ETV Bharat / state

୩୦ ବର୍ଷର ସ୍ବପ୍ନ ସାକାର, ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ମିଳିଲା ଅନୁମୋଦନ - Brutanga Irrigation Project

Brutanga Irrigation Project: ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ଚୂଡାନ୍ତ ଅନୁମୋଦନ ମିଳିଛି । ଏଥର ଜଙ୍ଗଲ ଜମିର ଅଣ ଜଙ୍ଗଲ ବ୍ୟବହାର କରିହେବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

author img

By ETV Bharat Odisha Team

Published : Jul 8, 2024, 9:45 PM IST

Brutanga Irrigation Project
Brutanga Irrigation Project (Odisha Government)

ଭୁବନେଶ୍ବର: ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ଚୂଡାନ୍ତ ଅନୁମୋଦନ ମିଳିଛି । ୧ ହଜାର ୫୨୪ ହେକ୍ଟର ଜଙ୍ଗଲ ଜମିର ଅଣ ଜଙ୍ଗଲ ବ୍ୟବହାର ପାଇଁ ଅନୁମତି ଦେଇଛି କେନ୍ଦ୍ର । ରାଜ୍ୟବାସୀଙ୍କ ୩୦ ବର୍ଷର ସ୍ବପ୍ନ ପୂରଣ ହୋଇଥିବାବେଳେ ୨୩ ହଜାର ହେକ୍ଟର ଜମି ଜଳସେଚିତ ହେବ । ଫଳରେ ଉପକୃତ ହେବେ ଦଶପଲ୍ଲା ଓ ନୟାଗଡର ଚାଷୀଙ୍କ ସମେତ ସାଧାରଣଲୋକେ । ଏଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୟାଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜଙ୍ଗଲ ଜମିରେ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ ଚୂଡାନ୍ତ ମଞ୍ଜୁରୀ ଦେଇଛି ।

ସୂଚନା ମୁତାବକ, ଦୀର୍ଘ ୩୦ ବର୍ଷ ଧରି ଏହି ଯୋଜନାଟି ଜଙ୍ଗଲ ଅନୁମତି ପାଇଁ ଅପେକ୍ଷା କରିଥିଲା । ଏହି ଅନୁମୋଦନ ପରେ ଜିଲ୍ଲାର କୃଷି ଓ କୃଷକଙ୍କ ହିତ ସାଧନ ପାଇଁ ଏହି ପ୍ରକଳ୍ପଟି ବରଦାନ ସଦୃଶ ହେବ । ୧୫୨୪.୧୭ ହେକ୍ଟର ଅଞ୍ଚଳର ଜଙ୍ଗଲ ଜମିରେ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥି ନିମନ୍ତେ ଅନୁମତି ମିଳିଛି । ଏହାଦ୍ବାରା ବୃତଙ୍ଗ ଜଳସେଚନ ପ୍ରକଳ୍ପରେ ୨୩ ହଜାର ହେକ୍ଟର ଅଞ୍ଚଳରେ ଜଳସେଚନ ପ୍ରକଳ୍ପ ଆରମ୍ଭ କରାଯାଇପାରିବ । ଏହି ଖବର ପାଇବା ପରେ ନୟାଗଡ଼ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଏହା ବି ପଢନ୍ତୁ...ବର୍ଷା ଦିନରେ ଚାଲିଛି ନଦୀ ବନ୍ଧ ନିର୍ମଣ, କାମ ସ୍ଥାୟୀତ୍ଵ ନେଇ ଉଠୁଛି ପ୍ରଶ୍ନ - Dam Construction on Bhargavi river
ଏହା ବି ପଢନ୍ତୁ...ରେଳମନ୍ତ୍ରୀଙ୍କ ରେଳ ପ୍ରକଳ୍ପ ସମୀକ୍ଷା, ରେଳ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱାରୋପ - Railway minister review meeting

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିକଟରେ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ । ଏହି ସମୟରେ ସେ ଏ ସମ୍ପର୍କରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନାର କିଛି ଦିନ ମଧ୍ୟରେ ପ୍ରକଳ୍ପ ଲାଗି ଜଙ୍ଗଲ ଅନୁମତି ମିଳିଛି । ରାଜ୍ୟବାସୀଙ୍କ ପାଇଁ ଏହା ଏକ ବଡ଼ ଭେଟି ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଏଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିପାଇଁ ସମ ପରିମାଣର ଅଣ ଜଙ୍ଗଲ ଅଞ୍ଚଳରେ କ୍ଷତି ପୂରକ ବନୀକରଣ ସହିତ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀର ଅନୁପାଳନ କରାଯିବ ବୋଲି ମଧ୍ୟ ନିର୍ଦ୍ଦେଶ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.