ETV Bharat / state

କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ଘଟଣା, ଚାରି ଅଭିଯୁକ୍ତ ଗିରଫ - GANG RAPE CASE ACCUSE ARRESTED

ଯାତ୍ରା ଦେଖି ଫେରିବାବେଳେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଗିରଫ । ସମ୍ପୃକ୍ତ ୪ ଜଣକୁ ଗିରଫ କରି ପୋସ୍କୋ କୋର୍ଟରେ ହାଜର ।

MINOR GIRL GANG RAPE CASE
MINOR GIRL GANG RAPE CASE (ETV Bharat Odisha)
author img

By ETV Bharat Odisha Team

Published : Dec 5, 2024, 7:03 PM IST

ସମ୍ବଲପୁର: କୁଚିଣ୍ଡା ମହୁଲପାଲି ଥାନା ଅଞ୍ଚଳରେ ଜଣେ 14 ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା । 4 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମହୁଲପାଲି ଥାନା ପୋଲିସ । ଏନେଇ କୁଚିଣ୍ଡା ଏସଡ଼ିପିଓ ଅମିତାଭ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l

କ'ଣ ଥିଲା ସମ୍ପୂର୍ଣ୍ଣ ଘଟଣା ?

MINOR GIRL GANG RAPE CASE (ETV Bharat Odisha)

କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳର ଜଣେ ନାବାଳିକା ନିକଟସ୍ଥ ଏକ ଗାଁକୁ ଯାତ୍ରା ଦେଖି ବିଳମ୍ବିତ ରାତିରେ ପରିବାର ଲୋକଙ୍କ ସହିତ ଘରକୁ ଫେରିବା ବାଟରେ ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସମ୍ପୃକ୍ତ 4 ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରି ପୋସ୍କୋ କୋର୍ଟରେ ହାଜର କରାଯାଇଛି ।

ଏମିତି କହିଲେ ଏସଡ଼ିପିଓ ଅମିତାଭ ପଣ୍ଡା:

କୁଚିଣ୍ଡା ଏସଡ଼ିପିଓ ଅମିତାଭ ପଣ୍ଡା କହିଛନ୍ତି,"ଡିସେମ୍ବର ୧ ତାରିଖ ଦିନ ରାତିରେ ଜଣେ ନାବାଳିକା ତାଙ୍କର ପରିବାର ସହ ମହୁଲପାଲି ଥାନାରେ ରିପୋର୍ଟ କରିଥିଲେ ଯେ ଗତ 30 ତାରିଖ ରାତିରେ ନିକଟସ୍ଥ ଗାଁରୁ ଅପେରା ଦେଖିବାକୁ ଯାଇଥିଲେ । ସେଠାରୁ ପରିବାର ସହ ଫେରିବା ବାଟରେ 4 ଜଣ ଯୁବକ ସେମାନଙ୍କୁ ଅଟକାଇ ଝଗଡ଼ା କରିଥିଲେ । ଏହି ସମୟରେ ଉକ୍ତ ଯୁବକମାନେ ଜଣେ ନାବାଳିକାକୁ ଜଙ୍ଗଲକୁ ଉଠାଇନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।ଏନେଇ ମହୁଲପାଲି ପୋଲିସ କେସ ନମ୍ବର 188ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଘଟଣା ସ୍ଥଳକୁ ସାଇଣ୍ଟିଫିକ ଟିମ ଯାଇ ତଦନ୍ତ କରିଥିଲେ ଏବଂ ୪ ଜଣ ଯୁବକକୁ ଅଟକ ରଖାଯାଇଥିଲା । ଘଟଣାର ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି ।

MINOR GIRL GANG RAPE CASE
MINOR GIRL GANG RAPE CASE (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...ଯାତ୍ରା ଦେଖିବାକୁ ଯିବା ବେଳେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

ଏହା ମଧ୍ୟ ପଢନ୍ତୁ ...ଦୁଷ୍କର୍ମ ପରେ ନାବାଳିକାକୁ ପୋଡି ମାରିଦେଇଥିଲେ, 3 ଜଣଙ୍କୁ ଆଜୀବନ କାରାଦଣ୍ଡ

ଏହା ମଧ୍ୟ ପଢନ୍ତୁ ...ଚାଉଳ ଦେବା ଆଳର ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଯୋଗାଣ ସହାୟକ ଗିରଫ

ଅଭିଯୁକ୍ତମାନେ ହେଲେ...

ସେ ଆହୁରି ମଧ୍ୟ କହିଛନ୍ତି,"ଅଭିଯୋଗ ଆଧାରରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ଥାନା ନୂଆପାଲିର ଅନୀଲ ମିଞ୍ଜ ,କୁତ୍ରା ଥାନା କର୍ମାବାହାଲର ସରୋଜ ଏକ୍କା ଏବଂ ମହୁଲପାଲି ଥାନା ବିଲୁଙ୍ଗ ଗାଁର ଜିତେନ୍ଦ୍ର ଭଞ୍ଜ ଓ ଦୁମକୁ ଗାଁର ଗୋବିନ୍ଦ କିସାନ । ସେମାନଙ୍କୁ ଗିରଫ କରିକି ପୋସ୍କୋ କୋର୍ଟରେ ହାଜର କରିଛୁ ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.