ETV Bharat / state

ରୋଗକୁ ନିମନ୍ତ୍ରଣ ଦେଉଛି ବରଗଡ ମୁଖ୍ୟ ଚିକିତ୍ସାଳୟ, ଚେଇଁ ଶୋଇଛି ସ୍ୱାସ୍ଥ୍ୟ ବିଭାଗ ! - garbage problem in barghar HOSPITAL

author img

By ETV Bharat Odisha Team

Published : Aug 10, 2024, 9:53 PM IST

UNHEALTHY ENVIRONMENT: ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ୱାସ୍ଥ୍ୟକର ପରିବେଶ ଦେଖିବାକୁ ମିଳିଛି । ଦୀର୍ଘ ଦିନ ହେବ କୁଢକୁଢ ଅଳିଆ ଆବର୍ଜନା ପଚିସଢି ଦୁର୍ଗନ୍ଧରେ ଫାଟି ପଡ଼ୁଛି ପରିବେଶ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ଅଧିକ ପଢନ୍ତୁ

UNHEALTHY ENVIRONMENT IN HOSPITAL
UNHEALTHY ENVIRONMENT IN HOSPITAL (ETV Bharat Odisha)

ବରଗଡ଼: କୁଢକୁଢ ଅଳିଆ ଆବର୍ଜନା ପାଇଁ ଦୁର୍ଗନ୍ଧରେ ଫାଟି ପଡ଼ୁଛି ସାରା ପରିବେଶ । ସ୍ବାସ୍ଥ୍ୟ ବିଭାଗ ସ୍ବଚ୍ଛତାର ବାର୍ତ୍ତା ବାଣ୍ଟୁଥିବାବେଳେ ବରଗଡ ମୁଖ୍ୟ ଚିକିତ୍ସାଳୟ ଓଲଟା ଚିତ୍ର ଦେଖିବାକୁ ମିଳୁଛି । ଦୀର୍ଘ ଦିନ ହେବ ମେଡ଼ିକାଲ ପରିସରରେ ଅଳିଆ ଆବର୍ଜନା ପଡ଼ି ରହିଥିବାବେଳେ ଏଥିପ୍ରତି ପ୍ରଶାସନର ନଜର ପଡୁନାହିଁ ।ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୃଦ୍ଧିଜୀବୀ ।

ଦୁର୍ଗନ୍ଧରେ ଫାଟି ପଡ଼ୁଛି ସାରା ପରିବେଶ:

ବରଗଡ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଛି କୋରୋନା ପରୀକ୍ଷାଗାର ଏବଂ ଏହାର ସମ୍ମୁଖରେ ରହିଛି ବ୍ୟବଚ୍ଛେଦ ଗୃହ । ତାହାରି ପାଖରେ ଦୀର୍ଘ ଦିନରୁ ପଡି ରହିଛି କୁଢ଼ କୁଢ଼ ଆବର୍ଜନା । ଯାହାକି ବର୍ଷା ପାଣିରେ ଭିଜି ପୋକ ସାଲୁବାଲୁ ହୋଇ ଦୁର୍ଗନ୍ଧରେ ପରିବେଶ ଦୂଷିତ ହେଉଛି । ଏଠାରୁ ବ୍ୟାପକ ମଶା ଉତ୍ପତ୍ତି ହୋଇ ହସ୍ପିଟାଲ ସାରା ବ୍ୟାପିବାରେ ଲାଗିଛି । ପ୍ରତିଦିନ ହସ୍ପିଟାଲକୁ ହଜାର ହଜାର ରୋଗୀ ଆସୁଛନ୍ତି । ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ମେଲେରିଆ ଓ ଫାଇଲେରିଆ ବ୍ୟାପିବାର ଯେତେ ବିପଦ ରହିଛି ଏଠାକାର କର୍ମଚାରୀଙ୍କୁ ମଧ୍ୟ ସେତେ ଭୟ ରହିଛି । ତଥାପି ସ୍ୱାସ୍ଥ୍ୟ ବିଭାଗ ଜାଣି ଅଜଣା ପରି ଚେଇଁ ଶୋଇଛି । ମେଲେରିଆ ଓ ଫାଇଲେରିଆ ରୋଗର ନିବାରଣ ପାଇଁ ନିଜେ ସ୍ୱାସ୍ଥ୍ୟ ବିଭାଗ ସଚେତନ ନଥିବାବେଳେ ଆଜି ସାରା ସମାଜକୁ ସଚେତନତା କରିବାକୁ ବାହାରିଥିବା ଲୋକେ ଅଭିଯୋଗ ଆଣିଛନ୍ତି । ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତିି," ପୌରପରିଷଦକୁ ଏହି ସମସ୍ୟା ଉପରେ ଅବଗତ କରାଯାଇଛି । "

ଏହା ମଧ୍ୟ ପଢନ୍ତୁ ....ଫାଇଲେରିଆ ନିରାକରଣ ଅଭିଯାନ; ସ୍ୱାସ୍ଥ୍ୟମନ୍ତ୍ରୀ ସାମିଲ, ନିଜେ ଔଷଧ ଖାଇବା ସହ ଅନ୍ୟଙ୍କୁ ଦେଲେ ପରାମର୍ଶ - Mass Drug Administration

ବରଗଡ଼ରେ ବ୍ୟାପୁଛି ଫାଇଲେରିଆ :

ଦିନକୁ ଦିନ ମଶା ଜନିତ ହେଉଥିବା ଫାଇଲେରିଆ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ଆରମ୍ଭ ହୋଇଛି । ଜନ ସାଧାରଣଙ୍କୁ ବ୍ୟାପକ ସଚେତନ କରାଯାଉଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ରକ୍ତ ନମୁନା ନେଇ ପରୀକ୍ଷା କରାଯିବା ଦ୍ୱାରା ଜଣାପଡିଥିଲା ଯେ ବରଗଡ଼ ଜିଲ୍ଲାରେ ଫାଇଲେରିଆ ରୋଗୀଙ୍କ ସଂଖ୍ୟା ବ୍ୟାପକ ହେବାରେ ଲାଗିଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଇ ଫାଇଲେରିଆ ନିରାକରଣ ଅଭିଯାନ କରାଯାଉଛି ସତ ମାତ୍ର ଖୋଦ ସ୍ୱାସ୍ଥ୍ୟ ବିଭାଗ ଯେଉଁ ଅପରିଷ୍କାର ପରିବେଷରେ ରହିଛି । ଯାହା ସ୍ବାସ୍ଥ୍ୟ ବିଭାଗର ଅପାରଗତାକୁ ପଦାରେ ପକାଇଛି । ଏପରି ପରିସ୍ଥିତିରେ ଜନସାଧାରଣଙ୍କୁ କିପରି ସ୍ୱଚ୍ଛତା ବାର୍ତ୍ତା ଓ ସଚେତନତା କରିବ ସ୍ୱାସ୍ଥ୍ୟ ବିଭାଗ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରଗଡ଼ବାସୀ ।

ଇଟିଭି ଭାରତ,ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.