ETV Bharat / state

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆଲର୍ଟ ସ୍ୱାସ୍ଥ୍ୟ ବିଭାଗ, ଜଳବାହିତ ରୋଗ ଏବଂ ସାପ କାମୁଡା ରୋଗୀଙ୍କ ଉପରେ ନଜର

ବାତ୍ୟା ପରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ସ୍ୱାସ୍ଥ୍ୟ ବିଭାଗ । ଜଳବାହିତ ରୋଗ କିମ୍ବା ସାପ କାମୁଡା ରୋଗୀଙ୍କ ଉପରେ ନଜର । ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ଔଷଧ ମହଜୁଦ ।

Health Department
Health Department (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ଭୁବନେଶ୍ବର: ବାତ୍ୟା ପରର ପ୍ରସ୍ତୁତି ନେଇ ସଜାଗ ସ୍ୱାସ୍ଥ୍ୟ ବିଭାଗ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆଲର୍ଟ ରହିଛି ସ୍ୱାସ୍ଥ୍ୟ ବିଭାଗ । ପ୍ରଭାବିତ ଅଞ୍ଚଳରେ ଜଳବାହିତ ରୋଗ କିମ୍ବା ସାପ କାମୁଡା ରୋଗୀଙ୍କ ଉପରେ ନଜର ରହିଛି । ବିଶେଷ ଭାବରେ ୩ ଜିଲ୍ଲାରେ ଆଲର୍ଟରେ ରହିଛି ସ୍ୱାସ୍ଥ୍ୟ ବିଭାଗ । ଏହାସହ ଚିକିତ୍ସା ପାଇଁ ସମସ୍ତ ପ୍ରକାର ଔଷଧ ମହଜୁଦ ରଖାଯାଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Health Department (ETV Bharat Odisha)

ବାତ୍ୟା ପରେ ସମ୍ବେଦନଶୀଳ ଅଞ୍ଚଳରେ ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ:

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, "କମ୍ୟୁନିଟି ସ୍ତର ପର୍ଯ୍ୟନ୍ତ ବ୍ୟବସ୍ଥା ହୋଇଛି । ପ୍ରଭାବିତ ଅଞ୍ଚଳରେ ସର୍ଭେଲାନ୍ସ ଚାଲିଛି । ଓଆରଏସ, ଆଣ୍ଟି ଡାଇରିଆଲ ଓ ଆଣ୍ଟି ସ୍ନେକ ଭେନମ ବ୍ୟାପକ ଭାବେ ରଖାଯାଇଛି । ଅତି ସମ୍ବେଦନଶୀଳ ଅଞ୍ଚଳ ମ୍ୟାପିଂ ହୋଇଛି । ବାତ୍ୟା ପରେ ସ୍ୱାସ୍ଥ୍ୟ ବିଭାଗର ଏହା ସେକେଣ୍ଡ ଫେଜ ପ୍ରସ୍ତୁତି ହୋଇଛି । ଏହି ଫେଜ ଅଧିକ ଚ୍ୟାଲେଞ୍ଜିଂ ଅଟେ । ଏହି ଫେଜରେ କଣ୍ଟାମିନେସନ ହେଲେ ଆଉଟବ୍ରେକ ହୋଇପାରେ । ଲୋକଙ୍କୁ ସତର୍କତା ସହ ରହିବାକୁ ହେବ । ବିଭାଗର ମାଇକ୍ରୋ ଟିମ ବାତ୍ୟା ଅଞ୍ଚଳରେ ତଦାରଖ କରୁଛନ୍ତି । ପ୍ରତିଦିନ ମନିଟରିଂ ହେଉଛି । କିନ୍ତୁ ଯଦି ଝାଡ଼ାବାନ୍ତି ବ୍ୟାପେ ତାହେଲେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତୁରନ୍ତ ଯାଆନ୍ତୁ । କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ସମେତ ଅନ୍ୟ ୧୪ ବାତ୍ୟା ପ୍ରଭାବିତ ଅଞ୍ଚଳରେ ରଖାଯାଇଛି ନଜର । ସାପ କାମୁଡାର ଖବର ଆସୁଛି । କିନ୍ତୁ ବଡ଼ ଧରଣର ଆଉଟ ବ୍ରେକର ଖବର କିଛି ଆସିନାହିଁ । ସାପ କାମୁଡି ଥିବା ଡାକ୍ତର ଚିକିତ୍ସିତ ହେଉଛନ୍ତି ଓ ଭଲ ଅଛନ୍ତି ।"

ସଂକ୍ରମଣ ନହେବା ପାଇଁ ବ୍ୟବସ୍ଥା:

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, "ବାତ୍ୟା ପରେ ଅନେକ ସ୍ଥାନରେ ପାଣି ଜମି ରହିଥିବାର ନଜରକୁ ଆସିଛି । ସେଠାରେ ସାପ କାମୁଡା ସହ ଜଳବାହିତ ରୋଗ ହେବାର ସମ୍ଭାବନା ଅଧିକ ରହିଛି । ସେଠାରେ ହାଲୋଜିନ ଟାବଲେଟ ଯୋଗାଇ ଦିଆଯାଇଛି । ଆଣ୍ଟି ଡାଇରିଆ, ଓଆରଏସ ଆଦି ଯୋଗାଇ ଦେବା ସହ ସାପ କାମୁଡା ପାଇଁ ଆଣ୍ଟିଭେନମ ମଧ୍ୟ ପ୍ରସ୍ତୁତ ରହିଛି । ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ସମସ୍ତ ଔଷଧ ମହଜୁଦ କରି ରଖାଯାଇଛି । ଏହାସହ ପିଇବା ପାଣିକୁ କିଭଳି ଭାବରେ ବିଷୋଧନ କରାଯାଇ ଲୋକମାନଙ୍କୁ ଯୋଗାଇ ଦିଆଯିବ ସେନେଇ ମଧ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।"

ପ୍ରତି ପିଏଚ ହସ୍ପିଟାଲରେ ଏମବିବିଏସ ଡାକ୍ତର ପ୍ରସ୍ତୁତ ରହିଛନ୍ତି:

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, "ଅନେକ ସମୟରେ ବର୍ଷା ପାଣି ଦୀର୍ଘ ସମୟ ରହିବା ଯୋଗୁଁ ଅନେକ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ । ସେନେଇ ପ୍ରତି ହସ୍ପିଟାଲରେ ଏମବିବିଏସ ଡାକ୍ତର ପ୍ରସ୍ତୁତ ରହିଛନ୍ତି । ଯାହା ଫଳରେ କମ ସମୟ ମଧ୍ୟରେ ରୋଗୀ ଉତ୍ତମ ଚିକିତ୍ସା ପାଇପାରିବେ । ବାତ୍ୟା ଦାନାର ପ୍ରଭାବ ଜାରି ରହିଥିବାବେଳେ ଜଣେ ଡାକ୍ତର ସାପ କାମୁଡ଼ାର ଶିକାର ହୋଇଥିଲେ । ଘଟଣାସ୍ଥଳରେ ଅଚେତ ହେବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଏସସିବି ମେଡିକାଲରେ ଭର୍ତ୍ତି କରଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ତୁରନ୍ତ ଡାକ୍ତରଙ୍କୁ ମେଡିସନ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ସଂପୂର୍ଣ୍ଣ ଭାବରେ ସୁସ୍ଥ ରହିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ୧୪ଟି ଜିଲ୍ଲାର ପ୍ରାୟ ୩୬ ଲକ୍ଷ ଲୋକ ପ୍ରଭାବିତ

ଏହା ମଧ୍ୟ ପଢ଼ନ୍ତୁ...ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାତ୍ୟା କ୍ଷୟକ୍ଷତି ସର୍ଭେ

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ‘ଦାନା‘ ଡ୍ୟୁଟିରେ ଥିଲେ ଡାକ୍ତର, କାମୁଡିଲା ସାପ

ସାପ କାମୁଡ଼ିଲେ କ'ଣ କରିବେ:

ସାପ ବିଷ ଅପେକ୍ଷା ଅଧିକ ଭୟ ସଞ୍ଚାର ମଧ୍ୟ ବିପଦ ସାଜିଥାଏ । ଯାହାଦ୍ଵାରା ସାପ କାମୁଡିଥିବା ବ୍ୟକ୍ତିଟି ହୃଦଘାତରେ ପ୍ରାଣ ହରାଇଥାଏ । ସାପ କାମୁଡିବା ପରେ କୌଣସି ଝଡା ଫୁଙ୍କା କିମ୍ବା ଦେଶୀ ଉପଚାର ନକରି ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେବା ଆବଶ୍ୟକ । ସର୍ପାଘାତର ଚିକିତ୍ସା କରିବା ପାଇଁ ରାଜ୍ୟ ସରକାର ଡାକ୍ତରଙ୍କୁ ପ୍ରଶିକ୍ଷିତ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଚଳିତବର୍ଷ ଆରମ୍ଭରୁ ପ୍ରାୟ ୨୫୦ ଜଣ ଡାକ୍ତରଙ୍କୁ ପ୍ରଶିକ୍ଷଣ ଦିଆସରିଛି । ରୋଗୀମାନଙ୍କୁ କିଭଳି ଚିକିତ୍ସା କରିବେ ଏବଂ ସଙ୍ଗେ ସଙ୍ଗେ କ’ଣ ପଦକ୍ଷେପ ଗ୍ରହଣ କରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି । ଏହାବ୍ୟତୀତ ପ୍ରତି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପାଖାପାଖି ୨୦ ଭାଏଲ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପାଖାପାଖି ୩୦ ଭାଏଲ ଆଣ୍ଟିଭେନମ ଗଚ୍ଛିତ ରଖାଯାଇଛି । ସଦର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକରେ ଆବଶ୍ୟକତା ଅନୁଯାୟୀ ଆଣ୍ଟିଭେନମ ମହଜୁଦ ରଖାଯାଇଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.