ETV Bharat / state

ଇଦ୍‌ରେ ଅଶାନ୍ତ ବାଲେଶ୍ବର ! ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଉଡ଼ିଲା ଟେକା ପଥର - Group Clash In Balasore - GROUP CLASH IN BALASORE

Group Clash Erupts In Balasore: ରଣକ୍ଷେତ୍ର ପାଲଟିଲା ବାଲେଶ୍ବର ସହର । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ । ଉପୁଜିଲା ସାଙ୍ଘାତିକ ସ୍ଥିତି । ଅଧିକ ପଢ଼ନ୍ତୁ

Group Clash Erupts In Balasore
Group Clash Erupts In Balasore (ETV Barat Odisha)
author img

By ETV Bharat Odisha Team

Published : Jun 17, 2024, 10:27 PM IST

ବାଲେଶ୍ବର: ଇଦ୍‌ରେ ରଣକ୍ଷେତ୍ର ପାଲଟିଲା ବାଲେଶ୍ବର । ସହରର ଟାଉନ ଥାନା ଅଧିନ ସୁନହଟ ନିକଟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ସୃଷ୍ଟି ହୋଇ ପଥର ମାଡ଼ ହୋଇଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ନିଜେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । କେଉଁ କାରଣରୁ ବିବାଦ ସୃଷ୍ଟି ହୋଇଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଏକ ରାସ୍ତାରୋକକୁ ନେଇ ଏମିତି ଘଟଣା ଘଟିଥିବା କଥା କୁହାଯାଉଛି ।

Group Clash Erupts In Balasore (ETV Bharat Odisha)

ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ବାଇକ ଭଙ୍ଗାରୁଜା ସାଙ୍ଗକୁ ଦୁଇ ଗୋଷ୍ଠୀ ମଧ୍ୟରେ ଟେକା ପଥର ମାଡ଼ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଉତ୍ତେଜନା ଅଧିକ ହେବାରୁ ପୋଲିସ ଫୋର୍ସ ଘଟଣା ସ୍ଥଳରେ ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ଖବର ଅନୁସାରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ବେଳେ 144 ଧାରା ଲାଗୁ କରାଯାଇଛି । ଟେକା ପଥର ମାଡ଼ରେ ଏସପି ସାଗରିକା ନାଥଙ୍କ ମୁଣ୍ଡରେ ପଥର ମାଡ ବାଜିଥିବା ବେଳେ ପ୍ରାୟ 5 ଜଣ ଆହତ ହୋଇଛନ୍ତି । ଏହାସହ ଅନେକ ଗୁଡିଏ ବାଇକ ଭାଙ୍ଗିବା ସହ କାର ଭାଙ୍ଗିଥିବା ଦେଖିବାକୁ ମିଳିଛି ।

ଏହି ଘଟଣାକୁ ନେଇ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ୱରବାସୀଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ସହ ନିଜେ କଥା ହେବାପରେ ଏହି ଘଟଣାର ପ୍ରକୃତ କାରଣ ଖୋଜା ହେବା ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କହିଛନ୍ତି ସାଂସଦ । ପୂର୍ବରୁ ବକରି ଇଦରେ କୌଣସି ପଶୁ ହତ୍ୟା ନ କରିବା ପାଇଁ ସାଂସଦ ଜିଲ୍ଲାପାଳଙ୍କୁ କହିଥିଲେ । ମାତ୍ର ଡ୍ରେନରେ ରକ୍ତ ଛିଟା ପଡ଼ିବାକୁ ନେଇ ଏମିତି ଘଟଣା ଘଟିଥିବା ସାଂସଦ କହୁଥିବା ବେଳେ ଉକ୍ତ ରକ୍ତ ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି । ପରୀକ୍ଷା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି କହିଛନ୍ତି ସାଂସଦ ।

ଏହା ମଧ୍ୟ ପଢ଼ନ୍ତୁ...ମହଙ୍ଗା ପଡିଲା ରାଜନୈତିକ ହିଂସା, ବଙ୍ଗାଳି ସାହି ଗୋଷ୍ଠୀ ସଂଘର୍ଷରେ 5 ଗିରଫ - Group clash

ସୂଚନା ଅନୁସାରେ, ବାଲେଶ୍ବର ସୁନାହଟ ଛକ ନିକଟରେ ଏକ ନାଳରେ ରକ୍ତ ଭାସୁଥିବା କିଛି ଲୋକ ଦେଖିଥିଲେ । ରକ୍ତ କେଉଁଠୁ ଆସିଲା କିପରି ଆସିଲାକୁ ନେଇ 2 ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା । ସେପଟେ ଖବର ପାଇ ଟାଉନ ଥାନ ପୋଲିସ ସହ ଆଡିସନାଳ ଏସପି ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ । କିନ୍ତୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରକୁ ପଥର ମାଡ କରିବା ସହ ଗାଡି ଭଙ୍ଗାରୁଜା କରିଥିଲେ । ଏହି ଢେଲା ପଥର ମାଡ଼ରେ କିଛି ସାଧାରଣ ଲୋକଙ୍କ ସହ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.