ETV Bharat / state

କାଲିଠୁ କାର୍ତ୍ତିକ ବ୍ରତ; ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳୀଙ୍କ ଧାରଣା, ମନ୍ତ୍ରୀ କହିଲେ ସବୁ ସୁବିଧା ହୋଇଛି

ହବିଷ୍ୟାଳୀ ଶିବିରରେ ହବିଷ୍ୟାଳୀ ମା’ମାନଙ୍କର ଧାରଣା ହବିଷ୍ୟାଳୀ ଶିବିରରେ ପଞ୍ଜିକୃତ ରୁ ବାଦ ଦେବାକୁ ନେଇ ହବିଷ୍ୟାଳୀ ମା ମାନଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ

author img

By ETV Bharat Odisha Team

Published : 3 hours ago

Habisyalis Launch Protest
Habisyalis Launch Protest (ETV Bharat Odisha)

ପୁରୀ: ହବିଷ୍ୟାଳୀ ଶିବିରରେ ହବିଷ୍ୟାଳୀ ମା’ମାନଙ୍କର ଧାରଣା । ହବିଷ୍ୟାଳୀ ଶିବିରରେ ପଞ୍ଜିକୃତରୁ ବାଦ ଦେବାକୁ ନେଇ ହବିଷ୍ୟାଳୀ ମା’ମାନଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ପୁରୀ ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଅଭିଯୋଗ ଅନୁସାରେ ଚଳିତ ବର୍ଷ ହବିଷ୍ୟାଳୀ ଶିବିରରେ ରହିବା ପାଇଁ ଅନେକ ଆଶାୟୀ ହବିଷ୍ୟାଳୀ ମା’ମାନେ ଅନଲାଇନ ଆବେଦନ କରିଥିଲେ । ତେବେ ଦୁର୍ଭାଗ୍ୟର ବିଷୟ ପ୍ରଶାସନ ତାଙ୍କ ଆବେଦନକୁ ଗ୍ରହଣ କରିନାହିଁ । କେବଳ ସେତିକି ନୁହେଁ ଅଫଲାଇନ ଆବେଦନ ବ୍ୟବସ୍ଥା ହୋଇନଥିବାରୁ ଅନେକ ହବିଷ୍ୟାଳୀ ମା’ମାନେ ଆବେଦନ କରିପାରିନଥିଲେ ।

ପୂର୍ବରୁ ଅଫଲାଇନରେ ଆବେଦନ ପ୍ରକ୍ରିୟା ବ୍ୟବସ୍ଥା ଥିବାବେଳେ ଚଳିତ ବର୍ଷ କିନ୍ତୁ ଏହା କାର୍ଯ୍ୟକାରୀ କରାଯାଇନାହିଁ । ଫଳରେ ଅନେକ ସ୍ଥାନରେ ଇଣ୍ଟରନେଟର ସୁବ୍ୟବସ୍ଥା ନଥିବା ବେଳେ ଅନେକ ମଧ୍ୟ ଅନଲାଇନ ଆବେଦନ କିଭଳି ହୁଏ ତାହା ଜାଣିପାରିନଥିଲେ । ଏଣୁ ସେମାନେ ସିଧାସଳଖ ବୃନ୍ଦାବତୀ ନିବାସକୁ ଆସି ହବିଷ୍ୟାଳୀ ଶିବିରରେ ରହିବା ପାଇଁ ଦାବି କରିଥିଲେ। ତେବେ ଅନଲାଇନ ରେ ପଞ୍ଜିକୃତ ହୋଇଥିବା ହବିଷ୍ୟାଳୀ ମା’ମାନେ କେବଳ ରହିବା ପାଇଁ ବ୍ୟବସ୍ଥା ହୋଇଥିବାରୁ ଅନେକ ହବିଷ୍ୟାଳୀ ଶିବିରରେ ରହିବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ତେବେ ପୁରୀରେ ସେମାନେ ପହଞ୍ଚି ସାରିଥିବା ବେଳେ ଆର୍ଥିକ ସ୍ଥିତି ଭଲ ନଥିବାରୁ ରାଜ୍ୟ ସରକାର ସେମାନଙ୍କୁ ଏହି ହବିଷ୍ୟାଳୀ ଶିବିରରେ ସ୍ଥାନ ଦେବାକୁ ଦାବି କରିଛନ୍ତି ଅନେକ ହବିଷ୍ୟାଳୀ ।

Minister on Habisyalis Launch Protest (ETV Bharat Odisha)

କାର୍ତ୍ତିକ ମାସରେ କାର୍ତ୍ତିକ ବ୍ରତ ପାଳନ କରିବା ସହ ଦୈନିକ ଜଗନ୍ନାଥ ଦର୍ଶନ ଏବଂ ମହାପ୍ରସାଦ ସେବନ କଲେ କୋଟି ପୁଣ୍ୟ ମିଳିଥାଏ। ଆସନ୍ତାକାଲି ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବା ବେଳେ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ହଜାର ହଜାର ହବିଷ୍ୟାଳୀ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ହବିଷ୍ୟାଳୀ ଶିବିରରେ ମଧ୍ୟ ପହଞ୍ଚିଛନ୍ତି ହବିଷ୍ୟାଳୀ ମା’ମାନେ । ପୁରୀରେ ମୋଟ ଚାରୋଟି ସ୍ଥାନରେ ହବିଷ୍ୟାଳୀ ଶିବିରର ବ୍ୟବସ୍ଥା କରାଯାଇଥିବା ବେଳେ ପଚିଶ ଶହ ହବିଷ୍ୟାଳୀ ମା’ମାନଙ୍କ ରହିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି।

ଏହା ବି ପଢନ୍ତୁ- ଶ୍ରୀମନ୍ଦିରରେ ଖୁବଶୀଘ୍ର ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ବର୍ଷକୁ ଖର୍ଚ୍ଚ ହେବ ଏତିକି କୋଟି

ଏହା ବି ପଢନ୍ତୁ-ହବିଷ୍ୟାଳୀ ବ୍ରତ ପାଇଁ ୬ରୁ ଆବେଦନ, 2500 ମା’ଙ୍କ ପାଇଁ ବ୍ୟବସ୍ଥା - Habishyalis Registration

ହବିଷ୍ୟାଳୀ ଶିବିର ଗୁଡିକରେ ହବିଷ୍ୟାଳୀ ମା’ମାନେ ସକାଳୁ ବୃନ୍ଦାବତୀ ପୂଜା ଠାରୁ ଆରମ୍ଭ କରି ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଏବଂ ସଂନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଇଛି । ହବିଷ୍ୟାଳୀ ଶିବିର ଗୁଡିକରେ ହବିଷ୍ୟାଳୀ ମା’ ମାନଙ୍କୁ ସହଯୋଗ କରିବା ପାଇଁ ସ୍ବେଛାସେବୀ ମାନଙ୍କୁ ନିୟୋଜିତ କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ସୁରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି । ପୁରୀ ନରେନ୍ଦ୍ର କୋଣରେ ଥିବା ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ ଏବଂ ମୋଚି ସାହି କଲ୍ୟାଣ ମଣ୍ଡପ ଠାରେ ହବିଷ୍ୟାଳୀ ଶିବିର କରାଯାଇଛି । ତେବେ ରାଜ୍ୟ ସରକାରଙ୍କର ନିୟମ ଅନୁଯାୟୀ ଅନଲାଇନରେ ପଞ୍ଜିକୃତ ହୋଇଥିବା ହବିଷ୍ୟାଳୀ ମା’ମାନଙ୍କୁ ହବିଷ୍ୟାଳୀ ଶିବିରରେ ରଖିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବବର୍ଷ ତତ୍କାଳୀନ ସରକାର ୨୭ ଶହ ହବିଷ୍ୟାଳୀ ମା ମାନଙ୍କ ରହିବା ପାଇଁ ବ୍ୟବସ୍ଥା କରିଥିଲେ। ପରବର୍ତ୍ତୀ ସମୟରେ ପଞ୍ଜିକୃତ ହୋଇନଥିବା ପାଞ୍ଚଶହ ହବିଷ୍ୟାଳୀଙ୍କୁ ଏହି ଶିବିରରେ ରଖିଥିଲେ । ତେବେ ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ପୂର୍ବ ବର୍ଷ ଭଳି ଅଣ ପଞ୍ଜିକୃତ ଆର୍ଥିକ ଅନଗ୍ରସର ଥିବା ଗରିବ ଶ୍ରେଣୀର ହବିଷ୍ୟାଳୀ ମା’ମାନଙ୍କୁ ହବିଷ୍ୟାଳୀ ଶିବିରରେ ସ୍ଥାନ ଦେବାକୁ ସର୍ବସାଧାରଣରେ ଦାବି ହୋଇଛି ।

ହବିଷ୍ୟାଳୀଙ୍କ ସୁବିଧା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି ସରକାର-

"ପୁରୀରେ ହବିଷ୍ୟାଳୀଙ୍କ ସୁବିଧା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି ସରକାର । ଗହଳିକୁ ଦୃଷ୍ଟିରେ ରଖି ଦୁଇଟି ଦ୍ଵାରରେ ପ୍ରବେଶ ଓ ୩ ଟି ଦ୍ବାରରେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି । ଆଗକୁ ହବିଷ୍ୟାଳିଙ୍କ ପାଇଁ ଆହୁରି ଶୃଙ୍ଖଳିତ କରାଯିବ ବ୍ୟବସ୍ଥା କରାଯିବ । ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ସରକାର ସମସ୍ତ ବ୍ୟବସ୍ଥା କରିବେ, ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ହେଲ୍ପ ଲାଇନ ଜାରି କରାଯିବ-

ରହଣୀରେ ଅସୁବିଧା ହେଲେ ହେଲ୍ପ ଲାଇନରେ ଜଣାଇ ପାରିବେ । ଯାହାଦ୍ବାରା ଜିଲ୍ଲା ପ୍ରଶାସନ ସହଯୋଗ କରି ପାରିବ । ପଞ୍ଜୀକରଣ ପାଇଁ ନିର୍ଦ୍ଧିଷ୍ଟ ସମୟ ଥିଲା। ପଞ୍ଜୀକରଣ କରିଥିଲେ ଭଲ ହୋଇଥାନ୍ତା । କିନ୍ତୁ ଯେଉଁ ମାନେ ଏଥର ପଞ୍ଜୀକରଣ କରିନାହାନ୍ତି, ଆଗାମୀ ବର୍ଷ ସେମାନେ ପଞ୍ଜୀକରଣ କରି ଆସିବାକୁ କହିଛନ୍ତି ଆଇନ ମନ୍ତ୍ରୀ । ହବିଷ୍ୟାଳିଙ୍କ ରହଣୀ ଠୁ ଆରମ୍ଭ କରି ଦର୍ଶନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବ୍ୟବସ୍ଥା ଶୃଙ୍ଖଳିତ କରାଯାଇଛି ।

ଯେଉଁମାନେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଥିବା ହବିଷ୍ଯାଳୀ ଶିବିରରେ ମାଗଣାରେ ରହିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି, ସେମାନେ ୪ଟି ହବିଷ୍ଯାଳୀ ଶିବିରରେ ରହିବେ । ସେଠାରେ ହବିଷ୍ଯାଳୀ ମାନଙ୍କର ରହିବା, ଖାଇବା ଆଦିର ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କୁ ସ୍ବତନ୍ତ୍ର ପରିଚୟପତ୍ର ବଣ୍ଟନ କରାଯିବ। ବାକି ଯେଉଁମାନେ ନାମ ପଞ୍ଜୀକରଣ କରିନାହାନ୍ତି, ସେମାନେ ଭଡ଼ାରେ ଅବା ମଠ, ମନ୍ଦିର ଆଦିରେ ରହି ବ୍ରତ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ପ୍ରତିବର୍ଷ ଭଳି ଚଳିତବର୍ଷ ବି କାର୍ତ୍ତିକ ବ୍ରତ ପାଳନ କରୁଥିବା ମା’ମାନଙ୍କ ପାଇଁ ପ୍ରତିଦିନ ଶ୍ରୀମନ୍ଦିର ଯା’ଆସ ଓ ମହାପ୍ରଭୁଙ୍କ ବେଶ ଦର୍ଶନ ପାଇଁ ସ୍ବତନ୍ତ୍ର ଗାଡ଼ିର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେପଟେ କେଉଁ ଶିବିରରେ କେଉଁ ଜିଲ୍ଲାର ହବିଷ୍ଯାଳୀ ରହିବେ, ତା’ର ସାରଣୀ ମଧ୍ୟ ପ୍ରସ୍ତୁତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.