ETV Bharat / state

ତ୍ରିକୋଣୀୟ ପ୍ରେମରେ ଟ୍ବିଷ୍ଟ: ପ୍ରେମିକାଙ୍କ ଦ୍ବିତୀୟ ପ୍ରେମିକଙ୍କୁ ଅପହରଣ କଲେ ପ୍ରଥମ ପ୍ରେମିକ - Kidnap In Bhubaneswar

Youth Kidnapped Over Love Triangle: ତ୍ରିକୋଣୀୟ ପ୍ରେମ ସମ୍ପର୍କରୁ ଯୁବକଙ୍କୁ ଅପହରଣ । ଯୁବତୀଙ୍କ ଭାଇ ସହ ମିଶି ପ୍ରେମିକାର ଦ୍ୱିତୀୟ ପ୍ରେମିକକୁ ଅପହରଣ କଲା ପ୍ରଥମ ପ୍ରେମିକ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Mar 14, 2024, 12:58 PM IST

Updated : Mar 14, 2024, 1:57 PM IST

ଭୁବନେଶ୍ୱର: ନୟାପଲ୍ଲୀ ପାସପୋର୍ଟ ଅଫିସ ସାମ୍ନାରେ ଯୁବକଙ୍କୁ ଅପହରଣ ଘଟଣାରେ ଟ୍ବିଷ୍ଟ । ଯୁବକଙ୍କୁ ଅପହରଣ କରିଥିଲେ ତାଙ୍କ ପ୍ରେମିକାର ପ୍ରଥମ ପ୍ରେମିକ ଓ ତାଙ୍କ ଭାଇ । ଯୁବତୀ ଜଣଙ୍କ ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଉଥିବାରୁ ସହି ପାରୁନଥିଲେ ପ୍ରଥମ ପ୍ରେମିକ । ବ୍ରେକଅପ ପରେ ବି ସେ ଯୁବତୀଙ୍କୁ ଭୁଲି ପାରୁନଥିଲେ । ଶେଷରେ ଅନ୍ୟ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଜାଣିବା ପରେ ପ୍ରଥମ ପ୍ରେମିକ ରଚିଥିଲେ ଅପହରଣ ଷଡ଼ଯନ୍ତ୍ର । ଅପହରଣ କରିଥିବା ଦୁଇ ଅଭିଯୁକ୍ତ ଅଙ୍କିତ କହଁର ଓ ପ୍ରକାଶ ନାୟକଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ।

ଏନେଇ ଏସିପି ଜୋନ ୫ ସୁଚନା ମୁତାବକ, ଗତ ୧୧ ତାରିଖ ନୟାପଲ୍ଲୀ ପାସପୋର୍ଟ ଅଫିସ ପାଖରୁ ହୋଇଥିବା ଅପହରଣ ପଛରେ ମାଷ୍ଟରମାଇଣ୍ଡ ଥିଲେ ଅଭିଯୋଗ କରିଥିବା ଅଭିଯୋଗକାରୀ ଯୁବତୀଙ୍କ ଭାଇ ଓ ତାଙ୍କର ପ୍ରଥମ ପ୍ରେମିକ । ଯୁବତୀଙ୍କ ପ୍ରଥମ ପ୍ରେମିକ ଇର୍ଷାନ୍ୱିତ ହୋଇ ରଚିଥିଲା ଷଡ଼ଯନ୍ତ୍ର । ପ୍ରେମିକା ସହ ବ୍ରେକଅପ ହୋଇଯିବାରୁ ସେ ଯୁବତୀଙ୍କ ଦ୍ବିତୀୟ ପ୍ରେମିକକୁ ଧମକାଇବା ପାଇଁ କରିଥିଲେ ଅପହରଣ । ଏଥିପାଇଁ ପ୍ରେମିକାର ଭାଇକୁ ସାମିଲ କରି ଆଉ ଦୁଇ ନାବାଳକ ସହ ମିଶି ଦୁଇଟି ବାଇକରେ ରାଜାଙ୍କୁ ଅପହରଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ନାବାଳିକା କଲେଜ ଛାତ୍ରୀ ଅପହରଣ ଅଭିଯୋଗ: ନ୍ୟାୟ ଅପେକ୍ଷାରେ ପରିବାର

ଗତ ୧୧ ତାରିଖ ଦିନ ରାଜା ଉକ୍ତ ଅଭିଯୋଗକାରୀ ଯୁବତୀ ବା ନିଜ ପ୍ରେମିକା ସହ ୟୁନିଟ-୮ ପାସପୋର୍ଟ କାର୍ଯ୍ୟାଳୟ ସମ୍ମୁଖରେ ଛିଡ଼ା ହୋଇଥିଲେ । ଏହି ସମୟରେ ଯୁବତୀଙ୍କ ଭାଇ ସମେତ ଅଙ୍କିତ ଓ ଅନ୍ୟ ୨ ନାବାଳକ ସେଠାରେ ପହଞ୍ଚି ଥିଲେ । ହଠାତ୍‌ ରାଜାଙ୍କୁ ଆକ୍ରମଣ କରିଥିଲେ । ଖଣ୍ଡା ଦେଖାଇ ଭୟଭୀତ କରି ସ୍କୁଟିରେ ଅପହରଣ କରି ନେଇଥିଲେ । ପୁରୀର ଏକ ସ୍ଥାନରେ ରାଜାଙ୍କୁ ସେମାନେ ମୁଣ୍ଡ ଜାମିନ ରଖିଥିଲେ ଏବଂ ପ୍ରେମିକା ସହ ମିଳାମିଶା ନ କରିବାକୁ ବାଧ୍ୟ କରିଥିଲେ । ଏହାପରେ ଯୁବତୀ ଭୟରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଅଭିଯୋଗକାରୀଙ୍କ ଭାଇ ସମେତ ୪ ଅପହରଣକାରୀଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା ।

ତେବେ ଗିରଫ ଦୁଇ ଅଭିଯୁକ୍ତ ସାବାଳକ ହୋଇଥିବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ଦୁଇ ଜଣଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି । ପାଠ ପଢୁଆ ବୟସରେ‌ ପାଠ ପଢିବା ବଦଳରେ ଅପରାଧ ଦୁନିଆରେ ପାଦ ଦେବା ଏବେ ଭୁବନେଶ୍ୱରରେ ଏକ ଚିନ୍ତା ଜନକ ବିଷୟ ହୋଇଛି । ଯେଉଁଠି କଲେଜରେ ଖେଳକୁଦ କରି ପାଠ ପଢିବା କଥା ସେହି ବୟସରେ ଅପରାଧ କରିବାର ଚିନ୍ତାଧାରା ଯୁବପିଢିଙ୍କୁ କବଳିତ କରୁଛି । ଫଳରେ ପୋଲିସ କେସରେ ଛନ୍ଦି ହେବା ସହ କ୍ୟାରିୟରରେ‌ ଅପରାଧର ଦାଗ ଲାଗୁଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Mar 14, 2024, 1:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.