ETV Bharat / state

ବରଗଡରେ ସ୍ପୋର୍ଟସ କମ୍ପ୍ଲେକ୍ସର ଶିଳାନ୍ୟାସ - Development Of Sports

New Sports Complex In Bargarh: ବରଗଡ଼ରେ କ୍ରୀଡାର ବିକାଶ ପାଇଁ ସ୍ପୋର୍ଟସ କମ୍ପ୍ଲେକ୍ସର ଶିଳାନ୍ୟାସ ହୋଇଛି । ଜିଲ୍ଲାର ଆମ୍ବଶଢା ଠାରେ 73 କୋଟି 23 ହଜାର ଟଙ୍କା ବିନିମୟରେ ବିରାଟ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ହେବ । ଅଧିକ ପଢନ୍ତୁ

ବରଗଡରେ ସ୍ପୋର୍ଟସ କମ୍ପ୍ଲେକ୍ସର ଶିଳାନ୍ୟାସ, ଉପକୃତ ହେବେ ଜିଲ୍ଲାର ଅନେକ କ୍ରୀଡାବିତ

author img

By ETV Bharat Odisha Team

Published : Feb 27, 2024, 10:40 PM IST

ବରଗଡରେ ସ୍ପୋର୍ଟସ କମ୍ପ୍ଲେକ୍ସର ଶିଳାନ୍ୟାସ, ଉପକୃତ ହେବେ ଜିଲ୍ଲାର ଅନେକ କ୍ରୀଡାବିତ

ବରଗଡ: ବରଗଡ଼ରେ କ୍ରୀଡାର ବିକାଶ ପାଇଁ ସ୍ପୋର୍ଟସ କମ୍ପ୍ଲେକ୍ସର ଶିଳାନ୍ୟାସ ହୋଇଛି । ଜୁମ୍ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ର ଆମ୍ବଶଢା ଗ୍ରାମ ଠାରେ ସନ୍ଧ୍ୟା 5 ଟା 30 ମିନିଟ ସମୟରେ ଏହି ସ୍ପୋର୍ଟସ କମ୍ପ୍ଲେକ୍ସର ଶିଳାନ୍ୟାସ କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଆଜିର ଯୁବପିଢ଼ି ଯେପରି ଆଗେଇ ଆସି ରାଜ୍ୟ ତଥା ଦେଶର ନାଁ ରଖିବେ ସେହି ଉଦ୍ଦେଶ୍ୟରେ ଏହାର ପରିକଳ୍ପନା କରାଯାଇଛି । ବରଗଡ଼ ଜିଲ୍ଲାର ଆମ୍ବଶଢା ଠାରେ 73 କୋଟି 23 ହଜାର ଟଙ୍କା ବିନିମୟରେ ବିରାଟ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ... ବାରବାଟୀ ଷ୍ଟାଡିୟମ ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ତେବେ ଏହି ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ 1100 ବର୍ଗମିଟର ବିଶିଷ୍ଟ ଫୁଟବଲ ପଡ଼ିଆରେ 1000 ଲୋକ କ୍ଷମତା ବିଶିଷ୍ଟ ଗ୍ୟାଲେରୀ, 1100 ବର୍ଗମିଟର ବିଶିଷ୍ଟ କ୍ରିକେଟ ପଡ଼ିଆ, ଇଣ୍ଡୋର୍ ସ୍ବିମିଂ ପୁଲ , ବାଉଣ୍ଡ୍ରି ୱାଲ, କ୍ରିକେଟ ପ୍ରାକ୍ଟିସ୍ ପଡ଼ିଆ, ବାସ୍କେଟ ବଲ କୋଟ, ଭଲିବଲ କୋଟ, ଟେନିସ କୋଟ ଏବଂ 400 ମିଟର ବିଶିଷ୍ଟ ଏଥେଲେଟିକ ଟ୍ରାକ ଆଦିର ନିର୍ମାଣ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ତେବେ 25 ଏକର ବିଶିଷ୍ଟ ପଡ଼ିଆରେ କ୍ରୀଡ଼ା କ୍ଷେତ୍ରର ସମସ୍ତ ପ୍ରକାର ସୁବିଧା ବରଗଡ଼ର ଯୁବ ପିଢ଼ି ତଥା କ୍ରୀଡ଼ାବିତମାନେ ପାଇ ପାରିବେ ଏବଂ ଯୁବପିଢି ମାନେ ନିଜ ନିଜ ପ୍ରତିଭାକୁ ରାଜ୍ୟ ତଥା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଜାଗର କରିପାରିବେ ।

ଏହା ମଧ୍ୟ ପଢନ୍ତୁ...ପାଣ୍ଡିଆନ ମଞ୍ଚରେ ଅବୁଝା ଛାତ୍ରୀ, ମଞ୍ଚ ଉପରୁ ଛାତ୍ରୀଙ୍କୁ ଟାଣି ଟାଣି ଓହ୍ଲାଇଲା ପ୍ରଶାସନ

ଆଜିର ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଯୋଗଦାନ କରିଥିବା ବେଳେ ଏହି ଅଞ୍ଚଳର କ୍ରୀଡାବିତ୍ ମାନଙ୍କ ସ୍ପୋର୍ଟସ କମ୍ପେକ୍ସ ପାଇଁ ଦୀର୍ଘ ଦିନର ଦାବିକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଭେଟିକୁ ନେଇ ବରଗଡ଼ବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଭିତ୍ତିଭୂମି ଅଭାବ କାରଣରୁ ବରଗଡ଼ ଜିଲ୍ଲାର ଅନେକ କ୍ରୀଡାବିତ କ୍ରୀଡ଼ା କ୍ଷେତ୍ରରେ ସୁଯୋଗ ପାଇପାରୁନଥିବାବେଳେ ବର୍ତମାନ ଗୋଟେ ସ୍ଥାନରେ ସମସ୍ତ ପ୍ରକାରର କ୍ରୀଡା ପାଇପାରିବାର ସୁଯୋଗ ଯୋଗେଇଦେଇଥିବାରୁ ଆଗକୁ ଏହି ଅଞ୍ଚଳରୁ ଅନେକ କ୍ରୀଡ଼ାବିତ ନିଜର ପ୍ରତିଭା ଦେଖାଇ ଓଡିଶାର ନାଁ କରିପାରିବେ ବୋଲି ଜିଲ୍ଲାବାସୀ ଆଶା ପ୍ରକଟ କରିଛନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.