ETV Bharat / state

ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ; ପଞ୍ଚାୟତସ୍ତରରେ ସାମିଲ ହେଲେ ୯୯୪୧୩

author img

By ETV Bharat Odisha Team

Published : Feb 4, 2024, 10:59 PM IST

Grand Celebrataion Of World Odia Language Conference: ଓଡିଆ ଭାଷାକୁ ସୁରକ୍ଷିତ ଓ ସଂରକ୍ଷିତ ଏବଂ ପ୍ରୋତ୍ସାହନ ଦେବା ଲାଗି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଇଛି । ୩୧୪ ଟି ପଞ୍ଚାୟତ ସମିତି ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେଲେ ୯୯୪୧୩ ଜଣ । ଅଧିକ ପଢନ୍ତୁ

ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ;  ପଞ୍ଚାୟତସ୍ତରରେ ସାମିଲ ହୋଇଛନ୍ତି ୯୯୪୧୩ ଜଣ ଲୋକ

ଭୁବନେଶ୍ବର : ଓଡିଆ ଭାଷାକୁ ସୁରକ୍ଷିତ ଓ ସଂରକ୍ଷିତ ଏବଂ ପ୍ରୋତ୍ସାହନ ଦେବା ଲାଗି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଇଛି । ଭୂବନେଶ୍ବରର ଜନତା ମଇଦାନରେ ଫେବୃଆରୀ ୩ ରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ୫ ତାରିଖରେ ଶେଷ ହେବ । ଏହି ଉତ୍ସବ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତି ସ୍ତରରେ ପାଳନ ହୋଇଛି । ପଞ୍ଚାୟତ ସମିତି ସ୍ତରରେ ଉତ୍ସବର ପ୍ରଚାର ଓ ପ୍ରସାର ପାଇଁ ହୋର୍ଡିଂ ଓ ବ୍ୟାନର ପ୍ରଦର୍ଶନ କରାଯାଇଛି ।

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଉତ୍ସବ ଆରମ୍ଭରେ ବରପୁତ୍ରମାନଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଉପସ୍ଥିତ ବ୍ୟକ୍ତି ମାନଙ୍କ ଦ୍ବାରା “ବନ୍ଦେ ଉତ୍କଳ ଜନନୀ” ସମୂହ ଗାନ କରାଯାଇଛି । ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ଇତ୍ୟାଦିରେ ଉତ୍କର୍ଷ ଳାଭ କରିଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି । ଏହା ସହିତ ପାଲା, ଦାସକାଠିଆ, ଗୋଟିପୁଅ ନୃତ୍ୟ, ସ୍ଥାନୀୟ ଲୋକ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେହିପରି ଗ୍ରାମ ପଞ୍ଚାୟତ ସ୍ତରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଜନସାଧାରଣଙ୍କ ଦ୍ବାରା ଗ୍ରାମପଞ୍ଚାୟତ ମୁଖ୍ୟାଳୟରେ “ବନ୍ଦେ ଉତ୍କଳ ଜନନୀ” ସମୂହ ଗାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ... ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ଓଡିଆ ସ୍ବାଧୀନତା ସଂଗ୍ରାମୀ, ଦାର୍ଶନିକ, ଲେଖକ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଫଟୋଚିତ୍ରରେ ପଞ୍ଚାୟତିରାଜ ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟାମାନଙ୍କ ଦ୍ବାରା ପୁଷ୍ପମାଲ୍ୟ ଅର୍ପଣ, ସ୍ବତନ୍ତ୍ର ଗ୍ରାମ ସଭାର ଆୟୋଜନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏତଦବ୍ୟତୀତ ବ୍ଲକ ପରିସରରେ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟରେ ଜନତା ମଇଦାନରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣର ଆୟୋଜନ କରାଯାଇଛି । ମିଳିଥିବା ତଥ୍ୟ ଅନୁଯାୟୀ ୩୧୪ ଟି ପଞ୍ଚାୟତ ସମିତି ସ୍ତରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୋଟ ୯୯୪୧୩ ସଂଖ୍ୟକ ଲୋକ ଉତ୍ସବରେ ଯୋଗଦାନ କରିଛନ୍ତି । ସେହିପରି ୬୦୫୦ ବିଶିଷ୍ଟ ବ୍ୟକ୍ତିଙ୍କୁ ପଞ୍ଚାୟତିରାଜ ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟାମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଛି । ସେହିପରି ୬୭୯୪ ଟି ଗ୍ରାମ ପଞ୍ଚାୟତ ସ୍ତରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୋଟ ୯୭୪୦୧୦ ସଂଖ୍ୟକ ଲୋକ ଯୋଗଦାନ କରିଛନ୍ତି ।

ଏହି ସମ୍ମିଳନୀରେ ଓଡ଼ିଆ ଭାଷା ଏବଂ ଭାଷା ବିଜ୍ଞାନରେ ଅନନ୍ୟ ଅବଦାନ ପାଇଁ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି । ସେହିପରି ଜୀବନବ୍ୟାପୀ ସାଧନା ପାଇଁ ଦୁଇ ଓଡ଼ିଆ ପଦ୍ମଭୂଷଣ ସୀତାକାନ୍ତ ମହାପାତ୍ର ଓ ବିଶିଷ୍ଟ ଲେଖିବା ପଦ୍ମଭୂଷଣ ପ୍ରତିଭା ରାୟଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.