ETV Bharat / state

କେନ୍ଦୁପତ୍ର ବିକାଳିଙ୍କୁ ମିଳୁନି ଉଚିତ ପ୍ରାପ୍ୟ, ସାହାରା ପାଲଟିଛି ଗ୍ରାମସଭା - Kendu Leaf Marketing In Koraput - KENDU LEAF MARKETING IN KORAPUT

Kendu Leaf Marketing In Koraput: ଆଦିବାସୀଙ୍କ ପାଇଁ ଜୀବିକା ଉତ୍ସ ଥିବା କେନ୍ଦୁପତ୍ର ବିକାଳିଙ୍କ କେନ୍ଦୁପତ୍ର ବିକିବା ସମସ୍ୟା ହେଲା ଦୂର । ଗ୍ରାମସଭା ସଂଗଠନ ମାଧ୍ୟମରେ ଲୋକେ ଏବେ ସହଜରେ କେନ୍ଦୁପତ୍ର ବିକିବା ସହ ଭଲ ରୋଜଗାର କରିପାରୁଛନ୍ତି । ଅଧିକ ପଢନ୍ତୁ

କେନ୍ଦୁପତ୍ର ବିକାଳିଙ୍କୁ ମିଳୁନି ଉଚିତ ପ୍ରାପ୍ୟ, ସାହାରା ପାଲଟିଛି ଗ୍ରାମସଭା

author img

By ETV Bharat Odisha Team

Published : Apr 30, 2024, 9:00 PM IST

କେନ୍ଦୁପତ୍ର ବିକାଳିଙ୍କୁ ମିଳୁନି ଉଚିତ ପ୍ରାପ୍ୟ, ସାହାରା ପାଲଟିଛି ଗ୍ରାମସଭା

କୋରାପୁଟ: ଦକ୍ଷିଣ ଓଡ଼ିଶାରେ ସାଧାରଣତଃ ଲୋକେ କେନ୍ଦୁପତ୍ର ଭଳି ଜଙ୍ଗଲ ଉତ୍ପାଦ ଦ୍ରବ୍ୟ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି । ଏହା ସେଠାକାର ଆଦିବାସୀ ସମ୍ପ୍ରଦାୟ ପାଇଁ ଜୀବିକାର ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସ ଭାବରେ ବିବେଚନା କରାଯାଏ ଏବଂ ଏହାକୁ "ସବୁଜ ସୁନା" ନାମରେ ନାମିତ କରାଯାଇଛି । ତେବେ ପ୍ରାୟ ସମୟରେ ଲୋକେ ଏହାକୁ କିପରି ବିିକ୍ରି କରିବେ ସେନେଇ ଚିନ୍ତିତ ଥା'ନ୍ତି । ଏପରି ସମୟରେ ବର୍ତ୍ତମାନ ଲୋକେ କେନ୍ଦୁପତ୍ର ବିକିବା ସମ୍ଭବପର ହୋଇପାରିଛି । ଲୋକେ ଗ୍ରାମସଭା ସଂଗଠନ ମାଧ୍ୟମରେ କେନ୍ଦୁପତ୍ରକୁ ଲୋକେ ସହଜରେ ବିକ୍ରି କରୁଥିବା ବେଳେ ଭଲ ଟଙ୍କା ମଧ୍ୟ ରୋଜଗାର କରିପାରୁଛନ୍ତି ।

ସୂଚନା ଅନୁସାରେ, ରାଜ୍ୟ ସରକାର କେନ୍ଦୁପତ୍ର ବିଭାଗ ସୀମିତ ସୁବିଧା ସହ କାର୍ଯ୍ୟ କରୁଥିବା ଯୋଗୁଁ ଏବେ ଲୋକେ ଗ୍ରାମସଭା ଉପରେ ନିର୍ଭର ହୋଇଛନ୍ତି । କାରଣ ଏଥିରେ ପଞ୍ଜୀକୃତ ସଂଗ୍ରହକାରୀଙ୍କ ସହ କିଛି ଗାଁରେ କେବଳ କିଛି ସୀମିତ ଦିନ ପାଇଁ ସଂଗ୍ରହ କରିବାରେ ସକ୍ଷମ ହୋଇଥାଏ । ଯାହା ଫଳରେ ଏହି ସୀମିତ ସମୟରେ ଅନେକ ଗ୍ରାମବାସୀ ସେମାନଙ୍କର କେନ୍ଦୁପତ୍ର ବିକ୍ରୟ କରିବାରେ ଏବଂ ଏହି ମୂଲ୍ୟବାନ ଆୟର ଉତ୍ସରୁ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଥିସହ କେନ୍ଦୁପତ୍ର ନଷ୍ଟ ହେଉଥିବା ଅଭିଯୋଗ ହୋଇଥିବା କେନ୍ଦୁପତ୍ର ସଂଗ୍ରହକାରୀଙ୍କ ସହ କାର୍ଯ୍ୟ କରୁଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ପ୍ରେଡର ସମ୍ପାଦକ ବିଦ୍ୟୁତ ମହାନ୍ତି କହିଛନ୍ତି ।

ଯାହା ପରେ ଏହି ସମସ୍ୟାର ସମାଧାନ କରିବା ପାଇଁ ବୈପାରିଗୁଡା ବ୍ଲକରେ ୧୦୩ ଗ୍ରାମସଭା ଏକତ୍ରିତ ହୋଇ ଆଦିବାସୀ ସମ୍ପ୍ରଦାୟଠାରୁ କେନ୍ଦୁପତ୍ର ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଗ୍ରାମ ସଭାଗୁଡ଼ିକ ୨୦୦୬ ମସିହାରେ ଜଙ୍ଗଲ ଅଧିକାର ଅଧିନିୟମର ଧାରା 3 (1) (C) ଅନୁଯାୟୀ ସେମାନଙ୍କର ଅଧିକାରକୁ ଦର୍ଶାଇ କମ୍ୟୁନିଟି ଜଙ୍ଗଲ ଅଧିକାର ଦାବି ଦାଖଲ କରିଛନ୍ତି । ଏଥିସହ ଗ୍ରାମସଭାରେ କେନ୍ଦୁପତ୍ରର ପରିବହନ ପାଇଁ ବ୍ୟବସାୟୀମାନଙ୍କୁ ଟ୍ରାଞ୍ଜିଟ୍ ଅନୁମତି ପ୍ରଦାନ କରିବାକୁ କ୍ଷମତା ପ୍ରଦାନ ମଧ୍ୟ କରାଯାଇଛି । ଫଳସ୍ୱରୂପ, ଆଦିବାସୀ ତଥା କେନ୍ଦୁପତ୍ର ବିକାଳି ଏଥିରୁ ଉପକୃତ ହେବା ସହ ଲାଭବାନ ହେବେ ବୋଲି ସ୍ପ୍ରେଡ଼ ସମ୍ପାଦକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅସନ୍ତୁଷ୍ଟ କେନ୍ଦୁପତ୍ର ତୋଳାଳି: ପହଞ୍ଚିପାରୁନି ସରକାରଙ୍କ ଭେଟି, ସୁହାଉନି ଦୈନିକ ମଜୁରୀ

ଏହି ସାମୂହିକ ପ୍ରୟାସକୁ ସୁଗମ କରିବା ପାଇଁ 103 ଗ୍ରାମସଭା ଧନପତି ଖିଲଙ୍କ ଅଧ୍ୟକ୍ଷତାରେ " ବୈପାରିଗୁଡା ଗ୍ରାମ ସଭା ମହା ସଂଗଠନ" ପ୍ରତିଷ୍ଠା କରାଯାଇଛି । ବୈପାରିଗୁଡା ଗ୍ରାମ ସଭା ମହା ସଂଗଠନର ପ୍ରୟାସ ଏବଂ ଗ୍ରାମସଭାଗୁଡ଼ିକର ଏକତା କେନ୍ଦୁପତ୍ର ବିକାଳିଙ୍କ ଅଧିକାର ତଥା ସେମାନଙ୍କ ସମ୍ପ୍ରଦାୟର ଉନ୍ନତି ପାଇଁ ନିରନ୍ତର କାମ କରିବାକୁ ସଂକଳ୍ପ ନେଇଥିବା ସଂଗଠନର ମହିଳା ସଦସ୍ୟ ମତ ରଖିଛନ୍ତି । ଏହି ପ୍ରୟାସ ମାଧ୍ୟମରେ ଗ୍ରାମ ସଭାଗୁଡ଼ିକ ସେମାନଙ୍କର ସଦସ୍ୟମାନଙ୍କ କଲ୍ୟାଣକୁ ସୁନିଶ୍ଚିତ କରିବା ଏବଂ ଅମୂଲ୍ୟ ଉତ୍ସକୁ ସଂରକ୍ଷଣ କରିବା ପାଇଁ ଆଶା କରିଛନ୍ତି ।

ସେପଟେ ଗ୍ରାମସଭା ମହାସଭା ସଚିବ ସୁକ୍ରାକ୍ରିସାନୀଙ୍କ କହିବା ଅନୁଯାୟୀ, ଦୁଇ ସପ୍ତାହ ମଧ୍ୟରେ କେନ୍ଦୁପତ୍ରର ଅତି କମରେ ସାତ ଲକ୍ଷ ବଣ୍ଡଲ ସଂଗ୍ରହ କରିବାର ଲକ୍ଷ୍ୟ ପୂରଣ କରାଯିବ । ଯାହାଦ୍ୱାରା ବ୍ଲକର ଗରିବ ଆଦିବାସୀମାନଙ୍କ ପାଇଁ ଯଥେଷ୍ଟ ଆୟ ସୃଷ୍ଟି ହେବ । ଏହାସହ ଏହି ଗ୍ରାମ ସଭାଗୁଡ଼ିକ ବିଭିନ୍ନ ବ୍ୟବସାୟୀଙ୍କ ସହ ସହଭାଗିତା ସ୍ଥାପନ କରି ମାର୍କେଟିଂ ଉଦ୍ଦେଶ୍ୟରେ ପତ୍ରଗୁଡିକ ପ୍ରକ୍ରିୟାକରଣ ଏବଂ ପ୍ୟାକେଜ୍ କରିବାକୁ ଯୋଜନା କରାଯାଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.