ETV Bharat / state

ପୋଲିସ ହାତରେ ଲକ୍ଷପତି ଚୋର, ଚୋରି ଟଙ୍କାରେ କାଟୁଥିଲା ଆରାମଦାୟକ ଜୀବନ - Thief arrested

author img

By ETV Bharat Odisha Team

Published : Mar 24, 2024, 3:52 PM IST

Updated : Mar 24, 2024, 10:18 PM IST

High Profile Thief arrested in Bhubaneswar: ପୋଲିସ ହାତରେ ଲକ୍ଷପତି ଚୋର । ଚୋରି ଟଙ୍କାରେ ବଞ୍ଚୁଥିଲା ଆରାମଦାୟକ ଜୀବନ । ଭୁବନେଶ୍ୱର ଓ ସୋରରେ ଘର ତିଆରି କରିଥିବା ବେଳେ ଦାମୀ ଗାଡିରେ ବୁଲୁଥିଲା । ଅଧିକ ପଢନ୍ତୁ

Thief arrested by police
Thief arrested by police
ପୋଲିସ ହାତରେ ଲକ୍ଷପତି ଚୋର
ପୋଲିସ ହାତରେ ଲକ୍ଷପତି ଚୋର

ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ଲକ୍ଷପତି ଚୋର । ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ମଚାଇଥିଲା ଏହି ଚୋର । ଘର ଗ୍ରିଲ ତାଡି କରୁଥିଲା ଚୋରି । ସେହି ଚୋରି ଟଙ୍କାରେ ଆରାମଦାୟକ ଜୀବନ ବଞ୍ଚୁଥିଲା ଚୋର । ତାଜ ହୋଟେଲ ଭଳି ବଡ ବଡ ହୋଟେଲରେ ରହିବା ସହ ଦାମୀ ଗାଡି କିଣି ସହରରେ ବୁଲୁଥିଲା ଏହି ଚୋର । ଭୁବନେଶ୍ୱରରେ ଜାଗା କିଣି ଘର ମଧ୍ୟ ନିର୍ମାଣ କରି ଭଡା ଦେଇଥିବାର ପୋଲିସ ସୂଚନା ଦେଇଛି ।

ପୋଲିସ କମିଶନରଙ୍କ ସୂଚନା ମୁତାବକ, ଗିରଫ ହୋଇଥିବା ଚୋରର ନାଁ ପର୍ଶୁରାମ ଗିରି । ତା ଘର ବାଲେଶ୍ବରର ସୋର ଅଞ୍ଚଳରେ ହୋଇଥିବା ବେଳେ ଭୁବନେଶ୍ୱର ଚିଲ୍ଲି ପୋଖରୀ ଅଞ୍ଚଳରେ ରହୁଥିଲା । ୨୦୦୧ ରେ ମିସ୍ତ୍ରୀ ଭାବେ କାମ କରିବାକୁ ଆସିଥିଲା ଭୁବନେଶ୍ୱର । ମିସ୍ତ୍ରୀ କାମ ଛାଡି ଧିରେ ଧିରେ ଚୋରି କରି ପରେ ଏକ କୁଖ୍ୟାତ ଚୋର ପାଲଟିଥିଲା । ମିସ୍ତ୍ରି କାମ କରୁଥିବା ବେଳେ ଚୋରି କରିବା କାଏଦା ଶିଖି ଭୁବନେଶ୍ୱରରେ ଆରମ୍ଭ କରିଥିଲା ଚୋରି । ଗ୍ରିଲ କିମ୍ବା ଘରର ଝରକା କବାଟ ତାଡି ଘରେ ପଶି ଚୋରି କରୁଥିଲା ଟଙ୍କା ଓ ସୁନା ଗହଣା । ଚୋରି ପରେ ସବୁ ସୁନା ଗହଣାକୁ ଏକ ନିର୍ଦିଷ୍ଟ ଗହଣା ଦୋକାନିକୁ ବିକ୍ରି କରୁଥିଲା । ମହାରାଷ୍ଟ୍ରରେ ଚୋରି ଜିନିଷ ବିକ୍ରି କରୁଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ.. ଆଠଗଡ଼ରେ ମାତିଛନ୍ତି ମଦ ମାଫିଆ, ଟାର୍ଗେଟରେ ଅବକାରୀ କର୍ମଚାରୀ - LIQUOR MAFIA Attack

ଏହି ଚୋରି ଟଙ୍କାରେ ବେଶ ବିଳାସମୟ ଜୀବନ କାଟୁଥିଲା ଚୋର । ଚୋରି ଟଙ୍କାରେ ବାଲେଶ୍ୱର ସୋର ଅଞ୍ଚଳରେ ଏକ ଜାଗା କିଣି ତିଆରି କରିଥିଲା ବିଳାସମୟ ଘର । ଆଉ ମଧ୍ୟ ଭୁବନେଶ୍ୱରରେ ଏକ ଘର କରି ଭଡା ଲଗାଇଥିଲା । ବୁଲେଟ ଓ ପଲସର୍‌ ବାଇକ କିଣି ଭୁବନେଶ୍ୱରରେ ବୁଲୁଥିଲା । ଏପରିକି ଫ୍ଲାଇଟରେ ରାଜ୍ୟ ବାହାରକୁ ବୁଲିବାକୁ ଯାଉଥିଲା । ରାଜ୍ୟ ବାହାରର ବିଭିନ୍ନ ହୋଟେଲରେ ରହି ସମୟ ବିତାଉଥିଲା ।

ଗିରଫ ପରେ ତା' ଠାରୁ ୨୧ଲକ୍ଷ ନଗଦ କ୍ୟାସ ସହ ୭୦ ଭରିର ସୁନା ଅଳଙ୍କାର ଓ ରୂପା ଅଳଙ୍କାର ମଧ୍ୟ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୪୨ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଏହି ଚୋର ନାଁରେ 50ରୁ ଅଧିକ ଚୋରି ମାମଲା ଥିବା ଜଣାପଡିଛି । ପୋଲିସ ଟଙ୍କା ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Mar 24, 2024, 10:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.