ETV Bharat / state

ମାନ୍ୟତା ପାଇବା ଅପେକ୍ଷାରେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ, କେବେ ପାରିତ ହେବ ବିଲ୍? - Khallikote University Wait For UGC

author img

By ETV Bharat Odisha Team

Published : Jul 19, 2024, 9:13 PM IST

Updated : Jul 20, 2024, 2:28 PM IST

Khallikote University Waiting For UGC recognition: ଦୀର୍ଘ ବର୍ଷ ହେଲା ୟୁଜିସି ମାନ୍ୟତା ପାଇବା ଅପେେକ୍ଷାରେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ । ବିଧାନସଭା ପାରିତ ହେଲେ ହିଁ ମିଳିବ ସୁଫଳ । ଅଧିକ ପଢନ୍ତୁ

Khallikote University
Khallikote University (ETV Bharat Odisha)

ବ୍ରହ୍ମପୁର: ବ୍ରହ୍ମପୁର ସହରର ଅତ୍ୟନ୍ତ ପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ଭାବରେ ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟକୁ ମିଳୁନାହିଁ ୟୁଜିସି ମାନ୍ୟତା ‌। ଗତ ୨୦୨୧ ମସିହାରୁ ଏହି ମାନ୍ୟତା ହରାଇଥିବା ବେଳେ ଏଠାରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅନ୍ଧକାର ଭିତରେ ଗତି କରୁଛି । ଏଭଳି ସମୟରେ ଓଡିଶା ବିଧାନସଭାରେ ଏହାକୁ ପାରିତ କରାଯାଇ ଉକ୍ତ ବିଧେୟକକୁ ୟୁଜିସିକୁ ପଠାଗଲେ ହିଁ ଏହାର ସୁଫଳ ମିଳିବ ବୋଲି ଗଣମାଧ୍ୟମକୁ କହିଛନ୍ତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ।‌

Khallikote University Waiting For UGC recognition (ETV Bharat Odisha)

ବ୍ରହ୍ମପୁରର ୧୪୭ ବର୍ଷର ଖଲିକୋଟ ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ପୂର୍ବ ରାଜ୍ୟ ସରକାରଙ୍କ ପକ୍ଷରୁ ଇତି ମଧ୍ୟରେ ଦୁଇ ଦୁଇ ଥର ଭିନ୍ନ ଭିନ୍ନ ନାମକରଣ କରାଯାଇ ବିଶ୍ବବିଦ୍ୟାଳୟ ଘୋଷଣା କରାଯାଇଥିଲେ ମଧ୍ୟ ଏହା କେବଳ ରାଜ୍ୟ ସରକାର ଗେଜେଟ୍ ନୋଟିଫିକେସନରେ ସୀମିତ ରହିଯାଇଛି । ନିୟମ ଅନୁଯାୟୀ, ଏହାକୁ ବିଧାନସଭାରେ ପାରିତ କରାଯିବା ପରେ ୟୁଜିସିକୁ ପଠାଇଥିଲେ ଏହା ନିୟମରେ ପରିବର୍ତ୍ତନ ହୋଇଥାନ୍ତା । କିନ୍ତୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହାକୁ କରାଯାଇନଥିବାରୁ ଅଦ୍ୟାବଧି ୟୁଜିସି ମାନ୍ୟତା ହରାଇ ଚାଲିଛି ଏହି ବିଶ୍ବବିଦ୍ୟାଳୟ ।

ନିୟମ ଅନୁଯାୟୀ ରାଜ୍ୟରେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କିତ ବିଷୟ ରାଜ୍ୟ ବିଧାନସଭାରେ ପାରିତ ହେବା ଜରୁରୀ । ଯାହା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ କରାଯାଇନାହିଁ ବୋଲି ୟୁଜିସି କର୍ତ୍ତୃପକ୍ଷ କହିଛନ୍ତି । ତେବେ ନୂତନ ସରକାରଙ୍କ ପକ୍ଷରୁ ବିଧାନସଭାରେ ପାରିତ କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କୁ ଅନୁରୋଧ କରାଯାଇଥିବା କୁଳପତି ଗୀତାଞ୍ଜଳି କହିଛନ୍ତି ।

୧୪୭ ବର୍ଷର ଶିକ୍ଷାନୁଷ୍ଠାନ ୟୁଜିସି ମାନ୍ୟତା ହରାଇଥିବାରୁ ଚିନ୍ତାରେ ବିଦ୍ୟାର୍ଥୀ ଓ ସହରବାସୀ: ବ୍ରହ୍ମପୁର ସହର ସମେତ ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଥିବା ଖଲିକୋଟ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଇତିମଧ୍ୟରେ ୧୪୭ ବର୍ଷରେ ପଦାର୍ପଣ କରିଛି । ହେଲେ ଏହି ଶିକ୍ଷାନୁଷ୍ଠାନକୁ ପ୍ରଥମେ ରାଜ୍ୟର ପ୍ରଥମ କ୍ଳଷ୍ଟର ବିଶ୍ବବିଦ୍ୟାଳୟ ଭାବରେ ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଘୋଷଣା କରିଥିଲେ । ବ୍ରହ୍ମପୁର ସହରର ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ସମେତ ସିଟି କଲେଜ, ବିଧାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ସମେତ ଛତ୍ରପୁରର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଏବଂ ଗୋପାଳପୁରର ମହାବିଦ୍ୟାଳୟକୁ ମିଶାଇ ମୋଟ ୫ଟି ମହାବିଦ୍ୟାଳୟକୁ ନେଇ ୨୦୧୫ ମସିହା ମେ ୩୦ ତାରିଖରେ ରାଜ୍ୟ ସରକାର ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଘୋଷଣା କରିଥିଲେ । ହେଲେ ତାହାକୁ ପରବର୍ତ୍ତୀ ସମୟରେ କ୍ଳଷ୍ଟର ବିଶ୍ବବିଦ୍ୟାଳୟକୁ ଉଠାଇ ତାହାକୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସାମିଲ କରିବା ସହିତ ସେଠାରେ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସାମିଲ କରିଦେଇଥିଲେ ।

ଏହାମଧ୍ୟ ପଢନ୍ତୁ.. ରାଜ୍ୟରେ 3 ମେଡିକାଲ କଲେଜ ଶୀଘ୍ର ହେବ କାର୍ଯ୍ୟକ୍ଷମ: ସ୍ୱାସ୍ଥ୍ୟମନ୍ତ୍ରୀ - New Medical Colleges In Odisha

ଏହାପରେ ରାଜ୍ୟ ସରକାର ୨୦୨୧ ମସିହା ଅଗଷ୍ଟ ୧ ତାରିଖରେ ଗେଜେଟ ନୋଟିଫିକେସନ୍ ପ୍ରକାଶ କରି ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ପରିଣତ କରିଥିଲେ । ୟୁଜିସି ନିୟମ ଅନୁଯାୟୀ ଗୋଟିଏ ନୂତନ ବିଶ୍ବବିଦ୍ୟାଳୟ ଗଠନ କିମ୍ବା ଦୁଇଟି ବିଶ୍ଵବିଦ୍ୟାଳୟର ସମ୍ମିଶ୍ରଣ ଉଭୟ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ଏହାକୁ ରାଜ୍ୟ ବିଧାନସଭାରେ ପାରିତ କରି ୟୁଜିସିକୁ ଚିଠି ପ୍ରଦାନ କରଯିବା କଥା । କିନ୍ତୁ କାହିଁକି ଏବେସୁଦ୍ଧା ତାହା ହୋଇପାରିଲା ନାହିଁ ସେନେଇ ପ୍ରଶ୍ନ ଉଠିଛି । ଏପରିକି ଖଲ୍ଲିକୋଟ କ୍ଳଷ୍ଟର ବିଶ୍ବବିଦ୍ୟାଳୟ ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ମିଶ୍ରଣ ଦିଗରେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ୟୁଜିସିକୁ କୌଣସି ଚିଠି ପ୍ରଦାନ କରାଯାଇନାହିଁ ।

ବର୍ତ୍ତମାନ ଗୋଟିଏ ସ୍ଥାନରେ ୨ଟି ବିଶ୍ଵବିଦ୍ୟାଳୟ ଏବଂ ଗୋଟିଏ ସ୍ୱୟଂଶାସିତ ମହାବିଦ୍ୟାଳୟ ଚାଲିଥିବାରୁ ଏହାକୁ ନେଇ ୟୁଜିସି ମଧ୍ୟ ଦ୍ବନ୍ଦ୍ୱରେ ଥିବା ପ୍ରକାଶ କରିଛି । ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ସ୍ଥାପନ ନେଇ ରାଜ୍ୟ ବିଧାନସଭାରେ କୌଣସି ବିଲ ପାସ୍ ହୋଇନାହିଁ ଏବଂ ୟୁଜିସିକୁ କୌଣସି ଚିଠି ପ୍ରଦାନ ହୋଇନଥିବା ଯୋଗୁଁ ଏହି ବିଶ୍ଵବିଦ୍ୟାଳୟକୁ ୟୁଜିସିର ୨ ଏଫ୍ ବା ୧୨ବି ମାନ୍ୟତା ମିଳିନାହିଁ । ଯାହା ପୂର୍ବରୁ ଖଲ୍ଲିକୋଟ ସ୍ଵଂୟ ଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇଥିଲା । ଏପରିକି ନାକ୍ ଠାରୁ ଉନ୍ନତ ମାନ୍ୟତା ପାଇଥିଲା । ସେପଟେ ଏହାକୁ କ୍ଲଷ୍ଟର ବିଶ୍ଵବିଦ୍ୟାଳୟ ଘୋଷଣା ପର ଠାରୁ ବର୍ତ୍ତମାନ କୌଣସି ମାନ୍ୟତା ମିଳିନାହିଁ ବୋଲି ସେ କହିଛନ୍ତି ।

ୟୁଜିସି ମାନ୍ୟତା ହରାଇ ଏଭଳି ସମସ୍ୟାରେ ରହିଛନ୍ତି ବିଦ୍ୟାର୍ଥୀ- ୟୁଜିସି ମାନ୍ୟତା ହରାଇଥିବା କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ରିଜିଓନାଲ ସାର୍ଟିଫିକେଟ ପ୍ରଦାନ କରାଯାଇପାରୁନାହିଁ । ଏପରିକି ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ମଧ୍ୟ ଆୟୋଜିତ ହୋଇପାରୁନାହିଁ ବୋଲି କହିଛନ୍ତି କୁଳପତି । ସେପଟେ ଖୁବଶ୍ରୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jul 20, 2024, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.