ETV Bharat / state

ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ପାଳନ - ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ

Odisha University of Health Sciences: ଆଜି ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଗୁଣାତ୍ମକ ସ୍ବାସ୍ଥ୍ୟ ଶିକ୍ଷାକୁ ଗୁରୁତ୍ବ ଦେଇ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରୁଥିବାରୁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ପାଳନ

author img

By ETV Bharat Odisha Team

Published : Mar 5, 2024, 9:58 PM IST

ଭୁବନେଶ୍ବର: ଆଜି ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହା ଦେଶର ୧୭ ତମ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଗତ ବର୍ଷ ସ୍ଥାପିତ ଏହି ବିଶ୍ବବିଦ୍ୟାଳୟ ଆଜି ଏକ ବର୍ଷ ପୂରଣ କରିଛି । ବିଶ୍ବବିଦ୍ୟାଳୟର ଏହି ବର୍ଷକ ମଧ୍ୟରେ କାର୍ଯ୍ୟ ଅଗ୍ରଗତି ବାସ୍ତବରେ ପ୍ରଶଂସନୀୟ ରହିଛି ।

ବିଶ୍ବବିଦ୍ୟାଳୟ ଗୁଣାତ୍ମକ ସ୍ବାସ୍ଥ୍ୟ ଶିକ୍ଷାକୁ ଗୁରୁତ୍ବ ଦେଇ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରୁଥିବା ଅତ୍ୟନ୍ତ ଆନନ୍ଦର ବିଷୟ । ଜଳବାୟୁ ଜନିତ ସ୍ବାସ୍ଥ୍ୟ ସମସ୍ୟା ସମେତ ରାଜ୍ୟରେ ସ୍ବାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ରହିଥିବା ବିଭିନ୍ନ ଆହ୍ବାନକୁ ମୁକାବିଲା କରିବା ଦିଗରେ ଏହି ବିଶ୍ବବିଦ୍ୟାଳୟ ନିୟାମକ ଭାବେ କାର୍ଯ୍ୟ କରୁ ବୋଲି କହିଛନ୍ତି । ଏପଟେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର-ତଥା ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ, ବିଭିନ୍ନ ଆହ୍ବାନ ସତ୍ତ୍ବେ ବିଶ୍ବବିଦ୍ୟାଳୟର ଅନେକ କାର୍ଯ୍ୟ କରାଯାଇପାରିଥିବା ସୂଚନା ଦେଇଛନ୍ତି । ଅନ୍ୟପଟେ ଉଚ୍ଚଶିକ୍ଷା ବିଭାଗର କମିଶନର -ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଅତିଥି ଭାବେ ଯୋଗଦେଇ ଶିକ୍ଷା ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ସମ୍ମିଳିତ ପ୍ରୟାସରେ ଏହି ବିଶ୍ବବିଦ୍ୟାଳୟ ଜରିଆରେ ବହୁମୁଖୀ ଶିକ୍ଷା ଓ ଗବେଷଣା କାର୍ଯ୍ୟକ୍ରମ କରାଯିବା ସଂପର୍କରେ ଗୁରୁତ୍ବାରୋପ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ଗବେଷଣା ପାଇଁ ବାଧକ ସାଜିବନି ଅର୍ଥ; ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଗବେଷଣା ପାଣ୍ଠି ଯୋଗାଇବେ ରାଜ୍ୟ ସରକାର

ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଦତ୍ତେଶ୍ବର ହୋତା କହିଛନ୍ତି ଯେ, ଡାକ୍ତରୀ ଓ ଆନୁଷଙ୍ଗିକ ସ୍ବାସ୍ଥ୍ୟ ବିଜ୍ଞାନ ପାଠ୍ୟକ୍ରମ ପ୍ରଦାନ କରୁଥିବା ସମସ୍ତ କଲେଜକୁ ଗୋଟିଏ ବିଶ୍ବବିଦ୍ୟାଳୟ ଅଧୀନରେ ଆଣିବା ଏବଂ ସମ୍ପୃକ୍ତ ଅଧ୍ୟୟନ କ୍ଷେତ୍ରରେ ଶିକ୍ଷାର ଗୁଣବତ୍ତାକୁ ସୁବ୍ୟବସ୍ଥିତ କରିବା ପାଇଁ ବିଶ୍ବବିଦ୍ୟାଳୟ ସ୍ଥାପନର ପ୍ରଥମ ବର୍ଷରେ ଏହାର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଛି । ବିଶ୍ବବିଦ୍ୟାଳୟ ବ୍ରଡ୍ ଏବଂ ସୁପର ସ୍ପେଶାଲିଟି ସମେତ ୯୧ଟି ବିଶେଷଜ୍ଞତା ପ୍ରଦାନ କରୁଥିବା ୩୧ଟି ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରଣୟନ କରିଛନ୍ତି ଯେଉଁଠାରେ ସର୍ବୋଚ୍ଚ ନିୟାମକ ସଂସ୍ଥା ଅନୁଯାୟୀ ଏହାର ନିୟମାବଳୀ ପ୍ରଣୟନ କରାଯାଇଛି । ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ଚିକିତ୍ସା ଅନୁଷ୍ଠାନଗୁଡ଼ିକରେ ଯୋଜନାବଦ୍ଧ ଗବେଷଣା ଇକୋସିଷ୍ଟମ ଉପରେ ସେ ଗୁରୁତ୍ବାରୋପ କରିଛନ୍ତି । ସୂଚନା ଅନୁଯାୟୀ, ୨୦୨୩- ୨୪ ଶିକ୍ଷାବର୍ଷରୁ ମେଡିକାଲ, ଡେଣ୍ଟାଲ, ଆୟୁର୍ବେଦିକ, ହୋମିଓପାଥି, ନର୍ସିଂ, ଫାର୍ମାସି ଓ ଆନୁଷଙ୍ଗିକ ପାରାମେଡିକାଲ ପାଠ୍ୟକ୍ରମ ପ୍ରଦାନ କରୁଥିବା ରାଜ୍ୟର ପ୍ରାୟ ୩୦୦ ମହାବିଦ୍ୟାଳୟ /ଅନୁଷ୍ଠାନ ଏହି ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛନ୍ତି ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.