ETV Bharat / state

ଗଞ୍ଜାମ ମଦମୃତ୍ୟୁର ଚାଲିଛି କାରଣ ଖୋଜା: ଶାସକ-ବିରୋଧୀ ମୁହାଁମୁହିଁ, ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଚଳ ଗୃହ - Ganjam hooch tragedy

author img

By ETV Bharat Odisha Team

Published : Aug 25, 2024, 8:40 AM IST

Updated : Aug 25, 2024, 12:43 PM IST

Ganjam hooch tragedy: ଚିକିଟି ମଦମୃତ୍ୟୁ ମାମଲାରେ ବ୍ୟାକଫୁଟରେ ମୋହନ ସରକାର । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ । ସେପଟେ ଘଟଣାର ତଦନ୍ତ ଜାରି । ଅବକାରୀ ନୀତିରେ କଣ ସଂଶୋଧନ କରିବେ ନୂଆ ସରକାର । କେମିତି ଘଟଣାରେ ଲାଗିବ ରୋକ । ଗଞ୍ଜାମ ଚିକିଟିରୁ ‘ଇଟିଭି ଭାରତ’ର ସ୍ବତନ୍ତ୍ର ରିପୋର୍ଟ । ଅଧିକ ପଢନ୍ତୁ

ଗଞ୍ଜାମରେ ମଦମୃତ୍ୟର ଚାଲିଛି କାରଣ ଖୋଜା, ରୋକିବାରେ ସଫଳ ହେବେ କି ନୂତନ ରାଜ୍ୟ ସରକାର !
ଗଞ୍ଜାମରେ ମଦମୃତ୍ୟର ଚାଲିଛି କାରଣ ଖୋଜା, ରୋକିବାରେ ସଫଳ ହେବେ କି ନୂତନ ରାଜ୍ୟ ସରକାର ! (ETV Bharat Odisha)

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳର ଜେନାପୁର ଗ୍ରାମରେ ଘଟିଥିବା ମଦମୃତ୍ୟୁ ଘଟଣା ସାରା ରାଜ୍ୟକୁ ସ୍ତବ୍ଦ କରିଦେଇଛି । ବିଷାକ୍ତ ଅପମିଶ୍ରିତ ଦେଶୀ ମଦ ପିଇ ଦୁଇଜଣଙ୍କ ମୃତ୍ୟୁ ଘଟିଲା ଏବଂ ଏବେବି ୧୬ରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷ ଚିକିତ୍ସିତ ହେଉଛନ୍ତି । ରାଜ୍ୟ ରାଜନୀତିକୁ ସରଗରମ କରିବା ସହ ବିଧାନସଭାର ତାତି ବଢାଇ ଦେଇଛି ଏହି ଘଟଣା । କଥା ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ପର୍ଯ୍ୟନ୍ତ ମଧ୍ୟ ଗଲାଣି । ଅଡି ବସିଛନ୍ତି ବିରୋଧୀ । ଫଳରେ ଚାଲିପାରୁନି ଗୃହ । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ଦାୟିତ୍ବରୁ ଅପସାରଣ କରାଯାଇଛି । ହସ୍ପିଟାଲରେ ଅସୁସ୍ଥଙ୍କୁ ଭେଟିଛନ୍ତି ଅବକାରୀ ମନ୍ତ୍ରୀ ଓ ଶାସକ ଦଳର ବିଧାୟକ- ସାଂସଦ । ଅନ୍ୟପଟେ ବ୍ରହ୍ମପୁର ‘ଏମ.କେ.ସି.ଜି’ ମେଡିକାଲରେ ଚିକିତ୍ସିତମାନେ କିପରି ସୁସ୍ଥ ହୋଇ ଘରକୁ ଫେରିବେ ସେହି ବାଟକୁ ସମସ୍ତେ ଚାହିଁ ବସିଛନ୍ତି ।

ଗଞ୍ଜାମ ମଦମୃତ୍ୟର ଚାଲିଛି କାରଣ ଖୋଜା: ଶାସକ-ବିରୋଧୀ ମୁହାଁମୁହିଁ, ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଚଳ ଗୃହ (ETV Bharat Odisha)
  • ରାକ୍ଷୀ ପୂର୍ଣ୍ଣିମା ସଂଧ୍ୟାରେ ଘଟିଥିଲା ଅଘଟଣ:-

ଦିନ ଥିଲା 19 ତାରିଖ । ଜେନାପୁର ଗ୍ରାମର ପ୍ରାୟ 20 ବ୍ୟକ୍ତି ବିଷାକ୍ତ ଅପମିଶ୍ରିତ ଦେଶୀ ମଦ ପିଇ ହଠାତ ଗୁରୁତର ହୋଇ ପଡିଥିଲେ । ଝାଡାବାନ୍ତି ଆରମ୍ଭ ହୋଇଥିଲା ଓ କିଛି ସମୟ ମଧ୍ୟରେ ସେମାନେ ଚେତା ହରାଇବାକୁ ଲାଗିଲେ । ସମସ୍ତଙ୍କୁ ହସ୍ପିଟଲରେ ଭର୍ତ୍ତି କରାଗଲା । ହେଲେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ ଏବଂ ୧୬ରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷ ଚିକିତ୍ସିତ ହେଉଛନ୍ତି । ଯାହା ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଦ କରିଦେଇଛି ।

  • ସରଗରମ ରାଜନୀତି, ଅଚଳ ଗୃହ:-

ଏହାରି ମଧ୍ୟରେ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି କେବଳ ସରଗରମ ହୋଇନି ବରଂ ହଟ ଚମଟସୃଷ୍ଟି ହୋଇଛି । ନିର୍ବାଚନ ସମୟରେ ବିଭିନ୍ନ ନାରା ଦେଇ ରାଜ୍ୟରେ କ୍ଷମତାସୀନ ହୋଇଥିବା ବିଜେପି ସରକାରକୁ ବିଧାନସଭାରେ ଘେରିଛନ୍ତି ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ । କଥା ସିଧା ଅବକାରୀ ମନ୍ତ୍ରୀଙ୍କ ଇସ୍ତଫାରେ ପହଞ୍ଚିଛି । ଅନ୍ୟପଟେ ଘଟଣା ପରେ ଅବକାରୀ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଶାସକ ବିଜେପି ଦଳ ବିଧାୟକ ଓ ସାଂସଦ ଏବଂ ବିରୋଧି ଦଳର ନେତୃବୃନ୍ଦ ଏମ୍.କେ.ସି.ଜି ମେଡିକାଲରେ ଚିକିତ୍ସିତ ଅସୁସ୍ଥଙ୍କ ଠାରୁ ଆରମ୍ଭ କରି ମୃତକଙ୍କ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଘଟଣା ରାଜ୍ୟରେ ଅବକାରୀ ନୀତିରେ ପରିବର୍ତ୍ତନର ଆବଶ୍ୟକତାକୁ ପୁଣି ଥରେ ସ୍ମରଣ କରିଛି ବୋଲି କହିଲେ ଭୁଲ ହେବ ନାହିଁ ।

  • ଶାସକ ଦଳ ଆଣିଲା ବାଚସ୍ପତିଙ୍କ ଅସମ୍ମାନ ଅଭିଯୋଗ:-

ତେବେ ଗୃହରେ ହଟ୍ଟଗୋଳ ବେଳେ ବାଚସ୍ପତିଙ୍କୁ ଅସମ୍ମାନ କଥା ଉଠାଇଛି ଶସାକ ଦଳ । ବିରୋଧୀ ଦଳର ସଦସ୍ୟମାନେ ବାଚସ୍ପତିଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛନ୍ତି ବୋଲି ଶାସକ ସଦସ୍ୟମାନେ ଅଭିଯୋଗ କରିଛନ୍ତି । ଜଣେ ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରିବା ଘଟଣାରେ ବିରୋଧୀ ସଦସ୍ୟମାନେ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ଶାସକ ଗୋଷ୍ଠୀ ଦାବି କରିଛନ୍ତି । ଅନ୍ୟପଟେ ବିରୋଧୀ ମଧ୍ୟ ଏହି ପ୍ରସଙ୍ଗରେ ଶାସକ ଦଳକୁ ପୂର୍ବ ଘଟଣାକ୍ରମର ସ୍ମରଣ କରାଇଛି । ପୂର୍ବରୁ ସେମାନେ ବାଚସ୍ପତିଙ୍କୁ କିପରି ସମ୍ମାନ ଦେଇଥିଲେ, ତାହା ମଧ୍ୟ ଗଣମାଧ୍ୟମରେ ରେକର୍ଡ ଥିବ ବୋଲି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ କହିଥିଲେ ।

  • ଗଞ୍ଜାମ ଜିଲ୍ଲାରେ ରହିଛି ପୂର୍ବରୁ ରହିଛି ମଦମୃତ୍ୟୁ ଘଟଣାର ଅପଖ୍ୟାତି:-

ତେବେ ଗଞ୍ଜାମ ଜିଲ୍ଲାରେ ମଦମୃତ୍ୟୁ ଘଟଣା କିଛି ନୂଆ କଥା ନୁହେଁ । ବିଗତ କିଛି ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ମଦ ନେଇ ସାରିଛି ବହୁ ମୂଲ୍ୟବାନ ଜୀବନ । ଜିଲ୍ଲାର ପୁରଷୋତ୍ତମପୁର, ଆସିକା, ରମ୍ଭା ଏବଂ ଗୋଳାବନ୍ଧ ଭଳି ଅନେକ ଅଞ୍ଚଳରେ ବିଷାକ୍ତ ମଦମୃତ୍ୟୁ ଘଟଣା ଦେଖିବାକୁ ମିଳିଛି । କେତେକଙ୍କ ଜୀବନ ଯାଇଥିବା ବେଳେ ଆଉ କେତେକ ଦୃଷ୍ଟିଶକ୍ତି ହରାଇଛନ୍ତି । ତଦନ୍ତ ମଧ୍ୟ ହୋଇଛି । ରାଜନୀତି ମଧ୍ୟ ଜୋର ଧରିଛି । ମାତ୍ର ଏହି ଘଟଣାରେ ରୋକ ଲାଗିପାରିନି । କେବଳ ଗଞ୍ଜାମ ଜିଲ୍ଲା କାହିଁକି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି ମଦମୃତ୍ୟୁର ବିଭୀଷିକା ।

  • ରାଜ୍ୟରେ କେତକ ଚର୍ଚ୍ଚିତ ମଦମୃତ୍ୟୁ ଘଟଣା ଉପରେ ନଜର ପକାନ୍ତୁ
  • ୨୦୨୨ ମସିହା ସେପ୍ଟେମ୍ୱର ମାସର ୧୧ ତାରିଖରେ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅଞ୍ଚଳର ହଳଦିଖୁଣ୍ଟି ଗ୍ରାମରେ ବିଷାକ୍ତ ମଦ୍ୟପାନ କରି ଛଅ ଜଣଙ୍କ ମୃତ୍ୟୁ ଘଟିଥିଲା । ଯାହାକି ତତକାଳୀନ ଜିଲ୍ଲାପାଳ ବିଷାକ୍ତ ମଦ୍ୟପାନ ଯୋଗୁଁ ମୃତକଙ୍କ କିଡନୀ ଏବଂ ଲିଭର୍ ରେ କ୍ଷତି ପହଞ୍ଚିଥିଲା ବୋଲି କହିଥିଲେ ।
  • ୨୦୨୦ ମସିହା ଅକ୍ଟୋବର ୨୬ ତାରିଖରେ ଏକ ଗୃହକାର୍ଯ୍ୟରେ ନିୟୋଜିତ ରହିଥିବା ନିର୍ମାଣଧିନ ଶ୍ରମିକମାନେ ବିଶାକ୍ତ ମଦ୍ୟପାନ କରିବାରୁ ସେମାନଙ୍କ ମଧ୍ୟରୁ ଚାରି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଯେଉଁମାନଙ୍କ ବୟସ ୨୨ ରୁ ୪୪ ମଧ୍ୟରେ ରହିଥିବା ଜଣାପଡିଥିଲା ।
  • ୨୦୧୯ ମସିହା ଅପ୍ରେଲ ମାସର ୨୯ ତାରିଖରେ ଭଦ୍ରକ ଜିଲ୍ଲାରେ ବିଷାକ୍ତ ମଦମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା । ଏଥିରେ ତିନି ଜଣ ଜୀବନ ଯାଇଥିବା ବେଳେ ୨୯ ଜଣ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଦୃଷ୍ଟିଶକ୍ତି ଚାଲିଯାଇଥିଲା ।
  • ୨୦୧୨ ମସିହା ଫେବୃୟାରୀ ୮ ତାରିଖରେ କଟକ ଜିଲ୍ଲାର ମହିଧରପଡା ଅଞ୍ଚଳରେ ବିଷାକ୍ତ ମଦମୃତ୍ୟୁ ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଏଥିରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିଲା ।
  • ୨୦୦୭ ମସିହାର ଅକ୍ଟୋବର ୧୭ ତାରିଖରେ ମାଲକାନଗିରି ଜିଲ୍ଲାର ମେଟେଲଗୁଡା ଅଞ୍ଚଳରେ ଘରେ ପ୍ରସ୍ତୁତ ହେଉଥିବା ଚାଉଳଜାତ ସାମଗ୍ରୀରୁ ପ୍ରସ୍ତୁତ ଦେଶୀମଦ ପିଇ ସାତଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକମାନେ ଆଦିବାସୀ ସମ୍ପ୍ରଦାୟର ଥିଲେ । ଅନ୍ୟ ତିନି ଜଣ ଗୁରୁତର ହୋଇ ଚିକିତ୍ସିତ ହେବା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
  • ସେହିପରି ଗଞ୍ଜାମ ଜିଲ୍ଲାରେ ମଧ୍ୟ ୨୦୦୬ ମସିହାର ମାର୍ଚ୍ଚ ମାସର ୧୬ ତାରିଖରୁ ମାର୍ଚ୍ଚ ମାସର ୨୨ ତରିଖ ପର୍ଯ୍ୟନ୍ତ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଅଞ୍ଚଳରେ ବିଷାକ୍ତ ଦେଶୀମଦ ପିଇ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଅନେକ ଅସୁସ୍ଥ ପରବର୍ତ୍ତୀ ସମୟରେ ଦୃଷ୍ଟିଶକ୍ତି ହରାଇ ବସିଥିଲେ । ଯେଉଁଥିରେ ଗଡହୁମ୍ମା, ଖଜୁରିଆପଲ୍ଲୀ, ସାନ ରାମଚନ୍ଦ୍ରପୁର, ମଧୁରଛୁଆଁ ଏବଂ ବାଉଁଶିଆପଡା ଭଳି ଅଞ୍ଚଳର ପୀଡିତ ଥିଲେ ।
  • ହୁମ୍ମା ମଦମୃତ୍ୟୁ ଘଟିବାର କିଛି ଦିନ ପରେ ଅର୍ଥାତ୍ ସେହିବର୍ଷ ଅପ୍ରେଲ ୨୩ ଓ ୨୪ ତାରିଖରେ ହିଁ ଜିଲ୍ଲାର ଗୋପାଳପୁର ଥାନା ଅନ୍ତର୍ଗତ ଗୋଳାବନ୍ଧ ଅଞ୍ଚଳରେ ବିଷାକ୍ତ ମଦ୍ୟପାନ କରି ୧୨ଜଣ ମୃତ୍ୟୁ ଘଟିଥିଲା । ଯେଉଁଥିରେ ନୂଆ ଗୋଳାବନ୍ଧ, ଗୋଳାବନ୍ଧ ଭଳି ଗ୍ରାମର ୨୫ରୁ ୩୦ ଜଣ ବ୍ୟକ୍ତି ଏହି ବିଷାକ୍ତ ମଦ୍ୟପାନ କରି ଗୁରୁତ୍ତର ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଏହି ଘଟଣାରେ ତତକାଳୀନ ସରକାରଙ୍କ ପକ୍ଷରୁ ଘଟଣାରେ ଉଚ୍ଚ ନ୍ୟାୟଳୟର ଜଷ୍ଟିସ୍ ପି.କେ.ପାତ୍ରଙ୍କ ନେତୃତ୍ବରେ ତଦନ୍ତ କରାଯାଇଥିଲା ।
  • ୨୦୦୧ ମସିହାରେ ଦେଖାଦେଇଥିବା ମଦମୃତ୍ୟୁ ଘଟଣାରେ ଉଭୟ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ୧୦ ଜଣ ଲେଖାଏଁ ବ୍ୟକ୍ତିବିଶେଷଙ୍କର ମୃତ୍ୟୁ ଘଟିଥିବା ସରକାରୀ ତଥ୍ୟରୁ ଜଣାପଡେ

  • 2000 ମହିସା ପୂର୍ବରୁ କେତେକ ମଦମୃତ୍ୟୁ ଘଟଣା:-
  • ସେହିପରି 2000 ମସିହା ପୂର୍ବରୁ ମଧ୍ୟ ରାଜ୍ୟରେ ଏକାଧିକ ମଦମୃତ୍ୟୁ ଘଟଣା ଦେଖିବାକୁ ମିଳିଛି । ୧୯୮୯ ମସିହାରେ ବାଲେଶ୍ୱର ଜିଲ୍ଲାର ନୀଳଗିରି ମଦମୃତ୍ୟୁ ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା । ୧୯୯୨ ମସିହାରେ କଟକରେ ହୋଇଥିବା ଭୟଙ୍କର ମଦମୃତ୍ୟୁ ମାମଲାରେ ୧୩୪ ଜଣଙ୍କର ମୃତ୍ୟୁ ଘଟିଥିଲା । ୧୯୯୪ ମସିହାର ଅଗଷ୍ଟ ମାସରେ ଗଞ୍ଜାମ ଜିଲ୍ଲାର ପୁରଷୋତ୍ତମପୁରରେ ବିଷାକ୍ତ ମଦ ପିଇ ଚାରିଜଣଙ୍କର ମୃତ୍ୟୁ ଘଟିଥିଲା । ୧୯୯୬ ମସିହାର ଅପ୍ରେଲ ମାସରେ ଭଦ୍ରକ ଜିଲ୍ଲାର ଚରମ୍ପା ଏରିଆରେ ବିଷାକ୍ତ ମଦ୍ୟପାନ କରି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ :- ସଂରକ୍ଷଣ ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲୁ; ବିଜେଡି କହିଲା ଅଦୃଶ୍ୟ ଶକ୍ତି ଅଟକାଉଛି, ବାଚସ୍ପତିଙ୍କୁ ଅପମାନ ଘଟଣାରେ କ୍ଷମା ଦାବି କଲା ବିଜେପି - reservation issue Odisha Assembly

ସେପଟେ ରାଜ୍ୟରେ ସମସ୍ତ ପ୍ରମୁଖ ମଦମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀମାନେ ଇସ୍ତଫା ଦେଇଥିବାର ନଜର ରହିଥିବା ବେଳେ ବର୍ତ୍ତମାନର ଏହି କ୍ଷେତ୍ରରେ ବିଜେପି ସରକାର କେଉଁଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହାରି ଉପରେ ନଜର ରହିଥିବା କହିଛନ୍ତି ବିରୋଧୀ ଦଳର ନେତୃବୃନ୍ଦ । ଆଗକୁ ଆସିବାକୁ ଥିବା ଅବକାରୀ ନୀତିରେ ମୋହନ ସରକାର ମଦମୃତ୍ୟୁ ରୋକିବାକୁ ନୀତିଗତ ସ୍ତରରେ କ’ଣ ପଦକ୍ଷେପ ଗ୍ରହଣ କରିବେ, ତାହା ଉପରେ ମଧ୍ୟ ରାଜ୍ୟବାସୀଙ୍କ ନଜର ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 25, 2024, 12:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.