ETV Bharat / state

ନିର୍ବାଚନ ପୂର୍ବରୁ ବିଜେଡି-କଂଗ୍ରେସକୁ ଝଟକା; ପଦ୍ମ ଧରିଲେ ଦେବାଶିଷ ନାୟକ ଓ ନିହାର ମହାନନ୍ଦ - ଓଡ଼ିଶା ବିଧାନସଭା ନିର୍ବାଚନ 2024

Former Minister Debasish Nayak resigns : ନିର୍ବାଚନ ପୂର୍ବରୁ ବିଜେଡି ଓ କଂଗ୍ରେସକୁ ଝଟକା । ବିଜେପିରେ ସାମିଲ ହେଲେ ଯାଜପୁର ଜିଲ୍ଲାର ଟାଣୁଆ ନେତା ଦେବାଶିଷ ନାୟକ ଓ କଂଗ୍ରେସର ପୂର୍ବତନ ବିଧାୟକ ନିହାର ମହାନନ୍ଦ । ଅଧିକ ପଢନ୍ତୁ

BJDରୁ ଇସ୍ତଫା ଦେଇ BJPର ମିଶିଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ

author img

By ETV Bharat Odisha Team

Published : Feb 25, 2024, 4:39 PM IST

Updated : Feb 25, 2024, 9:26 PM IST

ନିର୍ବାଚନ ପୂର୍ବରୁ ବିଜେଡି-କଂଗ୍ରେସକୁ ଝଟକା; ପଦ୍ମ ଧରିଲେ ଦେବାଶିଷ ନାୟକ ଓ ନିହାର ମହାନନ୍ଦ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ BJDରୁ ଇସ୍ତଫା ଦେଇ BJPରେ ମିଶିଲେ ପୂର୍ବତନ ମନ୍ତ୍ରୀ ତଥା ଯାଜପୁର ଜିଲ୍ଲାର ଟାଣୁଆ ନେତା ଦେବାଶିଷ ନାୟକ । ସେ ନିଜ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇବାର ମାତ୍ର କିଛି ଘଣ୍ଟା ମଧ୍ୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଦେବାଶିଷ ଅପରାହ୍ନରେ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ସଭାପତି ସମୀର ରଞ୍ଜନ ମହାନ୍ତିଙ୍କ ସମେତ ଅନ୍ୟ ଦଳୀୟ ନେତାଙ୍କ ଗହଣରେ ପଦ୍ମ ଧରିଛନ୍ତି । ଦଳରେ ସାମିଲ ହେବା ପରେ ସେ 5ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ପରୋକ୍ଷ ଟାର୍ଗେଟ କରିଛନ୍ତି । ରାଜ୍ୟରେ ତାମିଲ ଶାସନ ଚାଲିଛି ବୋଲି କହିଛନ୍ତି ଦେବାଶିଷ ।

ଦଳ ସଭାପତି ମନମୋହନ ସାମଲ ଦେବାଶିଷଙ୍କୁ ବିଜେପି ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ବାଗତ କରିଛନ୍ତି । ନିର୍ବାଚନ ପୂର୍ବରୁ ଦେବାଶିଷଙ୍କ ପରି ଜଣେ ଅନୁଭବି ନେତା ବିଜେପିରେ ସାମିଲ ହେବା ଦଳକୁ ସୁଦୃଢ କରିବ ବୋଲି ମନମୋହନ କହିଛନ୍ତି । ସେହିପରି ଆଜି ଅତାବିରାରୁ କଂଗ୍ରେସର ପୂର୍ବତନ ବିଧାୟକ ନିହାର ମହାନନ୍ଦ ମଧ୍ୟ ନିଜର ଏକାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ।

ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀରୁ 4 ଥର ବିଧାୟକ ଓ ମନ୍ତ୍ରୀ ହୋଇଥିବା ଦେବାଶିଷଙ୍କୁ ଗତ (2019) ବିଧାନସଭା ନିର୍ବାଚନରେ ଦଳ ଟିକେଟ ଦେଇନଥିଲା । ଏବେ ଚଳିତ ନିର୍ବାଚନ ପୂର୍ବରୁ ସେ ଦଳ ଛାଡିବା ସହ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ଦେବାଶିଷ ଯାଜପୁର ଜିଲ୍ଲା ବରୀ ବିଧାନସଭା ଆସନରୁ 2004 ରୁ 2014 ମଧ୍ୟରେ କ୍ରମାଗତ 4ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ନବୀନ ପଟ୍ଟନାୟକ କ୍ୟାବିନେଟରେ କ୍ରୀଡା, ଯୁବ ବ୍ୟାପାର ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ମଧ୍ୟ ହୋଇଥିଲେ । ତେବେ ଏହି ବରିଷ୍ଠ ନେତାଙ୍କୁ 2019 ନିର୍ବାଚନରେ ଦଳ ଟିକେଟ ଦେଇନଥିଲା । ଏହା ପରେ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ଜାରି ରହିଥିଲା । ଏଥର ମଧ୍ୟ ତାଙ୍କୁ ଗତଥର ପରି ଟିକେଟ ନଳିବା ନେଇ ଅନୁମାନ କରାଯାଉଥିଲା ।

ଏହା ମଧ୍ୟ ପଢନ୍ତୁ :- 3 ମାସ ପାଇଁ ବନ୍ଦ ‘ମନ କି ବାତ’: ନିର୍ବାଚନ ପୂର୍ବରୁ ଶେଷ ସମ୍ବୋଧନରେ ଯୁବପିଢିଙ୍କୁ ଭୋଟ ଦେବାକୁ ମୋଦିଙ୍କ ଆହ୍ବାନ

ତେବେ ନିକଟରେ BJDରୁ ବହୁସ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ BJPରେ ସାମିଲ ହୋଇଛନ୍ତି । ଦୁର୍ନୀତି ଅଭିଯୋଗରେ ଗିରଫ ହେବା ପରେ ଦଳ ପ୍ରଦୀପଙ୍କୁ ବହିସ୍କୃତ କରିଥିଲା । ସେ ଏବେ ପଦ୍ମ ଧରିବା ସହ ବିଜେପି ଟିକେଟରେ ନିଜ ପାରମ୍ପରିକ ଆସନ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ଲଢିବା ନେଇ ଅନୁମାନ କରାଯାଉଛି । ଏପଟେ ଦେବାଶିଷଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣାକ୍ରମ ଦେଖିବାକୁ ମିଳିପାରେ । 2019 ରେ ବିଜେଡି ଟିକେଟ ପାଇନଥିବା ଦେବାଶିଷ ଏଥର ବିଜେପି ଟିକେଟରେ ବରୀ ବିଧାନସଭା ଆସନରୁ ନିର୍ବାଚନ ଲଢିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 25, 2024, 9:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.