେ ଆଘାତ ଲାଗିଲେ କଣ କରିବେ ? - DIWALI SAFETY TIPS

ବାଣ ଫୁଟାଇବା ସମୟରେ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ । ଇକୋ ଫ୍ରେଣ୍ଡଲି ବାଣ ଫୁଟାଇବା ସହ ଦୀପ, ଧୂପ ଏବଂ ଅଗରବତୀ ଲାଗାନ୍ତୁ ।

safety precautions for diwali
safety precautions for diwali (ETV BHARAT ODISHA)
author img

By ETV Bharat Odisha Team

Published : Oct 30, 2024, 11:45 AM IST

ଭୁବନେଶ୍ବର: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ଏହାକୁ ନେଇ ଉତ୍ସବ ମୁଖର ଗାଁଠୁ ସହର । ରଙ୍ଗୀନ ଆଲୋକରେ ଆଲୋକିତ ହେବ ଘର । ବାଣ ଫୁଟାଇ ଉତ୍ସବ ମନାଇବେ ସଭିଏଁ । ଏଥି ପାଇଁ ବଜାରରେ ମେଲିଛି ବାଣ , ଦୀପ ଓ ମିଠାର ପସରା । ଏହାକୁ କିଣିବାକୁ ବଜାରରେ ଲୋକଙ୍କ ଖଚାଖଚ ଭିଡ । ଅନେକ ସମୟରେ ଅସାବଧାନତା ଯୋଗୁଁ ବାଣ ହାତରେ କିମ୍ବା ଆଖିରେ ଫୁଟିବା ଖବର ଆସିଥାଏ । ତେଣୁ ବାଣ ଫୁଟାଇବା ବେଳେ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ । ତେବେ ବାଣ ଫୁଟାଇବା ସମୟରେ କିପରି ସତର୍କତା ଅବଲମ୍ବନ କରିବା ସନେଇ ପରାମର୍ଶ ଦେଇଛନ୍ତି ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଅଶୋକ ମହାପାତ୍ର ।

ବାଣ ନଫୁଟାଇ ଦୀପ ଲଗାନ୍ତୁ :-

ବିଶେଷଜ୍ଞ ଅଶୋକ ମହାପାତ୍ର କହିଛନ୍ତି, ''ବାରୁଦର ଧୂଆଁ ସ୍ବାସ୍ଥ୍ୟ ପାଇଁ ବହୁତ ଖରାପ । ଆଜମା ରୋଗୀଙ୍କ ପାଇଁ ଏହା ଏକ ଆତ୍ମହତ୍ୟା ପରିକା । ତେଣୁ ବାଣ ନଫୁଟାଇ ଦୀପ ଲଗାନ୍ତୁ, ଅଗରବତୀ ଲଗାନ୍ତୁ, ଧୂପ ଲଗାନ୍ତୁ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରନ୍ତୁ । ପରିବେଶକୁ ବାଣ ଫୁଟାଇ ପ୍ରଦୂଷଣ କରନ୍ତୁ ନାହିଁ । ''

SAFETY PRECAUTIONS FOR DIWALI (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଦୀପାବଳିକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ଼ଲାଇନ, ଏହି ସମୟରେ ଫୁଟାଇ ପାରିବେନି ବାଣ

ଏହା ମଧ୍ୟ ପଢନ୍ତୁ-ବଢୁଛି ସବୁଜ ବାଣର ଚାହିଦା, ବ୍ରହ୍ମପୁରରେ ଜମୁଛି ବ୍ୟବସାୟ

ଦୀପାବଳିରେ କିଣନ୍ତୁ ଇକୋ-ଫ୍ରେଣ୍ଡଲି ବାଣ:-

"ଦୀପାବଳିରେ ସବୁବେଳେ ଇକୋ-ଫ୍ରେଣ୍ଡଲି ବାଣ ବାଛନ୍ତୁ । ଏହା ସହ ଚଷମା ଏବଂ ବାଣ ଫୁଟାଇବା ସମୟରେ ଦୂରତା ବଜାୟ ରଖିବା ସହ ପିଲାମାନଙ୍କୁ ବାଣଠାରୁ ଦୂରେଇ ରଖିଲେ ଦୁର୍ଘଟଣାର ଆଶଙ୍କାକୁ କମ୍‌ କରାଯାଇ ପାରିବ" ବୋଲି କହିଛନ୍ତି ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଆଘାତ ଲାଗିଲେ ଭୟ ନକରି ଶାନ୍ତ ରହିବାକୁ ପରାମର୍ଶ:-

"ଯଦି ବାଣ ଫୁଟାଇଲା ବେଳେ କୌଣସି ପ୍ରକାରର ଆଘାତ ଲାଗିଛି ତେବେ ଧୌର୍ଯ୍ୟହରା ନହୋଇ ଶାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଭୟଭୀତ କାରଣରୁ ପରିସ୍ଥିତି ଆହୁରି ବିଗିଡିବାର ସମ୍ଭାବନା ଅଧିକ ରହିଥାଏ ବୋଲି କହିଛନ୍ତି ସେ।

ଆଖିକୁ ବାରମ୍ବାର ଘଷନ୍ତୁ ନାହିଁ:-

"ଯଦି ବାଣ ଫୁଟାଇବା ବେଳେ ଆଖିକୁ ଆଘାତ ଲାଗିଛି ତାହାକୁ ଅଧିକ ଘଷନ୍ତୁ ନାହିଁ। କାରଣ ବାରମ୍ବାର ଆଖିକୁ ଛୁଇଁବା ଦ୍ବାରା ଆଖିର ସମସ୍ୟା ଆହୁରି ବୃଦ୍ଧି ହୋଇପାରେ। ଯାହା ଫଳରେ କି ବଡ ସମସ୍ଯା ହୋଇପାରେ । ଏକ ସଫା କପଡା ରେ ଆଖିକୁ ଘୋଡାଇ ରଖନ୍ତୁ । ଏହାଦ୍ବାରା ଆଖିରେ ଅଧିକ ଜ୍ବଳନ ହେବ ନାହିଁ" ବୋଲି କହିଛନ୍ତି ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଆଖିକୁ ଥଣ୍ଡା ପାଣିରେ ଧୁଅନ୍ତୁ:-

"ଯଦି ଆଖରେ କୌଣସି ସୀସା ପଶିଯାଇଛି, ତେବେ ଏହାକୁ ସଫା ପାଣିରେ ଧୋଇବା ଆବଶ୍ୟକ। ଏହା ଦ୍ବାରା ଆଖିର ମଇଳା ବାହାରି ଆସିବ। କିନ୍ତୁ ଟ୍ୟାପ ପାଣିର ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ । କାରଣ ଟ୍ୟାପ୍‌ ପାଣିର ଅପରିଷ୍କାରତା ଯୋଗୁଁ ଆଖି ଆହୁରି ଅଧିକା ପୋଡ଼ିପାରେ" ବୋଲି କହିଛନ୍ତି ବରିଷ୍ଠ ସ୍ୱାସ୍ୟ ବିଶେଷଜ୍ଞ।

ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ:-

"ଯଦି ଆଖିରେ କୌଣସି ପ୍ରକାର ସମସ୍ୟା ଦେଖାଯାଉଛି ତେବେ ଚିକିତ୍ସାରେ ବିଳମ୍ବ କରନ୍ତୁ ନାହିଁ । ଏପରିକି ସାମାନ୍ୟ ଚିକିତ୍ସାର ଅଭାବ କାରଣରୁ ଦୃଷ୍ଟି ଶକ୍ତି ଉପରେ ମଧ୍ୟ ପ୍ରଭାବ ପଡିପାରେ । ତେଣୁ ଆଖି ସମ୍ବନ୍ଧୀୟ ସମସ୍ୟା ଦେଖାଦେଲେ ପ୍ରଥମେ ଆଖି ଡାକ୍ତରଙ୍କ ସହ ସମ୍ପର୍କ କରି ପୁଙ୍ଖାନୁପୁଙ୍ଖ ପରୀକ୍ଷା ସହ ଚିକିତ୍ସା ଗ୍ରହଣ କରନ୍ତୁ" ବୋଲି କହିଛନ୍ତି ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଆଘାତକୁ ଅଣଦେଖା କରନ୍ତୁ ନାହିଁ:-

"ଆଖିରେ ଆଘାତ ଲାଗିବା ସତ୍ତ୍ବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ବାରମ୍ବାର ଛୁଇଁବାଠାରୁ ଦୂରେଇ ରୁହନ୍ତୁ । ଯଦି ଏହାକୁ ଅଣଦେଖା କରୁଥାନ୍ତି ତେବେ ଭବିଷ୍ୟତରେ ଆଖି ରେ ଗୁରୁତର ଭାବରେ ସମସ୍ଯା ହୋଇପାରେ" ବୋଲି କହିଛନ୍ତି ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ନିଜେ ନିଜେ ଚିକିତ୍ସା କରନ୍ତୁ ନାହିଁ:-

"ଡାକ୍ତରଙ୍କ ପରାମର୍ଶ ବିନା ଆଇଡ୍ରପ୍‌ କିମ୍ବା ମଲମଠାରୁ ଦୂରେଇ ରୁହନ୍ତୁ । ଏହା ପରିସ୍ଥିତିକୁ ଆହୁରି ଜଟିଳ କରିପାରେ । ଯଦି ସୀସା ଆଖିରେ ପଡ଼ି ବାହାରି ନାହିଁ, ତେବେ ନିଜେ ବାହାର କରନ୍ତୁ ନାହିଁ। ନିଜେ ବାହାର କରିବା ପରିବର୍ତ୍ତେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ" ବୋଲି କହିଛନ୍ତି ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.