ETV Bharat / state

ପିସିସି ସଭାପତିଙ୍କୁ କାଳିମାଡ଼ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ: ସୁର - SURA ROUTRAY REACTION ON INK ATTACK - SURA ROUTRAY REACTION ON INK ATTACK

SURA ROUTRAY REACTION ON INK ATTACK: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ଼ ଘଟଣାରେ ନିନ୍ଦା କଲେ ବିରିଷ୍ଠ ନେତା ସୁର ରାଉତରାୟ । କହିଲେ କଂଗ୍ରେସ ଭବନ ହେଉଛି ମନ୍ଦିର । ସେଠି ଏଭଳି କାଳି ମାଡ଼ ଘଟଣା ଦୁଃଖଦ ।ଅଧିକ ପଢନ୍ତୁ

SURA ROUTRAY REACTION ON INK ATTACK
SURA ROUTRAY REACTION ON INK ATTACK (ETV Bharat Odisha)
author img

By ETV Bharat Odisha Team

Published : Jun 24, 2024, 10:31 PM IST

ଭୁବନେଶ୍ବର: ରାଜ୍ୟ କଂଗ୍ରେସ ପିସିସି ସଭାପତିଙ୍କୁ କାଳି ମାଡ଼ ଘଟଣାକୁ ନା ପସନ୍ଦ କଲେ ବିରିଷ୍ଠ ନେତା ସୁର ରାଉତରାୟ । ଓଡିଶା ପ୍ରଦେଶ କଂଗ୍ରେସରେ ବିବାଦ ଥମିବାର ନାଁ ନେଉନି । ସାଧାରଣ ନିର୍ବାଚନରେ ଆଶା ଜନକ ଫଳ ପାଇଲା ନାହିଁ କଂଗ୍ରେସ । ଯଦିଓ 2019 ଅପେକ୍ଷା 2024ରେ ଭଲ ପ୍ରଦର୍ଶନ କରିଛି ଦଳ । ଓଡ଼ିଶାରେ ବିଜେଡି-ବିଜେପିର ବିଫଳତାକୁ ନେଇ ଜନସାଧାରଣଙ୍କ ମନ ଜିଣିପାରିଲା ନାହିଁ କଂଗ୍ରେସ । ତେଣୁ ନୀତି ଆଉ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକ ବୋଲି ଦଳ ଭିତରେ ଏକ ଗୋଷ୍ଠୀ ଦାବି କରୁଛନ୍ତି ।

SURA ROUTRAY REACTION ON INK ATTACK (ETV Bharat Odisha)

ସେପଟେ ମାନସ ଚୌଧୁରୀ ଦଳରୁ ବହିଷ୍କୃତ ହେବା ପରେ ଶରତ ପଟ୍ଟନାୟକଙ୍କ ଦୋଷ ଦୁର୍ବଳତାକୁ ନେଇ ବାରମ୍ବାର ଅଭିଯୋଗ ଆଣୁଛନ୍ତି । ନିର୍ବାଚନରେ ଟିକଟ ବଣ୍ଟନରେ ବ୍ୟାପକ ଅନିୟମିତତା, ନିର୍ବାଚନୀ ଅର୍ଥ ହଡପ, ଶେଷ ମୁହୂର୍ତ୍ତରେ ଟିକେଟ ପରିବର୍ତ୍ତନରେ ଶରତ ପଟ୍ଟନାୟକ ସମ୍ପୃକ୍ତ ଥିବାରୁ ସେ ପଦବୀ ଛାଡ଼ନ୍ତୁ ବୋଲି ଦାବି କରିଛନ୍ତି ମାନସ । ଯେହେତୁ ଭକ୍ତ ଦାଶ କ୍ୟାମ୍ପେନ କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ଦାବି କରୁଛନ୍ତି ମାନସ ।ଏଭଳି ସ୍ଥିତିରେ ଶରତଙ୍କ ବିରୋଧରେ ଏକ ଗୋଷ୍ଠୀ ସ୍ୱର ଉତ୍ତୋଳନ କରିଥିବାର ଦେଖାଯାଉଛି ।

ତେବେ ଗତ ଶୁକ୍ରବାର କଂଗ୍ରେସ ଭବନରେ ଯେଉଁଭଳି ଶରତଙ୍କ ଉପରକୁ କାଳିମାଡ଼ ହେଲା ତାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ଅନେକ ବରିଷ୍ଠ ନେତା । ଗତକାଲି ଶୁକ୍ରବାର ଘଟଣାରେ ସିସିଟିଭି ଫୁଟେଜ ଆଧାରରେ 5 ଜଣ ପଦାଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି AICC । AICC ନିର୍ଦ୍ଧେଶ କ୍ରମେ 5 ଜଣଙ୍କୁ 6 ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି । ସେପଟେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିର୍ବାଚନ ପୂର୍ବରୁ ବହିଷ୍କୃତ ହୋଇଥିବା ପୂର୍ବତ୍ତନ ବିଧାୟକ ସୁର ରାଉତରାୟ କିନ୍ତୁ ଶରତଙ୍କ ଉପରେ କାଳି ମାଡ଼ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଯେଉଁମାନେ ଏଭଳି କାର୍ଯ୍ୟକ୍ରମ କରିଛନ୍ତି ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଫଳରେ ଆଉ କେହି ଏଭଳି କାମ କରିବାକୁ ସାହସ କରିବେ ନାହିଁ ବୋଲି କହିଛନ୍ତି ।

ସୁର ରାଉତରାୟ କହିଛନ୍ତି ଯେ, କଂଗ୍ରେସ ଭବନ ହେଉଛି ମନ୍ଦିର । ସେଠି ଏଭଳି ପଶି ଯେଉଁମାନେ କାଳି ମାଡ଼ କରିଛନ୍ତି ତାହା ଦୁଃଖଦ । ଅତି ଅନ୍ୟାୟ ଭାରତରେ ଚିତ୍ର ବଦଳି ଗଲାଣି, ରାହୁଲ ଗାନ୍ଧୀଙ୍କ ଚେଷ୍ଟା ପାଇଁ କଂଗ୍ରେସ ଉଠୁଛି । ସଭାପତିଙ୍କ ଉପରେ କାଳି ମାଡ଼ କରିବା ଠିକ ନୁହେଁ । ଏହାର ତଦନ୍ତ କରାଯାଉ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଏହା ମଧ୍ୟ ପଢନ୍ତୁ .....କଂଗ୍ରେସ ଭବନ ଆଗରେ ଧାରଣା ଦେଲେ ବହିଷ୍କୃତ ନେତ୍ରୀ ଶ୍ରୀୟାସ୍ମିତା, ଆତ୍ମାହୁତିର ଦେଲେ ଚେତାବନୀ - SRIYA SMITA PANDA PROTEST

ସେପଟେ ଆଜି କଂଗ୍ରେସ ଭବନରେ ତାଲା ପଡିବା ଘଟଣା ସ୍ପଷ୍ଟ କରୁଛି କି କଂଗ୍ରେସରେ ଏବେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚିଛି । କଂଗ୍ରେସ ଭବନରେ ସ୍ୱାଭାବିକ ହୋଇ ପାରୁନି କାର୍ଯ୍ୟକ୍ରମ । ତାଲା ପଡିବା ଦ୍ୱାରା କଂଗ୍ରେସର ଭିନ୍ନ ଏକ ଛବି ରାଜ୍ୟବାସୀଙ୍କ ପାଖକୁ ଯାଉଛି । ସେପଟେ ଆଲୋଚନା ହେଉଛି ପିସିସି ସଭାପତି କୁଆଡେ ନିଜ ଇସ୍ତଫା ପତ୍ର AICCକୁ ଦେଇଛନ୍ତି । ଏହାର ସତ୍ୟତା ନେଇ ପିସିସି ସଭାପତିଙ୍କ ଠାରୁ କୌଣସି ଉତ୍ତର ମିଳିପାରି ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.