ETV Bharat / state

ରାଜ୍ୟପାଳଙ୍କ ପୁଅ ନାଁରେ ସଙ୍ଗୀନ ଅଭିଯୋଗ ! ‘ଦାମୀ ଗାଡି ନ ପଠାଇବାରୁ ASOଙ୍କୁ ନିର୍ଦ୍ଧୁମ ମାଡ’, ମାମଲା ରୁଜୁ - Complaint against Governor Son

author img

By ETV Bharat Odisha Team

Published : Jul 12, 2024, 2:16 PM IST

Updated : Jul 13, 2024, 1:34 PM IST

Complaint against Governor Raghubar Das's Son Lalit Kumar: ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ନାଁରେ ସାଂଘାତିକ ଅଭିଯୋଗ । ASOଙ୍କୁ ମାଡ ମାରିବା ସହ ଗାଳିଗୁଲଜ ଅଭିଯୋଗ ହୋଇଛି । ରାଜ୍ୟପାଳ ଓ ରାଜ୍ୟପାଳଙ୍କ ସଚିବଙ୍କ ପାଖରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ରୁଜୁ ହେଲା ମାମଲା । ଅଧିକ ପଢନ୍ତୁ

Complaint against Governor  Son
Complaint against Governor Son (ETV Bharat Odisha)

ଭୁବନେଶ୍ୱର: ASOଙ୍କୁ ମାଡମାରିଲେ ରାଜ୍ୟପାଳଙ୍କ ପୁଅ । ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି । ରାଜଭବନ କର୍ମଚାରୀ ଡ୍ୟୁଟିରେ ଥିବା ସମୟରେ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ରାଜ୍ୟପାଳ ଓ ରାଜ୍ୟପାଳଙ୍କ ସଚିବଙ୍କ ପାଖରେ ଲିଖିତ ଭାବେ ଜଣାଇଥିଲେ ପୀଡିତ ଏଏସଓ ବୈକୁଣ୍ଠନାଥ ପ୍ରଧାନ । ହେଲେ ତାଙ୍କ ଗୁହାରି କେହି ଶୁଣି ନଥିଲେ । ଏବେ ପୁରୀ ସମୁଦ୍ରକୁଳିଆ ଥାନା ପୋଲିସ ମାମଲା ରୁଜୁ କରିବା ସହ NHRCରେ ପହଞ୍ଚିଛି ମାମଲା ।

କଣ ଥିଲା ପୁରା ଘଟଣା: ଅତ୍ୟାଚାର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ରାଜଭବନ କର୍ମଚାରୀ ତଥା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବୈକୁଣ୍ଠ ପ୍ରଧାନ । ତାଙ୍କ ଅଭିଯୋଗ ମୁତାବକ, ଗତ ୭ ତାରିଖରେ ରାଷ୍ଟ୍ରପତି ପୁରୀ ଗସ୍ତ କରିଥିବା ବେଳେ ଡ୍ୟୁଟି ପାଇଁ ସେ ପୁରୀ ରାଜଭବନ ଯାଇଥିଲେ । ସେଠାରେ ସେ ଡ୍ୟୁଟି କରୁଥିବା ସମୟରେ ତାଙ୍କୁ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର, ତାଙ୍କର ଦୁଇ ଜଣ ବନ୍ଧୁଙ୍କ ସହ ୨ଜଣ ପିଏସଓ ରୋଷେୟା ମିଳିମିଶି ତାଙ୍କୁ ରାଜଭବନ ଭିତରେ ମାଡ଼ ମାରିବା ସହ ଲହୁ ଲୁହାଣ କରିଥିଲେ । ସେମାନଙ୍କୁ ଆଣିବା ପାଇଁ କାହିଁକି ଷ୍ଟେସନକୁ ଦୁଇଟି ଦାମୀ ଗାଡି ପଠାଇ ନଥିଲୁ କହି ସେମାନେ ଏଭଳି ମାଡ଼ ମାରିଥିବା ସେ ଅଭିଯୋଗ କରିଥିଲେ । ଏପରିକି ସେ ଜୀବନ ବଞ୍ଚାଇ ବାହାରକୁ ପଳାଇ ଆସୁଥିବା ବେଳେ ପୁଣି ତାଙ୍କୁ ଦୁଇ ଜଣ ପିଏସଓ ଟେକି ନେଇ ରୁମ୍ ନ୪ରେ ପୁରାଇ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ତାଙ୍କର ପାଟି, ନାକ, ଗୋଡ଼ ଏବଂ ହାତରେ ଆଘାତ ଲାଗିଥିବା ଅଭିଯୋଗ କରିଛନ୍ତି ASO । ଏଭଳି ଅଭିଯୋଗ କରିବା ପରେ ସେ ଏବେ ଛୁଟି ନେଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।

ରାଜ୍ୟପାଳଙ୍କ ପୁଅ ନାଁରେ ସଙ୍ଗୀନ ଅଭିଯୋଗ (ETV Bharat Odisha)

ଏହାମଧ୍ୟ ପଢନ୍ତୁ.. ବରିଷ୍ଠ IPS ଅଫିସର ଆଶିଷ ସିଂଙ୍କ ବଦଳି, ମିଳିଲା ଏହି ଦାୟିତ୍ବ - New Posting Of IPS Ashish Singh

ଏନେଇ ରାଜ୍ୟପାଳ ଓ ରାଜ୍ୟପାଳଙ୍କ ସଚିବଙ୍କୁ ଜଣାଇଥିଲେ ମଧ୍ୟ ୧୧ ତାରିଖ ସୁଦ୍ଧା ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ସେ ପୁରୀ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ମାମଲା ରୁଜୁ ହୋଇନଥିଲା । ଏବେ ସମୁଦ୍ରକୁଳ ଥାନାରେ ହୋଇଥିବା ଅଭିଯୋଗକୁ କେନ୍ଦ୍ର କରି ଅନଲାଇନରେ FIR ରୁଜୁ କରିଛି ପୋଲିସ ।

NHRCରେ ପହଞ୍ଚିଲା ମାମଲା: ଅନ୍ୟପଟେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଲା ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ନିର୍ଯାତନା ଦେବା ଘଟଣା । ଓଡ଼ିଶା ସଚିବାଳୟ ସେବାର ଜଣେ କର୍ତ୍ତବ୍ୟରତ ଅଫିସର ବୈକୁଣ୍ଠନାଥ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ମାନବାଧିକାର କର୍ମୀ ଜୟନ୍ତ କୁମାର ଦାସ ଏନଏଚଆରସିରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, "ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଗୁହାରି କରିଥିଲେ ହେଁ ତାଙ୍କୁ ନ୍ୟାୟ ମିଳିନାହିଁ । ତେଣୁ ତୁରନ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନଏଚଆରସିଙ୍କୁ ନିବେଦନ କରିଛି ।" ଏଥିସହ ଲଳିତ କୁମାର ଓ ତାଙ୍କ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେବା ସହ ବୈକୁଣ୍ଠନାଥ ପ୍ରଧାନଙ୍କୁ ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି ମାନବାଧିକାର କର୍ମୀ ।

Baikuntha Pradhan
NHRC (ETV Bharat Odisha)

ଅନ୍ୟପଟେ ଏନେଇ ଓଡ଼ିଶା ସଚିବାଳୟ ସେବା ସଂଘ ପକ୍ଷରୁ ମଧ୍ୟ ଏକ ବୈଠକ ହୋଇଥିଲା । ଜଣେ କର୍ମଚାରୀଙ୍କ ଉପରେ ଏଭଳି ଅତ୍ୟାଚାର ଘଟଣାକୁ ନିନ୍ଦା କରିଛି ସଂଘ । ଏନେଇ ଓଡ଼ିଶା ସଚିବାଳୟ ସେବା ସଙ୍ଘ ପୂର୍ବତନ ସାଧାରମ ସମ୍ପାଦକ, ବିବେକାନନ୍ଦ ସାମଲ କହିଛନ୍ତି," ଆମେ ସରକାରୀ କର୍ମଚାରୀଙ୍କ ପ୍ରତି ଏଭଳି ଅତ୍ୟାଚାର ନିନ୍ଦନୀୟ । ନୂଆ ସରକାର କେବେ ଅଫିସରଙ୍କୁ ନ୍ୟାୟ ଦେବେ ସେହି ଅପେକ୍ଷାରେ ରହିଛୁ ।" ଏନେଇ ରାଜଭବନ ପକ୍ଷରୁ ମଧ୍ୟ କୌଣସି ସୂଚନା ହସ୍ତଗତ ହୋଇନାହିଁ । ସୂଚନାଯୋଗ୍ୟ, ୧୩ବର୍ଷ ହେବ ଓଡ଼ିଶା ରାଜ୍ୟପାଳଙ୍କ ବାସଭବନ (ଭୁବନେଶ୍ବର)ରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି ବୈକୁଣ୍ଠ ପ୍ରଧାନ ।

Baikuntha Pradhan
FIR COPY (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jul 13, 2024, 1:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.