ETV Bharat / state

ଟେକ୍ନୋଲୋଜି ଓ ଟିମୱର୍କ ଆଣି ଦେଇଛି ଗଞ୍ଜାମ ପୋଲିସ ପାଇଁ ସଫଳତା: ଆରକ୍ଷୀ ଅଧିକ୍ଷକ

author img

By ETV Bharat Odisha Team

Published : Jan 24, 2024, 8:20 AM IST

Ganjam police ranked best performer: ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାଜ୍ୟରେ ପ୍ରଥମ ସ୍ଥାନରେ ଗଞ୍ଜାମ ଜିଲ୍ଲା ପୋଲିସ । ଟେକ୍ନୋଲୋଜି ଓ ଟିମୱର୍କ ଗଞ୍ଜାମ ପୋଲିସ ପାଇଁ ଏହି ସଫଳତା ଆଣିଦେଇଥିବା କହିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ । ଅଧିକ ପଢନ୍ତୁ

Ganjam police
ଗଞ୍ଜାମ ଆରକ୍ଷୀ ଅଧିକ୍ଷକ
ଟେକ୍ନୋଲୋଜି ଓ ଟିମୱର୍କ ଆଣିଦେଇଛି ଗଞ୍ଜାମ ପୋଲିସ ପାଇଁ ସଫଳତା

ବ୍ରହ୍ମପୁର: ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସାରା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି ଗଞ୍ଜାମ ପୋଲିସ । ପ୍ରଗତି ଡ୍ୟାସବୋର୍ଡର ରିପୋର୍ଟରେ ଉତ୍ତମ ପ୍ରଦର୍ଶନ ପାଇଁ ଗଞ୍ଜାମ ପୋଲିସକୁ ଏହି ସଫଳତା ଦିଆଯାଇଛି । କ୍ରାଇମ୍ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱର୍କ ସିଷ୍ଟମ (CCTNS) ପଦ୍ଧତିରେ ଲୋକଙ୍କୁ ଉତ୍ତମ ସେବା ଯୋଗାଇବାରେ ଗଞ୍ଜାମ ପୋଲିସ ଜିଲ୍ଲା ସାରା ରାଜ୍ୟରେ ୨୦୨୩ ମସିହାର ପ୍ରଗତି ଡ୍ୟାସବୋର୍ଡ ମାର୍କିଂରେ ରାଜ୍ୟରେ ପ୍ରଥମ ସ୍ଥାନ ରହିଛି । ତେବେ ଟେକ୍ନୋଲୋଜି ଓ ଟିମୱର୍କ ଗଞ୍ଜାମ ପୋଲିସ ପାଇଁ ଏହି ସଫଳତା ଆଣିଦେଇଥିବା କହିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ।

ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା କହିଛନ୍ତି," ଟେକ୍ନୋଲୋଜି ଓ ଟିମୱର୍କ ଗଞ୍ଜାମ ପୋଲିସ ପାଇଁ ଏହି ସଫଳତା ଆଣିଦେଇଛି । କ୍ରାଇମ୍ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱର୍କ ସିଷ୍ଟମ ପଦ୍ଧତିରେ ଲୋକଙ୍କୁ ଉତ୍ତମ ସେବା ଯୋଗାଇବାରେ ଗଞ୍ଜାମ ପୋଲିସ ସାରା ରାଜ୍ୟରେ ୨୦୨୩ ମସିହାର ପ୍ରଗତି ଡ୍ୟାସବୋର୍ଡ ମାର୍କିଂରେ ରାଜ୍ୟରେ ପ୍ରଥମ ସ୍ଥାନ ରହିଛି । ଜିଲ୍ଲାରେ ସିସିଟିଏନ୍.ଏସ୍ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ଗଞ୍ଜାମ ପୋଲିସ ଜିଲ୍ଲାର ହୋମଗାର୍ଡ ଠାରୁ ଆରମ୍ଭ କରି ଅତିରିକ୍ତ ଏସ୍.ପିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏନେଇ ତାଲିମ ଦିଆଯାଇଥିଲା । ସମସ୍ତ ମାମଲା ଗୁଡିକୁ ଅଧିକ ଗୁରୁତ୍ବ ଦିଆଯିବା ସହିତ ୨୦୨୩ ମସିହାରେ ପ୍ରାୟ ୯୫ ପ୍ରତିଶତ ମାମଲାରେ ତଦନ୍ତ ଶେଷ କରି ମାମଲାର କାଗଜପତ୍ର କୋର୍ଟରେ ଦାଖଲ କରାଯାଇଲା ।

ସେ ଆଉ ମଧ୍ୟ କହିଛନ୍ତି," ଗଞ୍ଜାମ ପୋଲିସ ପକ୍ଷରୁ ପିପୁଲ ଫ୍ରେଣ୍ଡଲି କାର୍ଯ୍ୟ କରାଯାଇଛି । ଜିଲ୍ଲାରେ ଗତ ବର୍ଷ ହୋଇଥିବା ୧୮୫ଟି ମୋବାଇଲ ଚୋରି ମାମଲାକୁ ଗୁରୁତ୍ବ ଦିଆଯିବା ସହ ଚୋରୀ ହୋଇଥିବା ମୋବାଇଲ ମଧ୍ୟରୁ ୨୨୫ଟି ମୋବାଇଲ ଉଦ୍ଧାର କରାଯାଇ ସଂପୃକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି । ସେହିପରି ସଡ଼କ ଦୁର୍ଘଟଣାକୁ ରୋକିବାକୁ ଜିଲ୍ଲାର ବିଭିନ୍ନ ଥାନା ଗୁଡିକରେ ୪୬୮୪ଟି ଡ୍ରିଙ୍କ ଏଣ୍ଡ ଡ୍ରାଇଭ୍ ମାଧ୍ୟମରେ ମାମଲା ରୁଜୁ କରାଯାଇ ପ୍ରତ୍ୟେକଙ୍କ ଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ଚୋରା ଦେଶୀ ମଦର କାରବାର କରାଯାଉଥିବା ଯାନବାହାନ ଗୁଡିକୁ ରୋକିବାକୁ ପୋଲିସ ପକ୍ଷରୁ ୯୨ଟି ଯାନବାହାନ ଜବତ କରିବା ସହିତ ଅଭିଯୁକ୍ତ ସହିତ ମଦ ଜବତ କରାଯାଇଛି ।"

ଏହାମଧ୍ୟ ପଢନ୍ତୁ.. ୨୦ ଜଣ ପାଇବେ ରାଜ୍ୟପାଳ ପୋଲିସ ପଦକ, ଗଣତନ୍ତ୍ର ଦିବସରେ‌ ହେବେ ସମ୍ମାନିତ

ଆଉ ମଧ୍ୟ ଜିଲ୍ଲାର ୧୫୪ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୭୯୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୨୬ଟି ଯାନବାହାନ ଜବତ କରାଯାଇ ପ୍ରାୟ ୨୫ ଲକ୍ଷ ଟଙ୍କା ଜବତ କରାଯାଇଛି ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ । ତେବେ ଚଳିତବର୍ଷର ରାଜ୍ୟପାଳ ପୋଲିସ ପଦକ ପୁରସ୍କାର ଘୋଷଣା ହୋଇଥିବା ବେଳେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଏହି ପୋଲିସ ପଦକ ପୁରସ୍କାର ପାଇବେ । ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳଙ୍କ ପଦକ ପାଇଁ ମନୋନୀତ କରାଯାଇଛି । ଏହି ସମ୍ମାନଜନକ ପୁରସ୍କାର ଘୋଷଣା ତାଲିକାରେ ରାଜ୍ୟର ୨ ଆଇଜିଙ୍କ ସମେତ ୨୦ ଜଣ ପୋଲିସ କର୍ମଚାରୀଙ୍କ ନାଁ ରହିଛି ।

୨୦୨୩ ଜାନୁଆରୀ ୮ ତାରିଖରେ ଗଞ୍ଜାମ ଏସପି ଦାୟିତ୍ୱ ନେବା ପରେ ଜିଲ୍ଲାର ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ଆଦି କ୍ଷେତ୍ରରେ ତାଙ୍କ କାର୍ଯ୍ୟ ଓ ଭୂମିକାକୁ ତାଙ୍କୁ ନେଇ ଏହି ସମ୍ମାନ ଦିଆଯିବ । ତେବେ ଏହି ସମ୍ମାନଜନକ ପୁରସ୍କାର ନେଇ ଘୋଷଣା ପରେ ଗଞ୍ଜାମ ଏସ୍.ପିଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜଣାଯାଇଛି । ସେପଟେ ଆଗାମୀ ଦିନରେ ପୋଲିସ ନିଜର କର୍ତ୍ତବ୍ୟ ଏବଂ ସାଧାରଣ ଜନତାଙ୍କୁ ସେବା ଯୋଗାଇବାରେ କାର୍ଯ୍ୟ ଜାରି ରଖିବ ବୋଲି କହିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ।

ଇଟିଭି ଭାରତ ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.