ETV Bharat / state

ଚିକିଟି ମଦ ମୃତ୍ୟୁ ମାମଲା: ହଟିଲେ ବ୍ରହ୍ମପୁର ଅବକାରୀ ଅଧୀକ୍ଷକ, ଆଜି ଘଟଣାସ୍ଥଳକୁ ଯିବ BJD ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ - Chikiti Hooch Tragedy

Chikiti Hooch Tragedy: ଚିକିଟି ମଦ ମୃତ୍ୟୁ ମାମଲାରେ ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କୁ କାର୍ଯ୍ୟରୁ ଅପସାରଣ ପାଇଁ ନିର୍ଦ୍ଦେଶ । ଆଜି ମଦମୃତ୍ୟୁ ମାମଲାର ଅନୁଧ୍ୟାନ କରିବାକୁ ଗଞ୍ଜାମ ଯିବ ବିଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ଅଧିକ ପଢନ୍ତୁ

Chikiti Hooch Tragedy
Chikiti Hooch Tragedy (Etv Bharat)
author img

By ETV Bharat Odisha Team

Published : Aug 22, 2024, 10:16 AM IST

ଭୁବନେଶ୍ବର: ଚିକିଟି ମଦ ମୃତ୍ୟୁ ମାମଲାରେ ଆକ୍ସନ ନେଲେ ରାଜ୍ୟ ସରକାର । ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କୁ କାର୍ଯ୍ୟରୁ ଅପସାରଣ ପାଇଁ ନିର୍ଦ୍ଦେଶ ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବେଆଇନ ମଦ ଭାଟି ଉପରେ ଚଢାଉ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଆଜି ମଦମୃତ୍ୟୁ ମାମଲାର ଅନୁଧ୍ୟାନ କରିବାକୁ ଗଞ୍ଜାମ ଯିବ ବିଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଧାୟକ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଚିକିଟି ଯିବ ବିଜେଡ଼ି ପ୍ରତିନିଧି ଦଳ ।

ଚିକିଟି ମଦ ମୃତ୍ୟୁ ମାମଲା: ହଟିଲେ ବ୍ରହ୍ମପୁର ଅବକାରୀ ଅଧୀକ୍ଷକ, ଆଜି ଘଟଣାସ୍ଥଳକୁ ଯିବ BJD ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ (ETV Bharat Odisha)

ମଦ ମୃତ୍ୟୁ ମାମଲାର ଅନୁଧ୍ୟାନ କରିବ ବିଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ:

ବିଜେଡିର ବରିଷ୍ଠ ଗଣମାଧ୍ୟମ ସଂଯୋଜକ ପ୍ରତାପ ଜେନା କହିଛନ୍ତି, "ବିଜୁ ଜନତା ଦଳ ପକ୍ଷରୁ ଏହି ଘଟଣାକୁ ଆମେ ନିନ୍ଦା କରୁଛୁ । ଘଟଣାର ଗୁରୁତ୍ୱତାକୁ ଦୃଷ୍ଟିରେ ଦେଖି ଦଳ ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରାଯାଇଛି ଏହି ଟିମ ଚିକିଟି ଯିବ । ଘଟଣାସ୍ଥଳରେ ଦଳ ସ୍ଥିତି ଅନୁସନ୍ଧାନ କରିବ । ଏହି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମର ନେତୃତ୍ୱ ନେବେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଧାୟକ ନିରଞ୍ଜନ ପୂଜାରୀ । ଏହି ଟିମରେ ପୂର୍ବତନ ମନ୍ତ୍ରୀ ଉଷା ଦେବୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିକ୍ରମ କୁମାର ପଣ୍ଡା ଏହି ଟିମରେ ରହିବେ । ସ୍ଥିତି ଅନୁଧ୍ୟାନ କରି ଏକ ରିପୋର୍ଟ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ । ରିପୋର୍ଟକୁ ଆଧାର କରି ଦଳ ପରବର୍ତ୍ତୀ କାର୍ଯ୍ୟକ୍ରମ ହାତକୁ ନେବ ।''

ଏହା ମଧ୍ୟ ପଢନ୍ତୁ-ଚିକିଟି ମଦ ଟ୍ରାଜେଡି: ଗଲାଣି 2 ଜୀବନ, ଏବେ ବି ହସ୍ପିଟାଲରେ 10ରୁ ଅଧିକ ଅସୁସ୍ଥ - Ganjam spurious liquor death

  • ବିଜେପି ନେତାଙ୍କ ମଧ୍ୟରେ ତାଳମେଳ ରହୁନାହିଁ :

ସେ ଆହୁରି ମଧ୍ୟ କହିଛନ୍ତି, "ଚିକିଟିରେ ମଦ ମୃତ୍ୟୁ ହୋଇଛି । ବିଷାକ୍ତ ମଦ ପିଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନେକ ଅସୁସ୍ଥ ଅଛନ୍ତି । ସମାନଙ୍କର ଚିକିତ୍ସା ହସ୍ପିଟାଲରେ ଚାଲିଛି । ବିଜେପି ସରକାର ଗଠନ ହେବା ପରେ କାହା ସହିତ କାହାର ତାଳମେଳ ରହୁନାହିଁ । ଜଣେ ମନ୍ତ୍ରୀ କହୁଛନ୍ତି ଓଡିଶାରେ ସମ୍ପୂର୍ଣ୍ଣ ଭାବେ ମଦ ବନ୍ଦ କରିଦିଆଯିବ । ଆଉ ଜଣେ ମନ୍ତ୍ରୀ କହୁଛନ୍ତି ଘରେ ଘରେ ମଦ ପହଁଚାଇ ଦିଆଯିବ, ଅନଲାଇନରେ ମଦ ବିକ୍ରି ହେବ । ଆଉ ଜଣେ କହୁଛନ୍ତି, ମଦ ବିକ୍ରୀ ହେବ କିନ୍ତୁ ନୂଆ ଦୋକାନ ଖୋଲିବ ନାହିଁ । ନୂଆ ଦୋକାନ ଖୋଲିବ ନାହିଁ କହିବାର ଦୁଇ ଦିନ ପରେ 16ଟି ନୂଆ ମଦ ଦୋକାନ ଖୋଲିବା ଲାଗି ବିଜ୍ଞପ୍ତି ବାହାରିଛି । ଆଉ କେହି କହୁଛନ୍ତି, ନୂଆ ଦୋକାନ ନଖୋଲି ଚୋରା ମଦକୁ ପ୍ରୋତ୍ସାହନ ଦେବୁ । ଏପରି ସ୍ଥିତିରେ ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଚାଲିଛି । ଠିକ ସେହି ସମୟରେ ଦୁଇ ଜଣ ଅପ ମିଶ୍ରିତ ମଦ ପିଇ ମୃତ୍ୟୁ ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.