ETV Bharat / state

କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ; ୨୧ରେ ଲଘୁଚାପ, ୨୩ରୁ ୩ ଦିନ ପ୍ରବଳ ବର୍ଷା

ଓଡ଼ିଶାରେ ମାଡ଼ ହେବ କି ସାମୁଦ୍ରିକ ବାତ୍ୟା ? କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୨୧ରୁ ରାଜ୍ୟରେ ଲଘୁଚାପ ବର୍ଷା । ଏହାପରେ ....

author img

By ETV Bharat Odisha Team

Published : 2 hours ago

ବାତ୍ୟା ପୂର୍ବରୁ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ; ୨୧ରେ ଲଘୁଚାପ , ୨୩ରୁ ପ୍ରବଳ ବର୍ଷା
ବାତ୍ୟା ପୂର୍ବରୁ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ; ୨୧ରେ ଲଘୁଚାପ , ୨୩ରୁ ପ୍ରବଳ ବର୍ଷା (ETV Bharat Odisha)

ଭୁବନେଶ୍ବର: ପୁଣି ରାଜ୍ୟବାସୀଙ୍କ ମନରେ 'ବାତ୍ୟା' ଛନକା । କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଲଘୁଚାପ ପରେ ହିଁ ବାତ୍ୟାର ରୂପରେଖ ସ୍ପଷ୍ଟ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାର ପ୍ରଭାବରେ ୨୧ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର ।

'ବାତ୍ୟା' ଛନକା:

ଏହି ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହୋଇ ୨୩ ତାରିଖରେ ଅବପାତରେ ପରିଣତ ହେବ । ଯାହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ବଢିବ ବର୍ଷାର ପରିଣାମ । ୩ ଦିନ ଅର୍ଥାତ ୨୩ ରୁ ୨୫ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଅକ୍ଟୋବର ମାସ ବାତ୍ୟାକୁ ସୁହାଇଥାଏ । କିନ୍ତୁ ଏଯାଏଁ ବାତ୍ୟା ଉପରେ କୌଣସି ଆକଳନ କରାଯାଇ ନ ଥିବାବେଳେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସୃଷ୍ଟି ହେଲା ଘୁର୍ଣ୍ଣିବଳୟ; ୨୧ରେ ଲଘୁଚାପ , ୨୩ରୁ ପ୍ରବଳ ବର୍ଷା (ETV Bharat Odisha)

ଏହି ସବୁ ଜିଲ୍ଲାକୁ ସତର୍କ ଜାରି:

ସେପଟେ ଆସନ୍ତା ୨୪ଘଣ୍ଟାରେ ରାଜ୍ୟରେ ବଡ ବର୍ଷା ନଥିବାବେଳେ କାଁଭାଁ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ମାଲକାନଗିରି, କୋରାପୁଟ, ରାୟଗଡା,ଗଞ୍ଜାମ,ଗଜପତି କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ , ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ ଓ କେନ୍ଦୁଝରରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷାର ସମ୍ଭାବନା ରହିଛି । ୨୧ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ପରେ ବର୍ଷାର ପରିମାଣ ବଢିବ । ସେହିପରି ୨୩ ରୁ ୨୫ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ସୃଷ୍ଟି ହେଲା ଘୁର୍ଣ୍ଣିବଳୟ; ୨୧ରେ ଲଘୁଚାପ , ୨୩ରୁ ପ୍ରବଳ ବର୍ଷା

ଏହା ମଧ୍ୟ ପଢନ୍ତୁ.... ଓଡ଼ିଶାରେ ଘନଉଛି ବାତ୍ୟା ଆଶଙ୍କା, ୨୨ରେ ଲଘୁଚାପ, ୨୩ରୁ ଲଗାତର ୩ ଦିନ ବର୍ଷା

ଏହା ମଧ୍ୟ ପଢନ୍ତୁ....23ରୁ କାଚିବ ! ମାଡି ଆସୁଛି ଆଉ ଏକ ଲଘୁଚାପ, ଅକ୍ଟୋବରରେ ହେବ କି ବାତ୍ୟା ?

ଏହା ମଧ୍ୟ ପଢନ୍ତୁ....୨୨ରେ ବାତ୍ୟା ଭୟ ! ଓଡ଼ିଶା ମୁହାଁ ହେବ କି ନାହିଁ, ଲଘୁଚାପ ପରେ IMD କରିବ ସ୍ପଷ୍ଟ

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା:

ଅନ୍ୟପଟେ ଲଘୁଚାପ ପ୍ରଭାବରେ ୨୧ରୁ ଅଶାନ୍ତ ରହିବ ସମୁଦ୍ର । ୨୧ ସୁଦ୍ଧା ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟରୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ୨୨ ରୁ ୨୪ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.