ETV Bharat / state

ଦିନକ ପରେ ଗଣେଶ ପୂଜା: ମନ ମୋହୁଛି ଦାଦା-ପୁତୁରାଙ୍କ କାରିଗରୀ, ନୟାଗଡ଼ ବଜାରରେ ବମ୍ବେ ଷ୍ଟାଇଲ ମୂର୍ତ୍ତିର ଡିମାଣ୍ଡ - Ganesh Puja 2024

author img

By ETV Bharat Odisha Team

Published : Sep 5, 2024, 8:30 PM IST

Ganesh Puja 2024: ଦିନକ ପରେ ବିରାଜିବେ ବିଘ୍ନ ବିନାଶକ । ଚଳଚଞ୍ଚଳ ଗାଁଠୁ ସହର । ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେବାରେ ଲାଗି ପଡିଛନ୍ତି କାରିଗର । ରାଜ୍ୟରେ କେଉଁଠି କେମିତି ଚାଲିଛି ପ୍ରସ୍ତୁତି ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ଗଣେଶ ପୂଜା ପ୍ରସ୍ତୁତି
ଗଣେଶ ପୂଜା ପ୍ରସ୍ତୁତି (ETV Bharat Odisha)

ନିଆଳି/ନୟାଗଡ: ଦିନକ ପରେ ଅଗ୍ରପୂଜ୍ୟ ବିଘ୍ନବିନାଶକଙ୍କ ପୂଜା । ଚାଲିଛି ଜୋରଦାର ପ୍ରସ୍ତୁତି । ଗାଁଠୁ ସହର ସବୁଠି ଚଳଚଞ୍ଚଳ । ଆଉ ଏପଟେ କାରିଗରଙ୍କୁ ନିଶ୍ବାସ ମାରିବାକୁ ମଧ୍ୟ ଫୁରସତ ନାହିଁ । ଦିନ ରାତିକୁ ଏକ କରି ଗଣେଶ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । କେଉଁଠି ଅଗ୍ରପୂଜ୍ୟଙ୍କ ମୂର୍ତ୍ତି ଗଢିବାରେ ପିଢି ପରେ ପିଢି ଲାଗି ପଡିଥିବା ବେଳେ କେଉଁଠି ଆକର୍ଷଣ ସାଜିଛି ମୁମ୍ବାଇ କାରିଗରଙ୍କ ମୂର୍ତ୍ତି ।

ଗଣେଶ ପୂଜା ପ୍ରସ୍ତୁତି (ETV Bharat Odisha)

କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ଦାଦା-ପୁତୁରା:

ମୂର୍ତ୍ତି ଗଢିବା କଥା ଯେତେବେଳେ ଆସେ ଚର୍ଚ୍ଚାକୁ ଆସନ୍ତି ରାଜଧାନୀ ଉପକଣ୍ଠ କାକରୁଦ୍ରପୁର ଅଞ୍ଚଳରେ ଦାଦା ଓ ପୁତୁରା ଯୋଡି । ତାଙ୍କ ହାତ ତିଆରି ମୂର୍ତ୍ତି ସଭିଙ୍କୁ ଆକୃଷ୍ଟ କରେ । ଡିଜିଟାଲ ଯୁଗରେ ଲୋକେ ଚାକିରି ପାଇଁ ବାହାରକୁ ଚାଲିଯାଉଥିବା ବେଳେ ଏହି ଦାଦା-ପୁତୁରା ଯୋଡି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ଲାଗି ପଡିଛନ୍ତି । ସେମାନେ ହେଲେ ବ୍ଲକ କାକରୁଦ୍ରପୁର ଅଞ୍ଚଳର ହରି ମୁଦୁଲି ବୟସ ୬୫ ଏବଂ ପୁତୁରା ରବି ମୁଦୁଲି ବୟସ ୩୨ । ପିଢି ପରେ ପିଢି ମୂର୍ତ୍ତି ଗଢିବାରେ ଲାଗି ପଡିଛନ୍ତି ।

ଗଣେଶ ପୂଜା ପ୍ରସ୍ତୁତି
ଗଣେଶ ପୂଜା ପ୍ରସ୍ତୁତି (ETV Bharat Odisha)

ଦାଦା ହର ମୁଦୁଲି କୁହନ୍ତି...

ହରି ମୁଦୁଲି କହିଛନ୍ତି," ପିଲାଟି ଦିନରୁ ବାପା ଓ ମା'ଙ୍କ ସହିତ ମିଶି ମୂର୍ତ୍ତି ତିଆରି ଶିଖିଥିଲି । ୪୦ ବର୍ଷ ହେବ ନିଜେ ମୂର୍ତ୍ତି ତିଆରି କରି ଆସୁଛି । ମୂର୍ତ୍ତି ତିଆରି କରିବା ଏବଂ ପରିବାର ପ୍ରତିପୋଷଣ କରିବା ଏକ ମାତ୍ର ବିକଳ୍ପ। ବିଭିନ୍ନ ପର୍ବପର୍ବାଣି ପୂର୍ବରୁ ଗ୍ରାହକଙ୍କ ଚାହିଦା ଅନୁଯାୟୀ ପ୍ରସ୍ତୁତି ଆରମ୍ଭ ହୋଇଥାଏ ‌ । ଚଳିତ ମାସ ୭ ତାରିଖ ଦିନ ପାଳନ ହେବ ଗଣେଶ ପୂଜା । ଏଥିପାଇଁ ୬ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ମାଟି ବିଭିନ୍ନ ସ୍ଥାନରୁ ସଂଗୃହ ପରେ କାରିଗର ମାନଙ୍କୁ ନେଇ ଆରମ୍ଭ ହୋଇଥାଏ ଗଣେଶ ମୂର୍ତ୍ତି ନିର୍ମାଣ । ଗ୍ରାହକଙ୍କ ଚାହିଦା ଅନୁଯାୟୀ ପ୍ରସ୍ତୁତି ହୋଇଥାଏ ଗଣେଶ ମୂର୍ତ୍ତି । ତିନି ଫୁଟରୁ ୧୨ ଫୁଟ ପର୍ଯ୍ୟନ୍ତ ଗଣେଶ ମୂର୍ତ୍ତି ତିଆରି ହୋଇଛି । ୫ ହଜାରରୁ ଆରମ୍ଭ କରି ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଗଣେଶ ମୂର୍ତ୍ତି ତିଆରି ହୋଇଛି ‌।

ଗଣେଶ ପୂଜା ପ୍ରସ୍ତୁତି
ଗଣେଶ ପୂଜା ପ୍ରସ୍ତୁତି (ETV Bharat Odisha)

ଏହା ପଢନ୍ତୁ: ପାଟି ଫିଟୁନି କଥା କହୁଛି ତାଙ୍କ ହାତ କାରିଗରୀ, ଗଢୁଛନ୍ତି ସୁନ୍ଦର ଗଜାନନଙ୍କ ମୂର୍ତ୍ତ

ବର୍ଷକ ଯାକର ଖର୍ଚ୍ଚ ମୂର୍ତ୍ତିରୁ ମିଳେ:

ସେହିପରି ହରିଙ୍କ ପୁତୁରା ରବି ମୁଦୁଲି କହିଛନ୍ତି," ୧୦ ବର୍ଷ ତଳୁ ମୂର୍ତ୍ତି ତିଆରି କରିବା ଆରମ୍ଭ କରିଛି । ଚଳିତ ବର୍ଷ ଗଣେଶ ପୂଜା ପାଇଁ ୭୦ ରୁ ୮୦ ମୂର୍ତ୍ତି ତିଆରି କରିଛୁ । ଏବେ ମୂର୍ତ୍ତି ଗୁଡିକ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ‌। ଏହି ସବୁ ମୂର୍ତ୍ତି ତିଆରି ପାଇଁ ୧୦ ରୁ ୧୫ ଜଣ କାରିଗର ନିୟୋଜିତ ହୋଇଥାନ୍ତି । ମୂର୍ତ୍ତି ନିର୍ମାଣରୁ ଯାହା ମିଳେ ସେଥିରେ ବର୍ଷ ଯାକର ଖର୍ଚ୍ଚ ମିଳିଥାଏ ।

ଗଣେଶ ପୂଜା ପ୍ରସ୍ତୁତି
ଗଣେଶ ପୂଜା ପ୍ରସ୍ତୁତି (ETV Bharat Odisha)

ମୂର୍ତ୍ତି ତିଆରିରେ ନିୟୋଜିତ କାରିଗର ବାବୁନି କହିଛନ୍ତି," ମୂର୍ତ୍ତି ତିଆରି କରିବା ପାଇଁ ଖୁସି ଲାଗେ । ଭଲ ଦି'ପଇସା ମିଳିଥାଏ । ଆମ ହାତ ତିଆରି ଗଣେଶ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଥିବାରୁ ବହୁତ ଖୁସି ଅନୁଭଵ ଲାଗିଥାଏ ବୋଲି କହିଛନ୍ତି । ତେବେ ହରି ଓ ପୁତୁରା ରବି ମୂର୍ତ୍ତି ତିଆରି କରି ପରିବାର ଭରଣ ପୋଷଣ କରିବା ସହିତ ଅନ୍ୟକୁ ରୋଜଗାର ଦେବା ସହିତ କୈଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ।

ଗଣେଶ ପୂଜା ପ୍ରସ୍ତୁତି
ଗଣେଶ ପୂଜା ପ୍ରସ୍ତୁତି (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: ଏଥର ଫିକା ପଡିବ ଗଣେଶ ପୂଜା ! ବାଜିବନି DJ, ମୁଖ୍ୟରାସ୍ତାରେ ଭସାଣି ମନା

ନୟାଗଡ ବଜାରରେ ଆକର୍ଷଣ ସାଜିଛି ମୁମ୍ବାଇ କାରିଗରଙ୍କ ମୂର୍ତ୍ତି:

ଗଣେଶ ପୂଜା ପ୍ରସ୍ତୁତି (ETV Bharat Odisha)

ଗଣେଶ ପୂଜା ପାଇଁ ଚଳଞ୍ଚଳ ହୋଇଉଠିଛି ନୟାଗଡ ବଜାର । ଦିନକ ପରେ ଗଣେଶ ପୂଜା ଥିବାରୁ କାରିଗର ମାନେ ମୂର୍ତ୍ତୀ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ । ବିଭିନ୍ନ ପୂଜା କମିଟି ପକ୍ଷରୁ ଭିନ୍ନ ଭିନ୍ନ ଡିଜାଇନର ଗଣେଶ ମୂର୍ତ୍ତୀ ଅର୍ଡର ରହିଥିବାରୁ କାରିଗରଙ୍କ ହାତକୁ ନାହିଁ ଫୁରସତ । ସେପଟେ ନୟାଗଡ଼ ମାର୍କେଟରେ ପ୍ରଥମ ଥର ପାଇଁ ମୁମ୍ବାଇ କାରିଗରଙ୍କ ଗଣେଶ ମୂର୍ତ୍ତି ଗ୍ରାହକଙ୍କ ଚାହିଦା ବଢ଼ାଇଥିବା ବେଳେ ସୋଲପଟା ଗାଁ ଠାରେ କଲିକତା କାରିଗରଙ୍କ ହାତ ତିଆରୀ ବିଭିନ୍ନ ଡିଜାଇନର ଗଣେଶ ମୂର୍ତ୍ତୀ ଲୋକଙ୍କ ବେଶ୍ ଆକର୍ଷଣ ପାଲଟିଛି ।

ଗଣେଶ ପୂଜା ପ୍ରସ୍ତୁତି
ଗଣେଶ ପୂଜା ପ୍ରସ୍ତୁତି (ETV Bharat Odisha)

ମନ ମୋହୁଛି ରାମଲାଲା ଡିଜାଇନର ଗଣେଶ:

ମୁମ୍ବାଇ କାରିଗରଙ୍କ ହାତ ତିଆରି ଗଣେଶ ମୂର୍ତ୍ତି ମଧ୍ୟରେ ରହିଛି ରାମ ଲାଲା ଡିଜାଇନର ଗଣେଶ । ଯାହାକୁ ବେଶ ପସନ୍ଦ କରୁଛନ୍ତି ଲୋକେ । ସେହିପରି ରାଜା ଗଣେଶ,ମହାରାଜା ଗଣେଶ ଭଳି ବିଭିନ୍ନ ଛୋଟରୁ ବଡ ଗଣେଶ ମୂର୍ତ୍ତି ବିକ୍ରି ହେଉଛି । ମୂର୍ତ୍ତୀ ଗୁଡ଼ିକ କମ ପରିମାଣ ମାଟି ନଡ଼ିଆ କତା ଏବଂ ପ୍ଲାଷ୍ଟର ପ୍ୟାରିସରେ ନିର୍ମାଣ ହୋଇଥିବାରୁ ସୁନ୍ଦର ଏବଂ ହାଲକା ରହିଛି । ଲୋକଙ୍କ ଚାହିଦା ମଧ୍ୟ ରହିଛି ।

ଗଣେଶ ପୂଜା ପ୍ରସ୍ତୁତି
ଗଣେଶ ପୂଜା ପ୍ରସ୍ତୁତି (ETV Bharat Odisha)

ହା ମଧ୍ୟ ପଢନ୍ତୁ: ଗଣେଶ ମୂର୍ତ୍ତିକୁ ଶୁଣ୍ଢରେ ଭାଙ୍ଗି କଚାଡି ଦେଲା ହାତୀ, ଚିନ୍ତାରେ କାରିଗର

ଗଣେଶ ପୂଜା ପ୍ରସ୍ତୁତି
ଗଣେଶ ପୂଜା ପ୍ରସ୍ତୁତି (ETV Bharat Odisha)

ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆଲର୍ଟ ମୋଡରେ ପୋଲିସ:

ସେପଟେ ପୂଜାକୁ ଶାନ୍ତି ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥର ନିଶା ମୁକ୍ତ ଏବଂ ଡିଜେ ମୁକ୍ତ ପାଇଁ ନିର୍ଦ୍ଦେଶ ଜାରୀ କରାଯାଇଛି । ପୂଜା ସମୟରେ ଚୋରା ନିଶା ବ୍ୟବସାୟ ରୋକିବା ପାଇଁ ପୋଲିସ ଫୋର୍ସ ସହ ଅବକାରୀ ବିଭାଗର କର୍ମଚାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ପୂଜାରେ ଦର୍ଶକ ଆକର୍ଷଣ କରିବା ପାଇଁ ବିଭିନ୍ନ ପୂଜା କମିଟି ମାଧ୍ୟମରେ ପ୍ରତିଯୋଗିତା ମଧ୍ୟ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ନୟାଗଡ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.