ETV Bharat / state

ମାଲବାହୀ ଟ୍ରେନ ଲାଇନଚ୍ୟୁତ, 7 ଘଣ୍ଟା ପରେ ସ୍ଥିତି ସ୍ବାଭାବିକ - Train derails at Kantabanji - TRAIN DERAILS AT KANTABANJI

Train derails at Kantabanji: ବଲାଙ୍ଗୀର କଣ୍ଟାବାଞ୍ଜି ରେଳ ଷ୍ଟେସନ ପାଖରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ । କିଛି ଟ୍ରେନ ବାତିଲ । ସାତ ଘଣ୍ଟା ପରେ ସ୍ଥିତି ସ୍ୱାଭାବିକ । ଅଧିକ ପଢନ୍ତୁ

Train derails at Kantabanji
Train derails at Kantabanji (ETV Bharat Odisha)
author img

By ETV Bharat Odisha Team

Published : Jun 1, 2024, 12:15 PM IST

ବଲାଙ୍ଗୀର: କଣ୍ଟାବାଞ୍ଜି ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ଯେଉଁଥିପାଇଁ ରାୟପୁର ଟିଟିଲାଗଡ ରେଳ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । କିଛି ଟ୍ରେନ ବାତିଲ ହୋଇଥିବା ନେଇ ସୂଚନା ରହିଛି । ତେବେ ମରାମତି ପରେ ସାତ ଘଣ୍ଟା ପରେ ସ୍ଥିତି ସ୍ଵାଭାବିକ ହୋଇଛି । ଏହି ଘଟଣାରେ କୌଣସି ବିଶେଷ କ୍ଷତି ହୋଇନଥିବା ବେଳେ କେହି ଆହତ ମଧ୍ୟ ହୋଇ ନାହାନ୍ତି ।

Train derails at Kantabanji (ETV Bharat Odisha)

କଣ୍ଟାବାଞ୍ଜି ରେଳ ଷ୍ଟେସନ ନିକଟ ୧୬୮/୧୮ ଖୁଣ୍ଟ ନିକଟରେ ଶୁକ୍ରବାର ବିଳମ୍ବିତ ରାତି ଏକ ମାଲବାହୀ ଟ୍ରେନର ଚାରୋଟି ବଗି ଲାଇନଚ୍ୟୁତ ହୋଇଥିଲା । ଯାହା ଫଳରେ ଏହି ଟ୍ରାକରେ ଦୀର୍ଘ ଘଣ୍ଟା ଧରି ଟ୍ରେନ ଚଲାଚଳ ବନ୍ଦ ରହିଥିଲା । ତେବେ ସାତ ଘଣ୍ଟା ଧରି ମରାମତି କାର୍ଯ୍ୟ ପରେ ବର୍ତ୍ତମାନ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି । ଅନ୍ୟପଟେ କିଛି ଟ୍ରେନ ଆଠ ଘଣ୍ଟା ବିଳମ୍ବରେ ଚାଲୁଥିବା ବେଳେ କିଛି ଟ୍ରେନ ବାତିଲ ହୋଇଛି ।

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ରାୟପୁର ବେଲାଉଣ୍ଡାରୁ ଚାଉଳ ବୋଝେଇ ମାଲ ଗାଡ଼ି କଣ୍ଟାବାଞ୍ଜି ଆସୁଥିଲା । ରାତି ପ୍ରାୟ ୧୦ଟାରେ କଣ୍ଟାବାଞ୍ଜି ରେଳ ଷ୍ଟେସନ ଠାରୁ କିଛି ଦୂରରେ ଏହି ମାଲ ଗାଡ଼ିର ଚାରୋଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଏନେଇ ଖବର ପାଇବା ପରେ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା । ସମ୍ବଳ ଡିଭିଜନର ସମସ୍ତ ରେଳ ଅଧିକାରୀ ଏଠି ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ପୂର୍ବତଟ ରେଳପଥ ଆରମ୍ଭ କଲା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ - SPECIAL TRAIN FOR SUMMER

ସେପଟେ ଲାଇନଚ୍ୟୁତ ଯୋଗୁ ଟିଟିଲାଗଡ-ବଲାଙ୍ଗୀର-ରାୟପୁର ରେଳ ଲାଇନରେ ଟ୍ରେନ ଚଳାଚଳ ରାତି ତମାମ ବାଧାପ୍ରାପ୍ତ ହୋଇଥିଲା । ସକାଳୁ ଉଦ୍ଧାର କାର୍ଯ୍ୟ ସରିଥିବା ବେଳେ ଏବେ ଏହି ଲାଇନରେ ଟ୍ରେନ ଚଳାଚଳ ସ୍ବାଭାବିକ ରହିଛି । ଅନ୍ୟପଟେ କିଛି ଟ୍ରେନ ଆଠ ଘଣ୍ଟା ବିଳମ୍ବରେ ଚାଲୁଥିବା ବେଳେ ତିନୋଟି ଟ୍ରେନ ବାତିଲ ହୋଇଛି । ଯେଉଁଥିରେ ରାୟପୁର ଟିଟିଲାଗଡ ଏକ୍ସପ୍ରେସ, ଜୁନାଗଡ଼ ରାୟପୁର ଏକ୍ସପ୍ରେସ ଟ୍ରେନ ରହିଛି ।

ତେବେ ସମ୍ବଲପୁର ଡିଭିଜନ ଡ଼ିଆରଏମ ତୁଷାରକାନ୍ତ ପାଣ୍ଡେଙ୍କ କହିବା ଅନୁସାରେ," ରାତିରେ ରାୟପୁର ବେଲସୁଣ୍ଡାରୁ ଚାଉଳ ବୋଝେଇ ଟ୍ରେନ କଣ୍ଟାବାଞ୍ଜି ଆସୁଥିଲା । କୌଣସି କାରଣରୁ କଣ୍ଟାବାଞ୍ଜି ରେଳ ଷ୍ଟେସନ ପହଞ୍ଚିବା ପୂର୍ବରୁ ସେହି ମାଲ ବୋଝେଇ ଗାଡିର ୪ ବଗି ଲାଇନଚ୍ୟୁତ ହୋଇଥିଲା । ଲାଇନଚ୍ୟୁତ ହେବା ଫଳରେ ମୁଖ୍ୟ ଟ୍ରାକ ସହ ପାଖରେ ଥିବା ଅନ୍ୟ ଦୁଇଟି ଟ୍ରାକ ମଧ୍ୟ ପ୍ରଭାବିତ ହୋଇଥିଲା । ୩ଟି ପାସେଞ୍ଜର ଟ୍ରେନକୁ ରେଳ ବିଭାଗକୁ ବାତିଲ କରିବାକୁ ପଡିଛି । ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଆରମ୍ଭ ହୋଇଥିବା ବେଳେ ମେନ ଟ୍ରାକରେ ରେଳ ଚଳାଚଳ ସ୍ୱାଭାବିକ ରହିଛି । ସେହିପରି ଏହି ଘଟଣାକୁ ନେଇ ଏକ କମିଟି ତିଆରି କରାଯିବ ଓ ଏହାର ବିସ୍ତୃତ ତଦନ୍ତ ହେବ ବୋଲି ସେ କହିଛନ୍ତି । ତେବେ କୌଣସି ମାନବ ଚଳିତ କାରଣରୁ ଏହା ଘଟିଥିଲେ ତାର କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.