ETV Bharat / state

ଭିଜିଲାନ୍ସ ଜାଲରେ ପୂର୍ବତନ ବ୍ଲକ ଅଧକ୍ଷ, ପୈତୃକ ଘର ସମେତ ଏକାଧିକ ସ୍ଥାନରେ ଚଢାଉ

author img

By ETV Bharat Odisha Team

Published : Mar 13, 2024, 4:27 PM IST

Vigilance Raid: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ । ୫ ଟି ସ୍ଥାନରେ ଏକ କାଳୀନ ଚଢାଉ ହୋଇଛି । ଅଧିକ ପଢନ୍ତୁ

Vigilance Raid
Vigilance Raid
Vigilance Raid

ଭବାନୀପାଟଣା: ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ୫ ଟି ସ୍ଥାନରେ ଏକ କାଳୀନ ଚଢାଉ ହୋଇଛି । ତେବେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଦୁଡକେଲ ଗାଁରେ ଥିବା ପୈତୃକ ବାସଭବନ, ବ୍ଲକ କାର୍ଯ୍ୟଳୟ ସମେତ ଅନ୍ୟ ୩ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଏକ କାଳୀନ ଚଢାଉ କରିଥିଲା ।

ଏନେଇ ବ୍ଲକ ଅଧ୍ୟକ୍ଷ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ପରେ ଭିଜିଲାନ୍ସ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ କୁ ଭୁବନେଶ୍ୱର୍ରୁ ଗିରଫ କରିଛି । ତେବେ ଜୟପୁର ଭିଜିଲାନ୍ସର ଅତିରିକ୍ତ ଏସପିଙ୍କ ନେତୃତ୍ବରେ ୩ ଜଣ ଡିଏସପି ଓ ୧୫ ଜଣ କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କର କେତେ ଟଙ୍କା ସମ୍ପତ୍ତି ରହିଛି ତାହା ସ୍ପଷ୍ଟ ହୋଇ ପାରିନଥିବା ବେଳେ ଚଢାଉ ଜାରି ରହିଛି । ଚଢାଉ ପରେ ଆକଳନ କଳା ପରେ ସ୍ପଷ୍ଟ ଜଣାପଡ଼ିବ ବୋଲି ଭିଜିଲାନ୍ସ ବିଭାଗ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ- ଚାଷୀଙ୍କ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ, ବନ୍ଧା ହେଲେ ବ୍ଲକ ଅଧ୍ୟକ୍ଷ

ଏହା ମଧ୍ୟ ପଢନ୍ତୁ- ଭିଜିଲାନ୍ସ ଜାଲରେ ସବ ରେଜିଷ୍ଟ୍ରାର, ପୈତୃକ ଘର ସମେତ ଏକାଧିକ ସ୍ଥାନରେ ରେଡ୍

ତେବେ ପୂର୍ବରୁ ବ୍ଲକ ଅଧ୍ୟକ୍ଷ ତାଙ୍କ କାର୍ଯ୍ୟକାଳ ସମୟରେ ବିଭିନ୍ନ ସରକାରୀ ଯୋଜନାକୁ ଜାଲିଆତି କରିଥିଲେ। ଗତ ୨୦୨୩ ମସିହା ସେପ୍ଟେମ୍ବର ୨୨ତାରିଖରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନକଲି ଚାଷୀଙ୍କ ୪୩ ଲକ୍ଷ ୬୭ ହଜାର ୯୦୧ ଟଙ୍କା ଜାଲିଆତି କରିଥିବା ଅଭିଯୋଗରେ ଗୋଲାମୁଣ୍ଡା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।ଏହାପରେ ଗୋଲାମୁଣ୍ଡ ବ୍ଲକରେ ନୂତନ ବ୍ଲକ ଅଧକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। ଗତ ଗୋଟିଏ ମାସ ତଳେ ବିନ୍ଦୁ ମହାନନ୍ଦ ଜେଲରୁ ବେଲ ଯୋଗେ ବାହାରିବା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ୫ ସ୍ଥାନରେ ଚଢାଉ କରିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.