ETV Bharat / state

ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ 'ଆୟୁଷ ଦୀକ୍ଷା' କେନ୍ଦ୍ର, ୩୦ କୋଟି ବ୍ୟୟବରାଦ - Bhubaneswar News

Foundation Stone For Ayush Diksha Centre in Bhubaneswar : ପାରମ୍ପରିକ ଚିକିତ୍ସା ସହ ଆଧୁନିକ ଚିକିତ୍ସାର ସମାହାରକୁ ନେଇ ଭୁବନେଶ୍ବରରେ ଅତ୍ୟାଧୁନିକ 'ଆୟୁଷ ଦୀକ୍ଷା' କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ । କେନ୍ଦ୍ର ଆୟୁଷ ଓ ବନ୍ଦର ପରିବହନ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ 'ଆୟୁଷ ଦୀକ୍ଷା' କେନ୍ଦ୍ର, ୩୦ କୋଟି ଟଙ୍କାର ବ୍ୟୟ ବରାଦ

author img

By ETV Bharat Odisha Team

Published : Jan 20, 2024, 9:25 PM IST

ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ 'ଆୟୁଷ ଦୀକ୍ଷା' କେନ୍ଦ୍ର, ୩୦ କୋଟି ଟଙ୍କାର ବ୍ୟୟ ବରାଦ

ଭୁବନେଶ୍ବର: ଓଡିଶାରେ ମେଡିକାଲ ଶିକ୍ଷା ପାଇଁ ଖୋଲିଛି ନୂଆ ଅବସର । ପାରମ୍ପରିକ ଚିକିତ୍ସା ସହ ଆଧୁନିକ ଚିକିତ୍ସାର ସମାହାରକୁ ନେଇ ଅତ୍ୟାଧୁନିକ 'ଆୟୁଷ ଦୀକ୍ଷା' କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । କେନ୍ଦ୍ର ଆୟୁଷ ଓ ବନ୍ଦର ପରିବହନ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ଅତ୍ୟାଧୁନିକ 'ଆୟୁଷ ଦୀକ୍ଷା' କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅତ୍ୟାଧୁନିକ କେନ୍ଦ୍ର ଭୁବନେଶ୍ବର କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ପ୍ରତିଷ୍ଠାନ ପରିସରରେ ବିକଶିତ ହେବ ।

ଏଥିପାଇଁ ୩୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଭାରତର କୋଣ ଅନୁକୋଣର ଛାତ୍ରଛାତ୍ରୀମାନେ ଏଠାରେ ଆସି ପାରମ୍ପରିକ ଚିକିତ୍ସାକୁ ଏକ ଅତ୍ୟାଧୁନିକ ପଦ୍ଧତିରେ ଚିକିତ୍ସା କରିବା ସହ ଗବେଷଣା କରିପାରିବେ । ଆଗାମୀ ଦେଢ଼ ବର୍ଷ ଭିତରେ ଏହାକୁ ସମ୍ପୂର୍ଣ୍ଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହା ସମାପ୍ତ ହେବା ପରେ ଦେଶର ବିଭିନ୍ନ କୋଣ ଅନୁକୋଣରେ ଛାତ୍ର ଛାତ୍ରୀ, ପାରାମେଡିକାଲ ଷ୍ଟାଫ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଗୁଣାତ୍ମକ ତାଲିମ ପ୍ରଦାନ କରାଯିବ ଏହା ଦ୍ଵାରା ସେମାନଙ୍କ ଦକ୍ଷତା ବୃଦ୍ଧି ହୋଇପାରିବ ।

ଏହା ମଧ୍ୟ ପଢନ୍ତୁ ... ଅଯଥା ଆଣ୍ଟିବାୟୋଟିକ ଲେଖିପାରିବେନି ଡାକ୍ତର, କେନ୍ଦ୍ର ନିର୍ଦ୍ଦେଶକୁ ବରିଷ୍ଠ ଡାକ୍ତରଙ୍କ ସ୍ବାଗତ

ପ୍ରଧାନମନ୍ତ୍ରୀଙ୍କର ନେତୃତ୍ବରେ ଆଜି ଆୟୁଷ ବିଶ୍ବରେ ନିଜର ସ୍ଵତନ୍ତ୍ର ସ୍ଥାନ ଓ ପରିଚୟ ସୃଷ୍ଟି କରିଛି । ଏହା ଦ୍ଵାରା ଆଜି ସାର ବିଶ୍ବରେ ଆୟୁଷ ସେବା ଦ୍ଵାରା ସାଢେ଼ ୬ ଲକ୍ଷ ଟଙ୍କାର ବଜାର ନେଇପାରିଛି ଓ ଏହା ଭବିଷ୍ୟତରେ ବଢିବ, ଏଥିପାଇଁ ୯୦୦ ଉର୍ଦ୍ଧ୍ବ ଷ୍ଟାର୍ଟଅପ ମଧ୍ୟ ହୋଇଛି । ଏଣୁ ଏହା ସ୍ପଷ୍ଟ ଯେ ପାରମ୍ପରିକ ଚିକିତ୍ସା ଭିତ୍ତିକ ଯେଉଁ ସବୁ ପଦକ୍ଷେପ ନିଆଯାଇଛି ବିଗତ ୯ ବର୍ଷ ମଧ୍ୟରେ ତାହା ସଫଳ ହୋଇଛି ଓ ବିଶ୍ବ ଦରବାରରେ ଏହି ଆୟୁଷ ଉତ୍ପାଦ ଗୁଡ଼ିକ ଲୋକଙ୍କ ଆସ୍ଥା ଭାଜନ ମଧ୍ୟ ହୋଇଛି । ସାରା ଭାରତରେ ଭୁବନେଶ୍ବରର ଏହି କେନ୍ଦ୍ରରେ ଉନ୍ନତ ଧରଣର ଶିକ୍ଷା ଦିଆଯିବ ଓ ଶିକ୍ଷା ସମାପ୍ତି ପରେ ଦେଶର କୋଣ ଅନୁକୋଣରେ ସ୍ଥାପିତ କରାଯିବା ସହ ଏହି ସ୍ଥାନରୁ ପ୍ରଶିକ୍ଷିତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଆୟୁଷ ଓ ବନ୍ଦର ପରିବହନ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ।

ଅତ୍ୟାଧୁନିକ 'ଆୟୁଷ ଦୀକ୍ଷା' କେନ୍ଦ୍ର ଦ୍ବାରା ଭବିଷ୍ୟତର ଆୟୁଷ ବୃତ୍ତିଗତମାନଙ୍କ ପାଇଁ ମାନବ ସମ୍ବଳର ବିକାଶ ପାଇଁ ଉଦ୍ଧିଷ୍ଟ । ୩୦ କୋଟି ବଜେଟରେ ଆୟୁଷ ଦୀକ୍ଷା କେନ୍ଦ୍ର ନିର୍ମାଣ କରାଯାଇଥିବା ବେଳେ ଏଥିରେ ଦୁଇଟି ଅଡିଟୋରିୟମ୍, ସମସ୍ତ ସୁବିଧା ସହିତ ୪୦ ଟି ଆଧୁନିକ କୋଠରୀ, ଭିଆଇପି ପାଇଁ ସୁଟ୍, ଏକ ପ୍ରାକୃତିକ ଲାଇବ୍ରେରୀ ପାଇଁ ଉତ୍ସର୍ଗୀକୃତ ସ୍ଥାନ, ଆଲୋଚନା କକ୍ଷ, ମଡ୍ୟୁଲାର୍ ରୋଷେଇ ଘର, ଡାଇନିଂ ଲଞ୍ଜ୍ ଭଳି ଅନେକ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.