ETV Bharat / state

ଯନ୍ତ୍ରଣାରେ କଟୁଛି ଜୀବନ, ସରକାରୀ ସହାୟତା ଅପେକ୍ଷାରେ ଅୟସକାନ୍ତ - Ayaskanta Treatment help

Ayaskanta Seeking Help For Treatment: ଦୁର୍ଦ୍ଦିନରେ କଟୁଛି ବିଷ୍ଣୁପ୍ରିୟା ଏବଂ ବାସୁଦେବଙ୍କ ପରିବାର । ରାସନ କାର୍ଡରେ ମିଳୁନି ଚାଉଳ, ସ୍ୱାସ୍ଥ୍ୟକାର୍ଡ ଥାଇ ମଧ୍ୟ ବାପା, ପୁଅର ଚିକିତ୍ସା ପାଇଁ ଚିନ୍ତାରେ ପରିବାର । ଅଧିକ ପଢନ୍ତୁ

ଯନ୍ତ୍ରଣାରେ କଟୁଛି  ଜୀବନ,ସରକାରୀ ସହାୟତା ଅପେକ୍ଷାରେ ଅୟସକାନ୍ତ ପରିବାର

author img

By ETV Bharat Odisha Team

Published : Feb 8, 2024, 9:59 PM IST

ଯନ୍ତ୍ରଣାରେ କଟୁଛି ଜୀବନ,ସରକାରୀ ସହାୟତା ଅପେକ୍ଷାରେ ଅୟସକାନ୍ତ ପରିବାର

ବ୍ରହ୍ମପୁର: ଦୁର୍ଦ୍ଦିନରେ କଟୁଛି ପରିବାର ଜୀବନ । ସରକାର ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନା କରୁଥଲେ ମଧ୍ୟ ତାହା ସଠିକ ଭାବେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ରୋଗ ଶଯ୍ୟାରେ ଗୋଟିଏ ପରିବାରର ଦୁଇଟି ଜୀବନ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଫାସିଗୁଡା ବାଙ୍ଗାଡା ଅଞ୍ଚଳରୁ । ଫାସିଗୁଡାର ବିଷ୍ଣୁପ୍ରିୟା ତ୍ରିପାଠୀ ଏବଂ ବାସୁଦେବ ତ୍ରିପାଠୀଙ୍କ ପରିବାରକୁ ଘୋଟି ଆସିଛି ଦୁଃଖର କାଳା ପାହାଡ଼ ।

୧୬ ବର୍ଷର ପୁଅ ଅୟସକାନ୍ତ ତ୍ରିପାଠୀ କିଡ୍‌ନୀ ରୋଗରେ ପୀଡ଼ିତ ଥିବାବେଳେ ବାପା ବାସୁଦେବ ଗୋଡ ଭାଙ୍ଗି ଯାଇଛି ଏବଂ ତାଙ୍କ ବେକ ପାଖରେ ମାଂସ ପିଣ୍ଡୁଳା ବୃଦ୍ଧି ପାଉଛି । ହେଲେ ଅର୍ଥ ଅଭାବରୁ ଉଭୟଙ୍କ ଚିକିତ୍ସା ହୋଇପାରୁନାହିଁ । ଏହାରିି ଭିତରେ ସରକାରଙ୍କ ତରଫରୁ ମିଳୁଥିବା ମାଗଣା ଚାଉଳ ମଧ୍ୟ ମିଳୁନାହିଁ । ଯାହାକୁ ନେଇ ପ୍ରଶାସନ ପାଖେ ଗୁହାରୀ କରି କରି ଥକି ପଡ଼ିଛନ୍ତି ଉକ୍ତ ପରିବାର । ହେଲେ କୌଣସି ସୁଫଳ ମିିଳୁନଥିବା ଅଭିଯୋଗ ହୋଇଛି । ରାସନ କାର୍ଡ ରହିଛି ହେଲେ କୋଭିଡ଼ ପର ଠାରୁ ମିଳୁନାହିଁ ସରକାରଙ୍କ ଚାଉଳ । ସରକାରଙ୍କ ବି.ଏସ୍.କେ.ୱାଇ ସ୍ୱାସ୍ଥ୍ୟକାର୍ଡ ରହିଛି ହେଲେ ଅଧିକ ଚିକିତ୍ସା ପାଇଁ ତାହାକୁ ବ୍ୟବହାର କରାଯାଇ ପାରୁନଥିବା କହିଛନ୍ତି ଅୟସକାନ୍ତ ମାଆ । ତେବେ ବାପା ଓ ପୁଅର ଅଧିକ ଚିକିତ୍ସା ପାଇଁ ଚିନ୍ତାରେ ପରିବାର ।

ଗତ ୨୦୧୯ ମସିହାରୁ ବ୍ରହ୍ମପୁରର ଏମ୍.କେ.ସି.ଜି ମେଡିକାଲରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଅୟସକାନ୍ତଙ୍କ ଚିକିତ୍ସା କରାଯାଉଛି । ହେଲେ ଗତ ଏକ ମାସ ଧରି କେବଳ ଔଷଧ ସେବନ କରିବାକୁ କୁହାଯାଇଥିଲା । ଦିନକୁ ଦିନ ଶରୀରର କଷ୍ଟ ବୃଦ୍ଧି ପାଇବା ସହ ଗୋଡ଼ ଫୁଲିଯାଇଛି । ଫଳରେ ବିଦ୍ୟାଳୟକୁ ଯିବା ଦୂରରେ କଥା ଠିକ୍ ରୂପେ ବସିବା ସମ୍ଭବପର ହେଉନାହିଁ । ସେପଟେ ପୁଅକୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ନିଜେ ସମର୍ଥ ନୁହନ୍ତି ବାପା । ତାଙ୍କର ଗତ ସାତ ବର୍ଷ ଧରି ଗୋଡ଼ ଭାଙ୍ଗି ଯାଇଥିବାରୁ ବଡ କଷ୍ଟରେ ଚଳ ପ୍ରଚଳ କରୁଛନ୍ତି । ଏହାସହ ବେକରେ ବିରାଟ ମାଂସ ପିଣ୍ଡୁଳା ବୃଦ୍ଧି ପାଉଥିବା ଯୋଗୁଁ ପରିବାରରେ ପୁଅ ସହ ବାପାକୁ ନେଇ ଚିନ୍ତା ଦ୍ୱିଗୁଣିତ ହୋଇପଡ଼ିଛି ।

ଏହା ମଧ୍ୟ ପଢନ୍ତୁ ......ମୁଖ କର୍କଟରେ ପୀଡିତ ପୁଅ, ସହାୟତା ପାଇଁ ବୃଦ୍ଧା ମାଆର ଆକୁଳ ନିବେଦନ

ଏହାରି ଭିତରେ ପରିବାରକୁ ଦୁଇ ଓଳା ଦୁଇ ମୁଠା ଆହାର ଯୋଗାଇବା ପାଇଁ ନିଜର ଭିଟାମାଟି ଛାଡି ବ୍ରହ୍ମପୁର ଉପକଣ୍ଠ ଆଙ୍କୁଶପୁରରେ ରହୁଥିବା ଏହି ପରିବାରର ରାସନ କାର୍ଡ ରହିଛି, ହେଲେ କୋଭିଡ ପରଠାରୁ ମିଳୁନି ସରକାରଙ୍କ ଚାଉଳ । ଏନେଇ ବାରମ୍ୱାର ପ୍ରସାଶନ ପାଖକୁ ଦୌଡି ଦୌଡି ନିରାଶ ହୋଇଛନ୍ତି ଉକ୍ତ ପରିବାର ।

ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମାଶଙ୍କର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ କହିଛନ୍ତି ," ପିଲାଟିର ବୟସ ୧୮ ବର୍ଷ ମଧ୍ୟରେ ରହିଥିବାରୁ ସରକାରଙ୍କ ଆର୍.ବି.ଏସ୍.କେ ଯୋଜନା ମାଧ୍ୟମରେ ପିଲାଟିକୁ ପ୍ରଥମେ କଟକ ପଠାଯାଇ ଅଧିକ ଚିକିତ୍ସା କରାଯିବା । ଯଦି ଦରକାର ପଡ଼େ ତାହାଲେ ଅଧିକ ଚିକିତ୍ସା ପାଇଁ ଦେଶର ଯେକୌଣସି ସ୍ଥାନକୁ ପଠାଯିବା । ଏହାସହ ବାପାର ଚିକିତ୍ସା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.