ETV Bharat / state

ଡମ୍ବରୁଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟ ସରକାର - Damburudhara Ulaka passes away - DAMBURUDHARA ULAKA PASSES AWAY

LAST TRIBUTE TO DAMBURUDHARA: ୮୭ ବର୍ଷ ବୟସରେ ପୂର୍ବତନ ମନ୍ତ୍ରୀ ଡମ୍ବରୁ ଧର ଉଲାକାଙ୍କ ଦେହାନ୍ତ । ତାଙ୍କର ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା । ଶ୍ରଦ୍ଧାଞ୍ଜଳି ଜଣାଇଲେ ସରକାର ଏବଂ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ । ଅଧିକ ପଢନ୍ତୁ

ଡମ୍ବରୁଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟ ସରକାର
ଡମ୍ବରୁଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟ ସରକାର (ETV Bharat Odisha)
author img

By ETV Bharat Odisha Team

Published : May 15, 2024, 8:39 PM IST

ଡମ୍ବରୁଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟ ସରକାର (ETV Bharat Odisha)

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ଡମ୍ବରୁ ଧର ଉଲାକାଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି କଂଗ୍ରେସ । କଂଗ୍ରେସ ଭବନରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମରଶରୀରକୁ ଫୁଷ୍ପମାଲ୍ୟ ସହ ଦଳୀୟ ପତକା ଅର୍ପଣ କରାଯାଇଛି । ସେହିପରି ବିଧାନସଭାରେ ମଧ୍ୟ ଡମ୍ବରୁ ଧରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ଡମ୍ବରୁଧର ଉଲାକା ଜଣେ ଦକ୍ଷ ରାଜନେତା ଥିଲେ । ସାଧାରଣ ଲୋକଙ୍କ ସହ ଜଡିତ ହୋଇ ରହୁଥିଲେ ଆଦିବାସୀ ସମ୍ପ୍ରଦାୟର ଜଣେ ଆଗ ଧାଡିର ନେତା ଭାବେ ସୁପରିଚିତ ଥିଲେ । ତାଙ୍କର ଦେହାନ୍ତରେ ଦକ୍ଷ ରାଜନେତାଙ୍କ ଅନ୍ତ ହୋଇଛି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ । ସେ କହିଛନ୍ତି ଯେ, କଂଗ୍ରେସ ଜଣେ ବରିଷ୍ଠ ନେତାଙ୍କୁ ହରାଇଲା । ତାଙ୍କ ସହ ମିଶି ବହୁ ରାଜନୈତିକ କାର୍ଯ୍ୟକ୍ରମ କରିଛି । ଏହି ଅବସରରେ କଂଗ୍ରେସ ଦଳର ଉପସଭାପତି ଶିବାନନ୍ଦ ରାୟଙ୍କ ସହ ଅନ୍ୟ କର୍ମୀମାନେ ମଧ୍ୟ ଡମ୍ବରୁଙ୍କ ଶେଷ ସମ୍ମାନ ଜଣାଇଥିଲେ । ସେହିପରି ପୂର୍ବତନ ମନ୍ତ୍ରୀ ଡମ୍ବୁରୁ ଧର ଉଲାକାଙ୍କ ମର ଶରୀରକୁ ବିଧାନସଭାରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ବିଧାନସଭା ସଚିବ ଦାଶରଥି ଶତପଥୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସେ ଜଣେ ଆଦିବାସୀ ନେତା ଭାବେ ସାରା ଓଡ଼ିଶାରେ ସୁପରିଚିତ ଥିଲେ । ଅଭିଭକ୍ତ କୋରାପୁଟ ଜିଲ୍ଲାରେ ତାଙ୍କର ପ୍ରଭାବ ଥିଲା । ସେ ବିଷମ କଟକରୁ 5 ଥର କଂଗ୍ରେସ ପକ୍ଷରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ । ତାଙ୍କ ବିୟୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସେ ଜଣେ କଂଗ୍ରେସ ଦଳର ବରିଷ୍ଠ,ଉତ୍ସର୍ଗୀକୃତ ଜନନେତା ଥିଲେ । ବିଷମ କଟକବାସୀଙ୍କ ସହ ତାଙ୍କର ନିବିଡ଼ ସମ୍ପର୍କ ଥିଲା ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଶରତ ପଟ୍ଟନାୟକ ।

ଏହା ମଧ୍ୟ ପଢନ୍ତୁ..ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲ୍ଲାକାଙ୍କ ପରଲୋକ - Damburudhara Ulaka Death

ପ୍ରକାଶ ଯୋଗ୍ୟ, ୮୭ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଅସୁସ୍ଥତା କାରଣରୁ ସେ ଦୀର୍ଘ ଦିନ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ରାୟଗଡ଼ା ଜିଲ୍ଲା ବିଷମକଟକରୁ କଂଗ୍ରେସ ଟିକଟରେ ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ ଡମ୍ବରୁଧର । ତାଙ୍କର ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦଳର ରାଜନେତା ଦୁଃଖ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.