ETV Bharat / state

ଭାରି ପଡ଼ିଲା ଭୁଲ୍ ତଥ୍ୟ: ତଣ୍ଡ ଗଣିବେ ସରକାରୀ ବାବୁ

author img

By ETV Bharat Odisha Team

Published : Feb 22, 2024, 3:21 PM IST

Former Tahsildar fined in Khordha: ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ପ୍ରଦାନରେ ସ୍ୱଚ୍ଛତା ଅବଲମ୍ବନ ନ କରିବା ପଡ଼ିଲା ମହଙ୍ଗା । ଅତିରିକ୍ତ ତହସିଲଦାରଙ୍କୁ 10 ହଜାର ଜରିମାନା ନିର୍ଦ୍ଦେଶ । ଅଧିକ ପଢନ୍ତୁ,

ଅତିରିକ୍ତ ତହସିଲଦାରଙ୍କୁ 10 ହଜାର ଜରିମାନା ନିର୍ଦ୍ଦେଶ

ଖୋର୍ଦ୍ଧା: ମହଙ୍ଗା ପଡିଲା ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ପ୍ରଦାନରେ ସ୍ୱଚ୍ଛତା ଅବଲମ୍ବନ ନ କରିବା । ବେଗୁନିଆ ତହସିଲ କାର୍ଯ୍ୟାଳୟର ପୂର୍ବତନ ସୂଚନା ଅଧିକାରୀ ଜନ୍ମେଜୟ ସାହୁଙ୍କୁ ମହଙ୍ଗା ପଡ଼ିଛି । ଆବେଦନକାରୀ ଜୟକୃଷ୍ଣ ସାହୁଙ୍କ ଅଭିଯୋଗ ଆଧାରରେ ରାଜ୍ୟ ସୂଚନା କମିଶନ ଏସ କେ ମହାନ୍ତି ତାଙ୍କୁ 10 ହଜାର ଟଙ୍କା ତଣ୍ଡ ଗଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାସକ ମଧ୍ୟରେ ଜୟକୃଷ୍ଣଙ୍କ ଜମାଖାତାରେ ଏହି ଟଙ୍କା ପୈଠ କରିବାକୁ କୁହାଯାଇଛି ।

ଅଭିଯୋଗ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ମଶାଣିଆ ଗ୍ରାମର ଜୟକୃଷ୍ଣ ସାହୁ 2018 ମସିହାରେ ବେଗୁନିଆ ତହସିଲ ନିକଟରୁ ଆର୍ଥିକ ବର୍ଷ 2017-18ରେ ଗଜା ମରୁଡି ପରିସ୍ଥିତି ଉପୁଜିଥିବା ବେଳେ ଚାଷୀଙ୍କ ପାଇଁ ସରକାର କେତେ ଟଙ୍କା ଇନପୁଟ ସବସିଡି ପ୍ରଦାନ କରିଛନ୍ତି ବୋଲି ସୂଚନା ଅଧିକାରୀ ଆଇନ ବଳରେ ତଥ୍ୟ ମାଗିଥିଲେ । ଜୟକୃଷ୍ଣଙ୍କ ପ୍ରଶ୍ନରେ ବେଗୁନିଆ ତହସିଲ 3 କୋଟି 39ଲକ୍ଷ 334 ଟଙ୍କା ବେଗୁନିଆ ତହସିଲ ଅନ୍ତର୍ଗତ 4 ରାଜସ୍ୱ ସର୍କଲ ଅଧୀନ 158 ଗ୍ରାମର 10 ହଜାର 12ଜଣ ଚାଷୀଙ୍କ ପାଇଁ ଆସିଥିବା ତଥ୍ୟ ଦିଆଯାଇଥିଲା । କିନ୍ତୁ ସମାନ ପ୍ରଶ୍ନରେ ଜିଲ୍ଲା ପ୍ରଶାସନର ଚିଠିରେ ବେଗୁନିଆ ତହସିଲକୁ ଇନପୁଟ ସବସିଡ ବାବଦ 3 କୋଟି 75 ଲକ୍ଷ 90 ହଜାର 400 ଟଙ୍କା ଆସିଥିବା ସୂଚନା ଆଇନ ବଳରେ ତଥ୍ୟ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ- ସ୍କୁଟି ଚାଳକ ଭାଙ୍ଗିଲେ 300 ଥର ଟ୍ରାଫିକ ନିୟମ, ଏବେ ଭରିବେ ୩.୨୦ ଲକ୍ଷର ଜୋରିମାନା

ଉଭୟ ତଥ୍ୟ ଭିନ୍ନ ଭିନ୍ନ ଥିବା ବେଳେ କେତେ ଜଣ ଚାଷୀଙ୍କୁ ଫସଲ କ୍ଷୟକ୍ଷତି ବାବଦ ଅର୍ଥ ସରକାର ପ୍ରଦାନ କରିଛନ୍ତି ତାର ତଥ୍ୟ ଦିଆନଯାଇ ଜୟକୃଷ୍ଣଙ୍କୁ ହଇରାଣ କରାଯାଇଥିଲା । ଏନେଇ ଜୟକୃଷ୍ଣ ସୂଚନା କମିଶନରଙ୍କ ଦ୍ୱାରାସ୍ତ ହୋଇଥିଲେ । ଏଥିସହ ବାରମ୍ବାର କମିଶନ ତାରିଖ ମାଧ୍ୟମରେ ହାଜର ହେବାକୁ ସମ୍ପୁକ୍ତ ଅଧିକାରୀଙ୍କୁ ନୋଟିସ କରିଥିଲେ ମଧ୍ୟ ସେ ଏହାକୁ ଖାତିର କରିନଥିଲେ । ଏହି ପରିପ୍ରେକ୍ଷୀରେ ବେଗୁନିଆ ଅତିରିକ୍ତ ତହସିଲଦାର ତଥା ପିଆଇଓ ଜନ୍ମେଜୟ ସାହୁଙ୍କୁ ସୂଚନା ଆୟୋଗର ଧାରା 20ର ଉପ ଧାରା (1) ଅନୁଯାୟୀ ତାଙ୍କୁ ଦାୟୀ କରି 10 ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି । ସେହିପରି ଆବେଦନକାରୀଙ୍କୁ ସୂଚନା ଅଧିକାର ଆଇନ 2005 ଧାରା 19ର ଉପଧାରା (8)(ଖ) ଅନୁଯାୟୀ 10ହଜାର କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି । ସେହିପରି ଏକ ମାସ ମଧ୍ୟରେ ଏହି କ୍ଷତିପୂରଣ ଅର୍ଥ ଆବେଦନକାରୀ ଜୟକୃଷ୍ଣ ସାହୁଙ୍କ ବ୍ୟାଙ୍କ ଖାତାରେ ଜମା କରିବା ପାଇଁ ବେଗୁନିଆ ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତି । ସୂଚନା ଅଧିକାର କମିଶନଙ୍କ ଏପରି ରାୟକୁ ସ୍ୱାଗତ କରିବା ସହ ଏପରି ଅଧିକାରୀଙ୍କ ବିରୁଦ୍ଧରେ ଆହୁରି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଆବେଦନକାରୀ ଜୟକୃଷ୍ଣ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.