ETV Bharat / state

ପ୍ରସିଦ୍ଧ ଦଣ୍ତନୃତ୍ୟରେ ଦୁଲୁକୁଛି ଗଞ୍ଜାମ ଦାଣ୍ଡ, ଋଷି ପୁତ୍ରଙ୍କ ଧ୍ବନିରେ କମ୍ପୁଛି ଗାଁରୁ ସହର - Danda Yatra - DANDA YATRA

Danda Nacha Festival: ଚୈତ୍ର ମାସ ଆସିଲେ ଗଞ୍ଜାମ ଜିଲ୍ଲାରେ ପାରମ୍ପାରିକ ରୀତିନୀତିରେ ମାନସିକଧାରୀ ମାନଙ୍କ ପକ୍ଷରୁ ଆୟୋଜିତ ହୋଇଥାଏ ଦଣ୍ତନାଚ । ପ୍ରତ୍ୟେକ ଦିନ ଷୋହଳ ସୁଆଙ୍ଗ ରହିଥାଏ ଦଣ୍ଡନାଚର ମୁଖ୍ୟ ଆକର୍ଷଣ । ପଢନ୍ତୁ ପୁରା ରିପୋର୍ଟ

Danda Nacha Festival
Danda Nacha Festival
author img

By ETV Bharat Odisha Team

Published : Apr 6, 2024, 2:00 PM IST

Updated : Apr 6, 2024, 9:51 PM IST

ବ୍ରହ୍ମପୁର: ହେ ଋଷିପୁତ୍ରେ ! ଆଇଲେ ହର, ଦେଇଗଲେ ବର ଅନ୍ୟ ସେବା ଛାଡ଼ି ଏ ସେବା କର..ଚୈତ୍ର ମାସ ଆସିଲେ ଏଭଳି କିଛି ଗାତରେ ଦୁଲୁକୁ ଥାଏ ଗଞ୍ଜାମ ଦାଣ୍ଡ । ଦଣ୍ଡନାଚ ପାଇଁ ଉତ୍ସବ ମୁଖର ହୋଇଉଠିଥାଏ ସମଗ୍ର ଅଞ୍ଚଳ । ଦଣ୍ଡନାଚରେ ଯୋଗଦାନ କରୁଥିବା ମାନସିକଧାରୀ ଦଣ୍ଡୁଆ ମାନେ ପ୍ରତ୍ୟେକ ଦିନ ଦିନ ତମାମ ବିଭିନ୍ନ ପ୍ରକାରର ଦଣ୍ଡ ଭୋଗିଥାନ୍ତି । ନିଜ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ଏଠାରେ ପାଣିଦଣ୍ତ, ଧୂଳି ଦଣ୍ଡ, ବଜ୍ର ଦଣ୍ଡ, ଅଗ୍ନି ଦଣ୍ଡ ଭଳି ଷୋହଳ ପ୍ରକାରର ଦଣ୍ଡରେ ବରଣ କରିଥାନ୍ତି । ଏହି ଦଣ୍ଡନାଚ ମେରୁ ସଂକ୍ରାନ୍ତିରେ ଶେଷ ହେବ । ଝାମୁ ଯାତ୍ରା ଦିନ ମଧ୍ୟ ଗଞ୍ଜାମକୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସୁଅ ଛୁଟିଥାଏ ।

ଚୈତ୍ର ମାସରେ ଭକ୍ତିମୟ ପରିବେଶ: ମାନସିକଧାରୀ ନାଲି ଓ ହଳଦିଆ ବସ୍ତ୍ର ପରିଧାନ କରିବା ସହିତ ହାତରେ ବାନା, ମୟୂରପୁଞ୍ଛ ଧରି ଢୋଲ, ଘଣ୍ଟ, କାହାଳି, ତୁରି, ମହୁରୀ ସାଙ୍ଗକୁ ଢୋଲର ତାଳେତାଳେ ଶ୍ରୀ ଶ୍ରୀ କଳା ରୁଦ୍ରମଣୀଙ୍କୁ ଭଜହେ ଧ୍ବନିରେ ବିଭିନ୍ନ ଅଞ୍ଚଳକୁ ପରିକ୍ରମା ସମୟର ପରିବେଶ ଏକପ୍ରକାର ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥାଏ । ଭୋର ସକାଳ ସମୟରୁ ଆରମ୍ଭ କରି ମଧ୍ୟରାତ୍ର ପର୍ଯ୍ୟନ୍ତ ମାନସିକଧାରୀଙ୍କ କଠିନ ନିଷ୍ଠା ଓ ତ୍ୟାଗର ସହକାରେ ଏହି ବ୍ରତ ପାଳନର ରହିଥିବା ସ୍ୱତନ୍ତ୍ରତା । ଆଉ ଏହାରି ମଧରେ ଷୋହଳ ସୁଆଙ୍ଗ ରହିଥାଏ ଦଣ୍ଡନାଚର ମୁଖ୍ୟ ଆକର୍ଷଣ । ଚୈତ୍ରମାସରେ ୨୧ ଦିନ ,୧୮ ଦିନ,୧୫ ଦିନ ଏବଂ ୧୩ ଦିନ ଧରି ପାଳିତ ହେଉଥିବା ଏହି ପର୍ବ ।

ଏହା ମଧ୍ୟ ପଢନ୍ତୁ: ଆରମ୍ଭ ହେଲା ଗଞ୍ଜାମର ଗଣପର୍ବ, ପାରମ୍ପରିକ ଦଣ୍ଡନୃତ୍ୟରେ ଦୁଲିକିବ ଗାଁ ଦାଣ୍ଡ

ତିନି ଶହ ବର୍ଷ ପୁରୁଣା ଦଣ୍ଡନାଚ: ମୁଖ୍ୟତଃ ପଣାସଂକ୍ରାନ୍ତି ପୂର୍ବରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହିଥିବା କାଳୀମନ୍ଦିରରୁ ମାନସିକଧାରୀ ଦଣ୍ଡୁଆମାନେ ମାଆ କାଳୀ ଏବଂ ମହାଦେବଙ୍କୁ ସାଥୀରେ ନେଇ ଦଣ୍ଡନାଚ କରିବା ପାଇଁ ବାହାରିଥାନ୍ତି । ଚଳିତବର୍ଷ ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଯାଇଥିବା ଏହି ପ୍ରସିଦ୍ଧ ଦଣ୍ଡନୃତ୍ୟ ପଣା ସଂକ୍ରାନ୍ତି ମେରୁ ପର୍ବରେ ଉଦଯାପିତ ହୋଇଥାଏ । ଦଣ୍ଡନୃତ୍ୟରେ ପରମ୍ପରା ସାମିଲ ହେଉଥିବା ମାନସିକଧାରୀଙ୍କୁ ଏହି ଅବସରରେ ଋଷିପୁତ୍ର ନାମରେ ଉଚ୍ଚାରଣ କରାଯାଉଥିବା ବେଳେ ପରମ୍ପରା ଅନୁସାରେ ପ୍ରାୟ ତିନି ଶହ ବର୍ଷର ପୁରାତନ ସଂସ୍କୃତିକୁ ନେଇ ଗଞ୍ଜାମରେ ଏହି ଦଣ୍ଡ ଯାତ୍ରା ଚାଲି ଆସିଥିବା କୁହାଯାଉଥିବା ବେଳେ ପ୍ରତେକବର୍ଷ ମାନସିକ ପୂରଣ ପାଇଁ ଏଥିରେ ସାମିଲ ହୋଇଥାନ୍ତି ହଜାର ହଜାର ଭକ୍ତ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Apr 6, 2024, 9:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.