ETV Bharat / state

ଦୀପାବଳି ପରେ ବିଗିଡ଼ିଗଲା ବାୟୁମଣ୍ଡଳ ସ୍ଥିତି, ବାଣ ଯୋଗୁଁ ରାଜଧାନୀରେ କୃତ୍ରିମ କୁହୁଡ଼ି - SMOG IN BHUBANESWAR

ଦୀପାବଳିରେ ବାଣଫୁଟା ଯୋଗୁ ଭୁବନେଶ୍ବରେ ବାୟୁ ପ୍ରଦୂଷଣ । ରାଜଧାନୀରେ କୃତ୍ରିମ କୁହୁଡ଼ି ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ସମସ୍ୟା ନେଇ ସତର୍କ କରାଇଲେ ।

Air Pollution in Bhubaneswar
Air Pollution in Bhubaneswar (ETV Bharat Odisha)
author img

By ETV Bharat Odisha Team

Published : Nov 2, 2024, 8:28 PM IST

Updated : Nov 2, 2024, 8:44 PM IST

ଭୁବନେଶ୍ବର: ଦୀପାବଳି ପରେ ପରେ ରାଜ୍ୟରେ ବାୟୁ ପ୍ରଦୂଷଣର ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ବିଶେଷ ଭାବରେ ଭୁବନେଶ୍ୱର, କଟକ, ତାଳଚେର ଓ ବାଲେଶ୍ଵର ଭଳି ସହରରେ ଯୁଆଡ଼େ ଚାହିଁବେ, ଖାଲି ଧୂଆଁ ଆଉ ଧୂଆଁ ଭଳି ନଜର ଆସୁଛି । ଦୁଇ ଦିନ ଧରି ଦୀପାବଳି ପାଳନ ସମୟରେ ବାଣ ଫୁଟାଇବା ପରେ ବିଗିଡ଼ିଯାଇଛି ସଂପୂର୍ଣ୍ଣ ପରିବେଶ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମକୁ ଫୁ କରି ଉଡ଼ାଇ ଦେଇଛନ୍ତି ସହର ବାସିନ୍ଧା । ବାଣ ଯୋଗୁଁ କୁତ୍ରିମ କୁହୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଶ୍ଵାସ ଜନିତ ରୋଗ ଉପରେ ଅଧିକ ପ୍ରଭାବ ପଡିବ ବୋଲି କହିଛନ୍ତି OUAT ବୈଜ୍ଞାନିକ ଅମରେଶ ଖୁଣ୍ଟିଆ।

Air Pollution in Bhubaneswar (ETV Bharat Odisha)

ରାଜଧାନୀ ଆକାଶରେ କୃତ୍ରିମ କୁହୁଡ଼ି:

ପ୍ରଦୂଷଣକୁ ନେଇ ଓୟୁଏଟିର କୃଷି ବୈଜ୍ଞାନିକ ଅମରେଶ ଖୁଣ୍ଟିଆ କହିଛନ୍ତି,"ଦୀପାବଳି ଯୋଗୁଁ ଭୁବନେଶ୍ୱର ଆକାଶରେ କୁତ୍ରିମ କୁହୁଡ଼ି ଦେଖିବାକୁ ମିଳିଛି । ଶୁକ୍ରବାର ରାତିରୁ ସକାଳ ୭ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ରହିଥିଲା । ଯାହାର ଭିଜିବିଲିଟି ୫୦ରୁ ୧୦୦ ମିଟର ରହିଛି । ତେବେ ଏହା କୁହୁଡ଼ି ନୁହେଁ ବରଂ ଏହା ହେଉଛି SMOG ।"

'ଗ୍ରୀନ ବାଣ ଧୂଆଁରୁ ଅଧିକ ମାତ୍ରାରେ ହେଉଛି କୃତ୍ରିମ କୁହୁଡ଼ି'

ବୈଜ୍ଞାନିକ ଅମରେଶ ଖୁଣ୍ଟିଆ କହିଛନ୍ତି, "ରାଜଧାନୀରେ ଅତ୍ୟଧିକ ବାୟୁ ପ୍ରଦୂଷଣ ଦେଖିବାକୁ ମିଳିଛି । ଗ୍ରୀନ ବାଣରୁ ନିର୍ଗତ ଧୂଆଁ ଅଧିକ ହେଉଥିବାରୁ କୃତ୍ରିମ କୁହୁଡ଼ି ହୋଇଛି । ଗ୍ରୀନ ବାଣରେ କେଉଁ ଗ୍ୟାସ ରହୁଛି ଏହାକୁ ବାରମ୍ବାର ଯାଞ୍ଚ କରିବା ଆବଶ୍ୟକ । ଗ୍ରୀନ ବାଣ ପ୍ରଭାବରେ ବାୟୁ ପ୍ରଦୂଷଣ ଅଧିକ ହେଉଛି । ଯାହାଫଳରେ କି ଏହି SMOGର ପ୍ରଭାବ ବିଶେଷ ଭାବରେ ଶ୍ଵାସରୋଗୀ, ହୃଦୟ ରୋଗୀ ଓ ଫୁସଫୁସ ଜନିତ ରୋଗରେ ପୀଡିତ ଥିବା ଲୋକଙ୍କ ଉପରେ ଅଧିକ ପ୍ରଭାବ ପଡିବ ।"

Air Pollution in Bhubaneswar
Air Pollution in Bhubaneswar (ETV Bharat Odisha)

ରାଜ୍ୟରେ କିଭଳି ରହିଛି AQI ରେକର୍ଡ:

ଭୁବନେଶ୍ୱରରେ ବିଗିଡ଼ିଗଲା ବାୟୁମଣ୍ଡଳ ସ୍ଥିତି । ଆଜି ସକାଳେ ଏହା ୧୮୧ AQI ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ରହିଛି ପ୍ରଦୂଷଣ ନିୟନ୍ତ୍ରଣର ୨ଟି ଷ୍ଟେସନ । ଲିଙ୍ଗରାଜ ଷ୍ଟେସନ ଅଧୀନରେ ଆସୁଥିବା ଅଞ୍ଚଳରେ ସ୍ଥିତି ଉଦବେଗଜନକ ରହିଛି । ଏଠାରେ ୨୨୮ AQI ରେକର୍ଡ କରାଯାଇଛି । ସେହିପରି ପଟିଆ ଷ୍ଟେସନ ଅଧୀନସ୍ଥ ଅଞ୍ଚଳରୁ ୧୩୪ AQI ରେକର୍ଡ ହୋଇଛି । ସେପଟେ ତାଳେଚର ୨୩୩ AQI, ବାଲେଶ୍ୱର ୧୧୭ AQI, ରାଉରକେଲା ୧୯୦ AQI ଓ ଅନୁଗୁଳ ୧୭୧ AQI ରହିଛି । ଗତକାଲି ସୁଦ୍ଧା କଟକର ସ୍ଥିତି ଭଲ ଥିଲା । ହେଲେ ଆଜି ସକାଳେ ଏହା ୧୨୬ AQI ହେବାରୁ ଚିନ୍ତା ବଢୁଛି । ଗତକାଲି ବାଣ ଫୁଟିବାରୁ ଭୁବନେଶ୍ୱରରେ ପ୍ରଦୂଷଣର ମାତ୍ରା ବଢିଥିବା ଅନୁମାନ କରାଯାଉଛି । ଯେଉଁଥିପାଇଁ ଭୁବନେଶ୍ୱର ଏକ ଧଳା ଚାଦର ପରି ଦୃଶ୍ୟମାନ ହେଉଥିଲା ବୋଲି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

କିପରି ପ୍ରଦୂଷଣର ମାତ୍ରା ବିବେଚନା କରାଯାଏ:

ଶୂନ୍ୟରୁ ୫୦ ମଧ୍ୟରେ ଏକ୍ୟୁଆଇକୁ ‘ଭଲ’ ବୋଲି ବିବେଚନା କରାଯାଉଥିବା ବେଳେ ୫୧ରୁ ୧୦୦ ମଧ୍ୟରେ ‘ସନ୍ତୋଷଜନକ', ୧୦୧ରୁ ୨୦୦ ମଧ୍ୟରେ ‘ମଧ୍ୟମ’, ୨୦୧ରୁ ୩୦୦ ମଧ୍ୟରେ ରହିଲେ ‘ଖରାପ’, ୩୦୧ରୁ ୪୦୦ ମଧ୍ୟରେ ‘ଅତ୍ୟନ୍ତ ଖରାପ’ ଓ ୪୦୧ ରୁ ୫୦୦ ମଧ୍ୟରେ ରହିଲେ ‘ଗୁରୁତର’ ବୋଲି ବିବେଚନା କରାଯାଏ ।

ଏହା ମଧ୍ୟ ପଢ଼ନ୍ତୁ...ଫୁଟିଲା ବାଣ, ବଢିଲା ପ୍ରଦୂଷଣ: ଭୁବନେଶ୍ୱରରେ ବର୍ଷା ଦେଲା ଆଶ୍ୱସ୍ତି

ଏହା ମଧ୍ୟ ପଢ଼ନ୍ତୁ...ଦୀପାବଳି ପରେ ବିଗିଡିଲା କଟକର ପରିବେଶ, ଧୂଆଁ ବଳୟରେ କଲବଲ ଲୋକେ

ଏହା ମଧ୍ୟ ପଢ଼ନ୍ତୁ...ଦୀପାବଳି ପରେ ବଢ଼ିଲା ପ୍ରଦୂଷଣ ମାତ୍ରା; ଧୂଆଁମୟ ଟ୍ବିନ ସିଟି,ସୂର୍ଯ୍ୟ ମନ୍ଦିରରେ କୁହୁଡ଼ି ଆସ୍ତରଣ

ଶ୍ଵାସରୋଗର ସବୁଠାରୁ ବଡ କାରଣ:
ଶ୍ୱାସରୋଗର ସବୁଠାରୁ ବଡ କାରଣ ଧୂଳି, ପ୍ରଦୁଷଣ ଏବଂ ଧୂଆଁ ଅଟେ । ଏହି ରୋଗ ହେଲେ ବିଶେଷ ଭାବରେ କାଶ, ମୁଣ୍ଡ ବିନ୍ଧିବା, ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଓ ଛାତିରେ ଯନ୍ତ୍ରଣା ହେବା ଭଳି ଲକ୍ଷଣ ବିଶେଷ ଭାବରେ ଦେଖାଯାଇଥାଏ । ଏହାସହ ଧଇଁ ସଇଁ ଲାଗିବା, ନିଶ୍ୱାସ ନେବା ସମୟରେ ସଁ ସଁ ଶବ୍ଦ ହେବା, ବିଶେଷ ଭାବରେ ଛାତିରେ ଅତ୍ୟଧିକ କଷ୍ଟ ଅନୁଭବ କରିବା ଆଦି ଲକ୍ଷଣ ମାନ ଦେଖାଯାଏ ।

ଶ୍ଵାସ ରୋଗୀମାନେ କ’ଣ କରିବେ:

ଶ୍ୱାସରୋଗୀ ବିଶେଷ ଭାବରେ ଆଇସ୍‌କ୍ରିମ୍‌, ବରଫ ଆଦି ଖାଇବା ଅନୁଚିତ । ଶ୍ୱାସରୋଗୀ ଧୂମପାନ କରିବା ଅନୁଚିତ । ଧୂମପାନ କରୁଥିବା ଅନ୍ୟ ଲୋକଙ୍କଠାରୁ ମଧ୍ୟ ଦୂରେଇ ରହିବା ଆବଶ୍ୟକ । ସୁଷମ ଖାଦ୍ୟ ଖାଇବା ଆବଶ୍ୟକ । ଅଧିକ ଥଣ୍ଡାରୁ ଦୂରେଇ ରହିବା ଉଚିତ । ଘର ଭିତରକୁ ଉପଯୁକ୍ତ ବାୟୁ ଚଳାଚଳ ହେବା ଅତ୍ୟନ୍ତ ଆବଶ୍ୟକ । ବିଶେଷ ଭାବରେ ଶୋଇବା ଘରେ ଭଲ ଭାବରେ ଧୂଳି ଆଦି ସଫା ରଖିବା ଆବଶ୍ୟକ । ଘର ଝଡ଼ାଝଡ଼ି କରିବା ସମୟରେ ମାସ୍କ ବ୍ୟବାହାର କରିବା ଦରକାର ।

ଇଟିିଭି ଭାରତ, ଭୁବନେଶ୍ବର

Last Updated : Nov 2, 2024, 8:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.