ETV Bharat / state

ମାଫିଆକୁ କାବୁ କରିବା ପାଇଁ ପିଛା କରୁଥିଲା ପୋଲିସ, ଦୁର୍ଘଟଣାରେ ଚାଲିଗଲା ଜୀବନ - Ganja Smuggle - GANJA SMUGGLE

Ganja Smuggler Died on Road Accident: ପୋଲିସକୁ ଚକମା ଦେବା ପାଇଁ ବାଇକର ବେଗ ବଢାଇଲା ଗଞ୍ଜେଇ ମାଫିଆ । ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ । ଅଧିକ ପଢନ୍ତୁ

ଦୁର୍ଘଟଣାରେ ଗଞ୍ଜେଇ ମାଫିଆ ମୃତ
ଦୁର୍ଘଟଣାରେ ଗଞ୍ଜେଇ ମାଫିଆ ମୃତ
author img

By ETV Bharat Odisha Team

Published : Mar 22, 2024, 3:26 PM IST

ବଲାଙ୍ଗୀର: ସଡକ ଦୁର୍ଘଟଣାରେ ଗଞ୍ଜେଇ ମାଫିଆ ମୃତ । ମାଫିଆକୁ କାବୁ କରିବା ପାଇଁ ପୋଲିସ ପିଛା କରୁଥିବା ବେଳେ ଏହି ଦୁର୍ଘଟଣା ଘଟଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଥିବା ସୂଚନା ରହିଛି । ବଲାଙ୍ଗୀର ଜିଲ୍ଲାରୁ ଏହି ଖବର ସାମ୍ନାକୁ ଆସିଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ବେଲାପଡା ଅଞ୍ଚଳରେ ବାଇକରେ ତିନି ଜଣ ଗଞ୍ଜେଇ ମାଫିଆ ଗଞ୍ଜେଇ ଚାଲାଣ କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲା ବେଲାପଡା ପୋଲିସ୍ । ଏହାପରେ ପୋଲିସର ଏକ ଟିମ ଗଞ୍ଜେଇ ମାଫିଆକୁ କାବୁ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା । ତେବେ ମାଫିଆମାନେ ବାଇକରେ ଯାଉଥିବା ଜାଣି ପିଛା କରିଥିଲା ପୋଲିସ । ତେବେ ବାଇକରେ ଥିବା ମାଫିଆମାନେ ପୋଲିସକୁ ଦେଖି ଖସି ଯିବା ପାଇଁ ଉଦ୍ୟମ କରିଥିଲେ । ବାଇକର ଗତି ବଢାଇଥିବା ବେଳେ କିଛି ବାଟପରେ ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଘଟଣାସ୍ଥଳରୁ ଦୁଇ ଜଣ ଫେରାର ହୋଇଯାଇଥିବା ବେଳେ ଜଣକୁ ଗୁରୁତର ଭାବେ ଉଦ୍ଧାର କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ: ପୁଇଁନ୍ତଳା ପୋଲିସ ସଫଳତା, ଜବତ କଲା ଦୁଇ କ୍ବିଣ୍ଟାଲ ନୀଳ ଜହର

ତେବେ ଉକ୍ତ ମାଫିଆକୁ ପ୍ରଥମେ ବେଲପଡା ଡାକ୍ତରଖାନା ଓ ପରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେଲ ମାଫିଆର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ମୃତକର ପରିଚୟ ପାଇପାରି ନାହିଁ ପୋଲିସ । ତେବେ ପୋଲିସ ସମସ୍ତ ଦିଗ ଏବଂ ପ୍ରମାଣକୁ ଆଧାର କରି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକ ଜଣକ ବାହାର ରାଜ୍ୟର ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେହିପରି ଫେରାର ଥିବା ଅନ୍ୟ ଦୁଇ ଜଣଙ୍କୁ ପୋଲିସ୍ ଧରିବା ପାଇଁ ତନାଘନା ଜାରି ରଖିଛି । ସେପଟେ ମୃତକଙ୍କ ପରିଚୟ ସହ ତାର ସମ୍ପର୍କୀୟର ମଧ୍ୟ ଖୋଜୁଛି ପୋଲିସ୍ । ପ୍ରକାଶାଥାଉକି, ବେଳପଡା ପାଟଣାଗଡ଼ ଅଞ୍ଚଳରୁ ଗଞ୍ଜେଇ ରାୟପୁର ଛତିଶଗଡ଼ ଅଞ୍ଚଳକୁ ପ୍ରାୟତଃ ଚୋରା ଚାଲାଣ ହୋଇଥାଏ। ଗଞ୍ଜେଇ ମାଫିଆ ଏହି ଅଞ୍ଚଳର ଗ୍ରାମାଞ୍ଚଳ ରାସ୍ତାରେ ଏହାର ଚାଲାଣ କରିଥାନ୍ତି । ସେପଟେ ପୋଲିସ୍ କଡା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏଠି କିଛି ଦିନ ମଧ୍ୟରେ ବ୍ୟାପକ ଗଞ୍ଜେଇ ଓ ନିଶା ଦ୍ରବ୍ୟ ଜବତ ହେଉଛି । ସେହିପରି ଏଥିରେ ଅନେକ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.