ETV Bharat / state

ଜରାଜୀର୍ଣ୍ଣ ଅବସ୍ଥାରେ ଐତିହ୍ୟ କୀର୍ତ୍ତିରାଜି ଗଙ୍ଗେଶ୍ଵରୀ ମନ୍ଦିର, ମା’ଙ୍କୁ ଆରାଧନା କରି କୋଣାର୍କ ଗଢିଥିଲେ 12ଶହ ବଢେଇ !

କୋଣାର୍କ ମନ୍ଦିର ପୂର୍ବରୁ ନିର୍ମିତ ମା’ ଗଙ୍ଗେଶ୍ବରୀ ମନ୍ଦିର । ଏଠାରେ ଆରାଧନା କରି କୋଣାର୍କ ଗଢିଥିଲେ 12ଶହ ବଢେଇ । ଆଜି କିନ୍ତୁ ଜରାଜୀର୍ଣ୍ଣ ଅବସ୍ଥାରେ ଏହି ପୁରାତନ କୀର୍ତ୍ତିରାଜି ।

ଜରାଜୀର୍ଣ୍ଣ ଅବସ୍ଥାରେ ଐତିହ୍ୟ କୀର୍ତ୍ତିରାଜି ଗଙ୍ଗେଶ୍ଵରୀ ମନ୍ଦିର, କୋଣାର୍କ ମନ୍ଦିର ପୂର୍ବରୁ ହୋଇଥିଲା ନିର୍ମାଣ, ଏଠାରେ ରହୁଥିଲେ 12ଶହ ବଢେଇ
ଜରାଜୀର୍ଣ୍ଣ ଅବସ୍ଥାରେ ଐତିହ୍ୟ କୀର୍ତ୍ତିରାଜି ଗଙ୍ଗେଶ୍ଵରୀ ମନ୍ଦିର, କୋଣାର୍କ ମନ୍ଦିର ପୂର୍ବରୁ ହୋଇଥିଲା ନିର୍ମାଣ, ଏଠାରେ ରହୁଥିଲେ 12ଶହ ବଢେଇ (ETV Bharat Odisha)
author img

By ETV Bharat Odisha Team

Published : Nov 2, 2024, 9:13 AM IST

ଗୋପ (ପୁରୀ): ଐତିହ୍ୟ ଓ ପୁରାତନ କୀର୍ତ୍ତିରାଜିର ପରିଚୟ ଦିଏ ବୈଆଳିଶୀ ବାଟି ଗାଁ । ଏକାଧିକ ଦିଗରୁ ଐତିହ୍ୟ ଓ ପରମ୍ପରାର ପ୍ରତୀକ ଏହି ଗ୍ରାମ । ଲୋକକଥା ଅନୁସାରେ, ପୂର୍ବରୁ ଏହି ଗ୍ରାମରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ମନ୍ତ୍ରୀ ଶିବେଇ ସାମନ୍ତରାୟ ରହୁଥିଲେ । ତେବେ ଏଠାରେ ଥିବା ପ୍ରାଚୀନ ଗଙ୍ଗେଶ୍ବରୀ ମନ୍ଦିରର ଭିନ୍ନ କିମ୍ବଦନ୍ତୀ ରହିଛି । କୌଣର୍କରେ ବିଶ୍ବପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ନିର୍ମାଣ ହେବା ସହ ରହିଛି ଏହି ମନ୍ଦିର ନିର୍ମାଣର ସମ୍ପର୍କ । ଏପରିକି ଏହି ଗଙ୍ଗେଶ୍ବରୀ ମନ୍ଦିର କୋଣାର୍କ ମନ୍ଦିରଠାରୁ ମଧ୍ୟ ପୁରୁଣା । ଏହି ଗ୍ରାମରେ କୋଣାର୍କ ମନ୍ଦିର ନିର୍ମାଣ କରିଥିବା 12ଶହ ବଢେଇ ରହୁଥିଲେ ବୋଲି ଲୋକକଥା ରହିଛି ।

  • ମା’ଙ୍କୁ ଆରାଧାନ କରି କୋଣାର୍କ ମନ୍ଦିର ଗଢୁଥିଲେ 12ଶହ ବଢେଇ:-

ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଏରବଙ୍ଗ ପଞ୍ଚାୟତରେ ଅବସ୍ଥିତ । ଏହି ଗ୍ରାମରେ ଅତି ପୁରାତନ କାଳର ପ୍ରାଚୀନ ମନ୍ଦିର ରହିଛି । ଏଠାରେ ଆଜି ମା’ ଗଙ୍ଗେଶ୍ୱରୀ ପୂଜା ପାଇ ଆସୁଛନ୍ତି । ଏହି ଗ୍ରାମରେ 12 ମାସରେ 13 ପର୍ବ ଅନୁଷ୍ଠିତ ହୋଇଥାଏ । କୋଣାର୍କ ମନ୍ଦିର ନିର୍ମାଣ ହେବା ପୂର୍ବରୁ ଏହି ମନ୍ଦିର ନିର୍ମାଣ ହୋଇ ମା’ଙ୍କ ଆରାଧନା କରାଯାଉଥିବା କିମ୍ବଦନ୍ତୀ ରହିଛି । ଏହି ବୟାଳିଶି ବାଟି ଗ୍ରାମରେ ୧୨ଶହ ଖ୍ରୀଷ୍ଟାବ୍ଦ ବେଳକୁ କୋଣାର୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସମୟରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା କାରିଗର ବା ବଢେଇମାନେ ରହୁଥିବା କିମ୍ବଦନ୍ତୀ ରହିଛି । ଗାଁ ମଝିରେ ଏବେବି ପଥରଭସା ନଦୀର କିଛି ଅଂଶ ରହିଥିବା ଦେଖିବାକୁ ମିଳେ । କୋଣାର୍କ ମନ୍ଦିରରେ ବ୍ୟବହୃତ ହେଉଥିବା ବଡ଼ ବଡ଼ ପଥରମାନ ଏହି ପଥରଭସା ନଦୀ ମାଧ୍ୟମରେ କୋଣାର୍କକୁ ଯାଉଥିବା ଅନୁମାନ କରାଯାଏ ।

ଐତିହ୍ୟ ଓ ପୁରାତନ କୀର୍ତ୍ତିରାଜିର ପ୍ରତୀକ ଗଙ୍ଗେଶ୍ଵରୀ ମନ୍ଦିର (ETV Bharat Odisha)
  • ଅବକ୍ଷୟ ହେବାରେ ଲାଗିଛି ଏହି କୀର୍ତ୍ତିରାଜି, ପ୍ରଶାସନର ଦୃଷ୍ଟି ପଡୁନି :-

ଏହି ପ୍ରାଚୀନ ଐତିହ୍ୟକୁ ନେଇ ଗ୍ରାମବାସୀ ଗର୍ବ ଅନୁଭବ କରୁଥିବା ବେଳେ ଏବେ ରକ୍ଷଣା ବେକ୍ଷଣ ଅଭାବରୁ ଧିରେ ଧିରେ ଅବକ୍ଷୟ ହେବାରେ ଲାଗିଲାଣି । ଏନେଇ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାର କାହାର ବି ନିଘା ନାହଁ । ସ୍ଥାନୀୟ ନିମାପଡ଼ା ବିଧାୟିକା ତଥା ରାଜ୍ୟ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ମନ୍ଦିର ରକ୍ଷାଣା ବେକ୍ଷଣ କରି ଏହାର ବିକାଶ କରିବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

  • ମନ୍ଦିରରେ ରହିଛି କୋଣାର୍କ ମନ୍ଦିର ଢାଞ୍ଚାର ଝଲକ:-

ଗ୍ରାମର ଜଣେ ବୁଦ୍ଧିଜୀବୀ ନିରଞ୍ଜନ ସାହୁ କୁହନ୍ତି,‘‘ ଏହା ହେଉଛି ୧୨ଶହ ଖ୍ରୀଷ୍ଟାବ୍ଦର କୋଣାର୍କ ମନ୍ଦିର ନିର୍ମାଣ ହେବା ପୂର୍ବରୁ ନିର୍ମିତ ମନ୍ଦିର । ମନ୍ଦିର ଯେତେବେଳ ତିଆରି ହୋଇଥିଲା, ଲାଙ୍ଗୁଳା ନରସିଂହ ଦେବ କୋଣାର୍କ ମନ୍ଦିର ତିଆରି କରିବା ପାଇଁ ପଥରଭସା ନଈରେ ପଥର ଭସାଇ ନେଉଥିଲେ ମନ୍ଦିର ପାଇଁ । ଶିବେଇ ସାମନ୍ତ ଗୁହରିଆ ପରେ ଗଙ୍ଗେଶ୍ଵରୀଙ୍କ ମନ୍ଦିର ନିର୍ମାଣ ହୋଇଥିଲା । କୋଣାର୍କ ମନ୍ଦିର ଯେମିତି କାରୁକାର୍ଯ୍ୟରେ ହୋଇଛି ଠିକ୍ ଅବିକଳ ଭାବେ ଗଙ୍ଗେଶ୍ୱରୀ ମନ୍ଦିର ନିର୍ମାଣ ହୋଇଛି । କୋଣାର୍କ ମନ୍ଦିରର ଏତେ ତଦାରଖ କଲାବେଳେ ଏ ମନ୍ଦିରକୁ ସମ୍ପୂର୍ଣ୍ଣ ଅବହେଳା କରୁଛନ୍ତି ‘ଏଏସଆଇ’ କର୍ତ୍ତୃପକ୍ଷ । ଏହି ମନ୍ଦିର କିଛି ଦିନ ମଧ୍ୟରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ମଧ୍ୟ ରହିଛି । ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ।’’

ଏହା ମଧ୍ୟ ପଢନ୍ତୁ :- ଗଣତି-ମଣତି ବେଳେ ପ୍ରଭାବିତ ହେବନି ନୀତିକାନ୍ତି ଓ ଦର୍ଶନ: ଜଷ୍ଟିସ୍‌ ରଥ

ସରିଲା ପ୍ରଥମ ଦିନର GPR ସର୍ଭେ, ଗୁପ୍ତ ସୁଡ଼ଙ୍ଗକୁ ନେଇ ଏମିତି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ - GPR SURVEY

ରତ୍ନଭଣ୍ଡାରର ହେବ GPR ସର୍ଭେ, ଏହି ଦିନ ସୁଦ୍ଧା କାମ ସାରିବା ପାଇଁ ତଦାରଖ କମିଟି ଅଧ୍ୟକ୍ଷଙ୍କ ଅନୁରୋଧ - Ratna Bhandar Inspection

ରତ୍ନଭଣ୍ଡାର ଯାଞ୍ଚ ଶେଷ, ବାହାରିଲେ ଟିମ୍‌ - Ratna Bhandar Inspection

  • ‘ରୁରାଲ ଟ୍ୟୁରିଜିମ’ କ୍ଷେତ୍ରକୁ ଫୋକସ ଦେଉଛନ୍ତି ସରକାର: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ

ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କୁହନ୍ତି," ଗ୍ରାମାଞ୍ଚଳ ପର୍ଯ୍ୟଟନକୁ ବଢ଼ାଇବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଛୋଟ ଛୋଟ ଐତିହ୍ୟକୁ ନେଇ ସର୍ଭେକ୍ଷଣ ଶେଷ ହୋଇଛି । ବିଭିନ୍ନ ସ୍ଥାନରେ ପର୍ଯ୍ୟଟକ ଅଧିକାରୀମାନଙ୍କ ଟିମ୍‌ ସର୍ଭେ କରୁଛନ୍ତି । ଏପରି ବହୁତ୍ ଅଛି ସ୍ଥାନ ଅଛି, ଯେଉଁଠାରେ ଆମେ ଉନ୍ନତିକରଣ କରିପାରିନାହାନ୍ତି । ଏଥର ‘ରୁରାଲ ଟ୍ୟୁରିଜିମ୍‌’ (ଗ୍ରାମାଞ୍ଚଳ ପର୍ଯ୍ୟଟନ)କୁ ପ୍ରାଧାନ୍ୟ ଦିଆଯିବ । ଆପଣମାନେ ଯାହା ଫିଡବ୍ୟାକ୍‌ ଦେବେ ସବୁ ଐତିହ୍ୟକୁ ଯୋଡି ‘ରୁରାଲ ଟୁରିଜିମ’ କ୍ଷେତ୍ରକୁ ଆଗକୁ ବଢ଼ାଇବା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.