ETV Bharat / state

ଆରପାରିରେ ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ

Sugnana Kumari Deo Passes Away: ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ । 87 ବର୍ଷ ବୟସରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 10, 2024, 8:00 AM IST

Updated : Feb 10, 2024, 8:28 AM IST

Etv Bharat
Sugnana Kumari Deo passes away

ଭୁବନେଶ୍ୱର: ପରଲୋକରେ ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି (ଶନିବାର) ତାଙ୍କର ଦେହାନ୍ତ ହୋଇଛି । ପ୍ରଥମ ଥର ପାଇଁ 1961 ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରରୁ 10 ଥର ବିଧାୟିକା ରହିଥିଲେ ସୁଜ୍ଞାନ କୁମାରୀ । ରାଣୀଙ୍କ ବିୟୋଗରେ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

କାଲି ସୁଜ୍ଞାନ କୁମାରୀଙ୍କୁ ଭେଟିଥିଲେ ନବୀନ: ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସୁଜ୍ଞାନ କୁମାରୀ ଦୀର୍ଘ ଦିନ ହେଲା ଚେନ୍ନାଇରେ ରହିଆସୁଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କିଛି ଦିନ ତଳେ ତାଙ୍କୁ ଚେନ୍ନାଇର ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିଲା । ରାଣୀଙ୍କ ଅସୁସ୍ଥତା ବାବଦରେ ସୂଚନା ପାଇବା ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝି ଫେରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଚେନ୍ନାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଚାରି ବୁଝିଲେ ଖଲ୍ଲିକୋଟ ରାଣୀ ସୁଜ୍ଞାନଙ୍କ ସ୍ବାସ୍ଥ୍ୟବସ୍ଥା

ରାଜନୈତିକ ଜୀବନ: ଭି. ସୁଜ୍ଞାନୀ କୁମାରୀ ଦେଓ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ 8 ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ସେହିପରି 2 ଥର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । 1937 ମସିହା ଅଗଷ୍ଟ 5 ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ଏମଏ କରିଛନ୍ତି ।

ଶ୍ୱଶୁରଙ୍କ ଦେହାନ୍ତ ପରେ ରାଜନୀତିରେ ପାଦ ରଖିଥିଲେ ସୁଜ୍ଞାନ କୁମାରୀ: ତଥ୍ୟ ଅନୁଯାୟୀ, 1951ରେ ଗଠିତ ହୋଇଥିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ । ଖଲ୍ଲିକୋଟର ରାଜା ଥିଲେ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ । 1951-52ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ବିଜୟୀ ହୋଇଥିଲେ । ଏହାପରେ 1961ରେ ଏହି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ଲଢି ବିଜୟୀ ହୋଇଥିଲେ । ତାଙ୍କ ମୃତ୍ୟୁ ପରେ ଉପନିର୍ବାଚନରେ ରାଜନୀତିରେ ପ୍ରବେଶ କରିଥିଲେ ତାଙ୍କ ପୁତ୍ରବଧୂ ତଥା ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ । ଭାରତୀୟ ଜାତୀୟ କଂଗ୍ରେସ ଟିକେଟରେ 1961ରେ ଖଲ୍ଲିକୋଟରୁ ଉପ ନିର୍ବାଚନ ଲଢ଼ି ସେ ବିଧାନସଭା ଆସିଥିଲେ ।

1974 ମସିହାରେ ଉତ୍କଳ କଂଗ୍ରେସରୁ ଲଢି ସେ ବିଧାନସଭା ଯାଇଥିଲେ । ସେହିପରି 1977ରେ ଜନତା, 1990 ଓ 1995ରେ ଜନତା ଦଳ, 2000 ଓ 2004ରେ ବିଜୁ ଜନତା ଦଳ ଟିକେଟରେ ସେ ବିଜୟୀ ହୋଇଥିଲେ । ଖଲ୍ଲିକୋଟ ଆସନ ସଂରକ୍ଷିତ ହେବା ପରେ ସେ କବିସୂର୍ଯ୍ୟନଗର ଆସନରୁ 2 ଥର ନିର୍ବାଚିତ ହୋଇଛନ୍ତି । 2009 ଓ 2014ରେ କବିସୂର୍ଯ୍ୟନଗରରୁ ସେ ବିଜେଡି ଟିକେଟରେ ବିଧାନସଭା ଆସିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Feb 10, 2024, 8:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.