ETV Bharat / state

କଳାହାଣ୍ଡିରେ ରାଜ୍ୟପାଳ ରଘୁବର ଦାସ, କେସିଙ୍ଗାରେ ଅମୃତ ସୋରବର ଷ୍ଟେସନର ଶିଳାନ୍ୟାସ - Governor Raghubar Das at Kalahandi

Governor Raghubar Das visits Kalahandi: ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ମା' ମାଣିକେଶ୍ବରୀଙ୍କ ଦର୍ଶନ ପରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ । ଅଧିକ ପଢ଼ନ୍ତୁ

କଳାହାଣ୍ଡିରେ ରାଜ୍ୟପାଳ ରଘୁବର ଦାସ
କଳାହାଣ୍ଡିରେ ରାଜ୍ୟପାଳ ରଘୁବର ଦାସ
author img

By ETV Bharat Odisha Team

Published : Feb 26, 2024, 7:18 PM IST

କଳାହାଣ୍ଡିରେ ରାଜ୍ୟପାଳ ରଘୁବର ଦାସ

ଭବାନୀପାଟଣା : ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ କେସିଙ୍ଗାରେ ଅମୃତ ସୋରବର ଷ୍ଟେସନର ଶିଳାନ୍ୟାସ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ରାଜ୍ୟପାଳ ପ୍ରଥମେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କ ଦର୍ଶନ କରିଥିଲେ । ଏହାପରେ ଭବାନୀପାଟଣା ଠାରେ ଥିବା ନେହେରୁ ସେବା କେନ୍ଦ୍ରକୁ ଯାଇ ସେଠାରେ ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିବା ସହ ଭବିଷ୍ୟତ ଗଢ଼ିବା ପାଇଁ ଉପଦେଶ ଦେବା ସହ ନିଜ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଛାତ୍ରଛାତ୍ରୀଙ୍କ ପାଠ ପଢା ପାଇଁ ଘୋଷଣା କରିଥିଲେ ।

ଏହାପରେ ଛାତ୍ରଛାତ୍ରୀ ମାନଙ୍କୁ ଫଳ ବଣ୍ଟନ କରିବା ପରେ ତେନ୍ତୁଳି ଖୁଣ୍ଟି ଠାରେ ଜନ ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇ ପରେ କେସିଙ୍ଗା ଗସ୍ତ କରିଥିଲେ ରାଜ୍ୟପାଳ । କେସିଙ୍ଗାରେ ଅମୃତ ଭାରତ ଷ୍ଟେସନର ଶିଳାନ୍ୟାସ କରିଛନ୍ତି ରାଜ୍ୟପାଳ । ୨୦.୮୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟେସନ ସ୍ବତନ୍ତ୍ର ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମୋଡ୍‌ରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ମଡେଲ ଷ୍ଟେସନରେ ସବୁ ସୁବିଧା ରହିଛି । ଭାରତୀୟ ରେଳ ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏୟାରପୋର୍ଟ ଭଳି ସୁବିଧା ଏହି ଷ୍ଟେସନରେ ରହିବ । ଯାହାର ଫାଇଦା ଗରିବ ଓ ମଧ୍ୟବିତ୍ତ ଲୋକ ମଧ୍ୟ ପାଇ ପାରିବେ । ଭାରତ ସାରା ବିଶ୍ବରେ ତୃତୀୟ ଅର୍ଥନୈତିକ ବିକାଶିତ ଦେଶ ହେବ ବୋଲି କହିଛନ୍ତି ରାଜ୍ୟପାଳ ରଘୁବର ଦାସ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟପାଳଙ୍କ ଦିନିକିଆ ନବରଙ୍ଗପୁର ଗସ୍ତ

କେସିଙ୍ଗା ଷ୍ଟେସନରେ ଅତିଥି ଭାବରେ ଯୋଗୋଦାନ କରି ପ୍ରଧାନମନ୍ତ୍ରୀଙ୍କ ଅମୃତ ଭାରତ ଷ୍ଟେସନକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ରାଜ୍ୟପାଳ । ପରେ ଉତ୍କେଳା ଠାରେ ମଧ୍ୟ ଏକ ଜନସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉତ୍କେଳା ମିନି ଷ୍ଟାଡୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ଜନ ସାଧାରଣ ସାମିଲ ହୋଇଥିଲେ । ଏହାପରେ ପଷ୍ଟିଗୁଡ଼ି ଠାରେ ଥିବା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହ ମେଡିକାଲ ଟିମ ଓ ରୋଗୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ରାଜ୍ୟପାଳଙ୍କ ଏହି ଗସ୍ତ ସମୟରେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.