ETV Bharat / state

ଚିନ୍ତା ବଢ଼ାଉଛି ଗ୍ୟାଷ୍ଟିକ ସମସ୍ୟା, କେମିତି ମୁକୁଳିବେ ? ଜାଣନ୍ତୁ - GASTRO WORKSHOP

author img

By ETV Bharat Odisha Team

Published : May 29, 2024, 9:47 PM IST

Gastro Workshop in SCB Medical: ଆଜି ବିଶ୍ବ ପାଚନ ସ୍ବାସ୍ଥ୍ୟ ଦିବସ(ୱାର୍ଲ୍ଡ ଡାଇଜେଷ୍ଟିଭ ହେଲଥ ଡେ )। ପାଚନ କ୍ରିୟା ଏବଂ ଗ୍ୟାସ ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ଏସସିବି ପକ୍ଷରୁ କର୍ମଶାଳାର ଆୟୋଜନ । ଅଧିକ ପଢ଼ନ୍ତୁ

Gastro Workshop in SCB Medical
Gastro Workshop in SCB Medical (ETV Bharat Odisha)

କଟକ: ରାଜ୍ୟରେ ବଢୁଛି ଗ୍ୟାସ ରୋଗୀଙ୍କ ସଂଖ୍ୟା । ପ୍ରତିଦିନ ହୁ ହୁ ହୋଇ ବଢୁଛି ଏହି ରୋଗ । ବ୍ୟକ୍ତି ମାନଙ୍କ ଠାରେ ଖାଦ୍ୟରେ ବିଭିନ୍ନତା ଓ ସମୟ ଜ୍ଞାନର ଅଭାବ ଯୋଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଉଛି । ତେବେ ଏହାର ନିରାକରଣ ଓ ସଚେତନତା ପାଇଁ ଆଜି ଏସସିବି ମେଡିକାଲରେ ଏକ କର୍ମଶାଳାର ଆୟୋଜନ କରାଯାଇଛି । ଏସସିବି ମେଡିକାଲ କଲେଜର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ଅନୁକୂଲ୍ୟରେ ବିଶ୍ୱ ପାଚନ ଦିବସ ଉପଲକ୍ଷେ ଆଜି ଏହି ଗ୍ୟାସ ରୋଗର ସଠିକ ଉପଚାର ଓ ନିରକାରଣ ସମ୍ପର୍କୀୟ ଆଲୋଚନା କରାଯାଇଛି ।

ମେଡିକାଲର ବିଭିନ୍ନ ବିଭାଗୀୟ ମୁଖ୍ୟ ଏହି କର୍ମଶାଳାରେ ଯୋଗଦେଇ ନିଜ ନିଜ ମନ୍ତବ୍ୟ ରଖିଥିଲେ । ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ମୁଖ୍ୟ ହରିଭକ୍ତି ସବାଦାସଙ୍କ କହିବାନୁଯାୟୀ, "ବର୍ତ୍ତମାନ ସମୟରେ ଏହି ଗ୍ୟାସ ଜନିତ ରୋଗ ଅଧିକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏଥିରେ ସମସ୍ତ ବୟସବର୍ଗର ବ୍ୟକ୍ତି ବିଶେଷ ଭାବରେ ଆକ୍ରାନ୍ତ ହେଉଛନ୍ତି । ଖାଦ୍ୟରେ ଅନିୟମିତତା, ଦୂଷିତ ଜଳବାୟୁ, ଓ ମଦ୍ୟପାନ କରିବା ଦ୍ୱାରା ଏହି ରୋଗ ବୃଦ୍ଧି ପାଇ ଚାଲିଛି । ତେଣୁ ସମାଜକୁ ଏକ ନୈତିକ ବାର୍ତ୍ତା ଦେବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ତେବେ କେଉଁ ଖାଦ୍ୟ କେଉଁ ସମୟରେ ଖାଇଲେ ତାହା ଦେହ ପାଇଁ ଉପକାରୀ ତାହା ମଧ୍ୟ ଜାଣିବା ଆବଶ୍ୟକତା ରହିଛି ।" ତେବେ ଏସସିବିରେ ଗ୍ୟାଷ୍ଟ୍ରୋ ବିଭାଗରେ ପ୍ରତିଦିନ ଅନେକ ରୋଗୀ ଭର୍ତ୍ତି ହେଉଛନ୍ତି । ଯଦି ଏହି ତମାମ ଦିଗ ଉପରେ ଧ୍ୟାନ ଦିଆଯାଏ ତେବେ ଏହି ଗ୍ୟାସ ଭଳି ରୋଗକୁ ସବୁଦିନ ପାଇଁ ସମାଜରୁ ଦୂରେଇ ହୁଅନ୍ତା ବୋଲି ମତବ୍ୟକ୍ତ କରିଛନ୍ତି ବିଭାଗୀୟ ମୁଖ୍ୟ ।

ଏହା ମଧ୍ୟ ପଢ଼ନ୍ତୁ.. ବିକଶିତ ଭାରତର ସ୍ବପ୍ନ ସମୟରେ ମଧ୍ୟ ଆଜିବି ଅନେକ ଭୋକିଲା, ମା' ସମୃଦ୍ଧ ହେଲେ ସମୃଦ୍ଧି ହେବ ଦେଶ - World Hunger Day

ବିଶ୍ୱ ପାଚନ ଦିବସ ପାଳନ ପଛର ଉଦ୍ଦେଶ୍ୟ ରହିଛି ଯେ, ଶରୀରକୁ ସୁସ୍ଥ ରଖିବା ପାଇଁ ସଠିକ୍ ହଜମ ପ୍ରକ୍ରିୟା ଜରୁରୀ ଅଟେ । ପାଚନ ପ୍ରକ୍ରିୟା ଠିକା ଭାବେ ନହେବା କାରଣରୁ ଅନେକ ପ୍ରକାର ରୋଗ ହୋଇଥାଏ । ହଜମ ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେଉଛି ପାଚନ। ଶରୀର ପ୍ରତିରକ୍ଷା କ୍ଷେତ୍ରରେ ଏହାର ଭୂମିକା 70 ପ୍ରତିଶତ ଅଟେ । ତେଣୁ ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ହଜମ ପ୍ରକ୍ରିୟାର ମହତ୍ତ୍ବ ଏବଂ କେଉଁ ଉପାୟରେ ହଜମ ପ୍ରକ୍ରିୟାକୁ କ୍ରିୟାଶୀଳ କରିପାରିବା ସେନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା । କମ ତେଲ ମସଲା ଯୁକ୍ତ ଖାଦ୍ୟ ପାଚନ ପ୍ରକ୍ରିୟାକୁ ଠିକ ରଖିଥାଏ । ଏହାସହ ଉପଯୁକ୍ତ ହଜମ ପ୍ରକ୍ରିୟା ବଜାୟୀ ରଖିବା ପାଇଁ ଉତ୍ତମ ଖାଦ୍ୟ ସହ ବ୍ୟାୟାମ ମଧ୍ୟ ଗୁରୁତ୍ବପୂର୍ଣ୍ଣ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.