ETV Bharat / state

ବାଲି ମାଫିଆ, ବ୍ଲାକ ଲିଷ୍ଟ କଣ୍ଟ୍ରାକ୍ଟର ସହ ମେୟରଙ୍କ ମଧୁଚନ୍ଦ୍ରିକା: ମୋକିମ - moquim targets mayor subhash singh

author img

By ETV Bharat Odisha Team

Published : Jun 27, 2024, 8:00 PM IST

MOQUIM TARGETS MAYOR SUBHASH SINGH: ତ୍ରିଶୂଳିଆ ବ୍ରିଜରୁ ବାଲି ଉଠାଣ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ବାଲି ମାଫିଆଙ୍କୁ ସୁରକ୍ଷା ଦେବା ପାଇଁ କଟକ ମେୟରଙ୍କ ରାସ୍ତା ଉପରୁ ବାଲି ଉଠାଇଥିବା ଅଭିଯୋଗ ଆଣିଛନ୍ତି ସେ । ଅଧିକ ପଢନ୍ତୁ

MOQUIM TARGETS MAYOR SUBHASH SINGH
MOQUIM TARGETS MAYOR SUBHASH SINGH (ETV Bharat Odisha)

କଟକ: ମେୟର ସୁବାସ ସିଂଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଇଂ ମହମ୍ମଦ ମୋକିମ । ମାଫିଆ ଆଉ ବ୍ଲାକ ଲିଷ୍ଟ କଣ୍ଟ୍ରାକ୍ଟର, ଆଉ ଲୁଟେରାଙ୍କ ସହ ମେୟରଙ୍କ ମଧୁଚନ୍ଦ୍ରିକା ରହିଥିବା ମୋକିମ କହିଛନ୍ତି । ବାଲି ମାଫିଆଙ୍କ ସହ ସେ ମିଶି କାମ କରନ୍ତି ବୋଲି ମୋକିମ କହିଛନ୍ତି । ଗତ କିଛି ଦିନ ତଳେ ବାଲି ଉଠାଣକୁ ନେଇ ବିଧାୟକ ଏବଂ ସାଂସଦ ବାଲି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ହେଲେ ସୁବାସ ସିଂ ବାଲି ମାଫିଆଙ୍କୁ ସୁରକ୍ଷା ଦେବା ପାଇଁ ରାସ୍ତା ଉପରୁ ବାଲି ଉଠାଇଥିବା ମୋକିମ ଅଭିଯୋଗ କରିଛନ୍ତି ।

ତ୍ରିଶୂଳିଆ ବ୍ରିଜରୁ ବାଲି ଉଠାଣ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ମୋକିମ । କାହିଁକି ଏବଂ କେଉଁ ପରିସ୍ଥିତିରେ ଉପରେ ପଡି ମେୟର ସୁବାସ ସିଂ ରାସ୍ତା ଉପରୁ ବାଲି ଉଠାଇଲେ, ତାହା ଉପରେ ପ୍ରଶ୍ନ ଉଠାଇଲେ ମୋକିମ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶନାମ ଅନୁଯାୟୀ ବାଲି ଉଠାଇବା ପାଇଁ ଟେଣ୍ଡର ପାଇଥିବା ବ୍ୟକ୍ତି ହିଁ ରାସ୍ତା ଉପରୁ ବାଲି ଉଠାଇବେ । ରାସ୍ତା ଉପରେ ବାଲି ପଡିରହିଲେ ବାଲିଘାଟରୁ ବାଲି ଉଠାଇବା ଉପରେ କଟକଣା ଜାରି କରିଥିଲେ ଜିଲ୍ଲାପାଳ । ମାତ୍ର ବାଲି ନିଲାମ ପାଇଁ ଟେଣ୍ଡର ପାଇଥିବା ବ୍ୟକ୍ତିଙ୍କ ବଦଳରେ ମେୟର କାହିଁକି ରାସ୍ତା ଉପରୁ ବାଲି ଉଠାଇଲେ ବୋଲି ବିଧାୟକ ପ୍ରଶ୍ନ କରିବା ସହ ମେୟରଙ୍କୁ ଟାର୍ଗେଟ କରିଛନ୍ତି ।

କ'ଣ ପୁରା ଘଟଣା

ରାସ୍ତାରୁ ବାଲି ସଫା ନହେବା ପର୍ଯ୍ୟନ୍ତ ବାଲି ଉଠାଣ ଉପରେ କଟକଣା ଜାରି କରିଥିଲା କଟକ ଜିଲ୍ଲା ପ୍ରଶାସନ । ଗତ ୨୨ ତାରିଖ ସନ୍ଧ୍ୟା ୬ଟାରୁ ଏନେଇ ଏକ ନିର୍ଦ୍ଧେଶନାମା ଜାରି କରିଥିଲେ କଟକ ଜିଲ୍ଳାପାଳ । ମାତ୍ର ଏହି ନିର୍ଦ୍ଦେଶନାମାକୁ ବାଲି ମାଫିଆ ମାନେ ସତେ ଯେପରି ଫୁ କରି ଉଡାଇ ଦେଇଛନ୍ତି । ରାସ୍ତା ଉପରେ ବାଲି ଆଉ ବାଲି । ତାହା ପୁଣି କଟକ ଭୁବନେଶ୍ୱରକୁ ସଂଯୋଗ କରୁଥିବା ତ୍ରିଶୂଳିଆ ବ୍ରିଜ ଉପରେ । ଏକଥା ଆମେ କହୁ ନାହୁଁ ବରଂ ସିଏମସି ମେୟର ଏକଥା କହିବା ସହ ରାସ୍ତା ଉପରୁ ବାଲି ସଫା କରିଛନ୍ତି । ଯାହାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ ।

ନଦୀରୁ ବାଲି ଉଠାଇବା ପାଇଁ ଅନୁମତି ପାଇଥିବା ବ୍ୟକ୍ତି ମାନଙ୍କୁ କଟକ ଜିଲ୍ଲାପାଳ କଡା ଚେତାବନୀ ଦେଇଥିଲେ । ବିଶେଷକରି ଯେଉଁ ମାନେ ବାଲି ବ୍ୟବସାୟ କରୁଛନ୍ତି,ରାସ୍ତା ଉପରେ ଯେପରି ବାଲି ଜମା ନରୁହେ ସେଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବରେ ଦର୍ଶା ଯାଇଥିଲା କି ରାସ୍ତା ଉପରୁ ବାଲି ସଫା କଲେ ଚାଲାଣ ବନ୍ଦ । ଆଉ ଏହି ନିର୍ଦ୍ଦେଶନାମା ଗତ ୨୨ ତାରିଖ ସନ୍ଧ୍ୟା ୬ଟାରୁ କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା ।

ଏହାର ଦୁଇ ଦିନ ପରେ ସିଏମସି ମେୟର,କମିଶନରଙ୍କ ସମେତ ଅନେକ କର୍ମଚାରୀ ବାଲି ସଫା ମେସିନ ନେଇ ତ୍ରିଶୂଳିଆ ବ୍ରିଜ ଉପରେ ପଡି ରହିଥିବା ବାଲି ସଫା କରିଥିଲେ । ତେବେ ଯାହାକୁ ନେଇ ମେୟର ଏବଂ କମିଶନରଙ୍କୁ କଡା ସମାଲୋଚନା କରାଯାଇଛି । କାହିଁକି ଉପରେ ପଡି ସିଏମସି ବାଲି ସଫା କରିଲେ ! କେଉଁ ଉଦ୍ଦେଶ୍ୟରେ ସିଏମସି ବାଲି ସଫେଇ କରିଲା ବୋଲି ବିରୋଧୀ ପ୍ରଶ୍ନ କରିଛି । କଟକ ସହରର ଅନେକ ରାସ୍ତାରେ ବାଲି ପଡି ରହୁଛି । ଯାହା ଫଳରେ ଅନେକ ଦୁର୍ଘଟଣା ଘଟୁଛି ।

ଏନେଇ ମେୟର ସୁବାସ ସିଂ କହିଥିଲେ ଯେ, ତ୍ରିଶୂଳିଆ ବ୍ରିଜ ରେ ପ୍ରତ୍ୟକ ଦିନ ହଜାର ହଜାର କୋକ କଟକରୁ ଭୁବନେଶ୍ୱର ଯାତାୟାତ କରିଥାନ୍ତି । ରାସ୍ତା ଉପରେ ବାଲି ପଡି ରହିଥବାରୁ ସିଏମସି ଏହି ପଦକ୍ଷେପ ଗ୍ରହଣ କରିଛି । ମାତ୍ର ଯେଉଁମାନେ ଏହି ନିର୍ଦ୍ଦେଶନାମା ପାଳନ କରୁ ନାହାନ୍ତି । ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର କହିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.