ଭବାନୀପାଟଣା: ପାଖେଇ ଆସୁଛି ନିର୍ବାଚନ । ତାରିଖ ଘୋଷଣା ନହେଉଣୁ ସରଗରମ ହେଉଛି ରାଜନୀତିକ ମାହୋଲ । ବିଭିନ୍ନ ଦଳ ନିଜ ହାତ ମୁଠାକୁ ଶକ୍ତ କରିବା ପାଇଁ ପ୍ରୟାସ କରୁଥିବା ବେଳେ ଆରମ୍ଭ ହୋଇଯାଇଛି ଦଳ ଡିଆଁ ପର୍ବ । ଏହି କ୍ରମରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ ବିଜେପିରେ ଯୋଗ ଦେଇଛନ୍ତି । ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ବିଧାୟକ ଅନାମ ନାଏକ ।
କଳାହାଣ୍ଡିରେ ବିଜେଡିକୁ ଶକ୍ତ ଝଟକା ଲାଗିଛି । ଯୁବ ନେତାଙ୍କଠାରୁ ଆରମ୍ଭ କରି ବରିଷ୍ଠ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଦଳ ଡିଆଁ ପର୍ବରେ ସାମିଲ ହୋଇଛନ୍ତି । ଏହାରି ଭିତରେ କିଛି ଦିନ ଧରି ଚାଲିଥିବା ବିଜେଡି ଓ ବିଜେପିର ମେଣ୍ଟକୁ ନେଇ ଚାରି ଦିଗରେ ରାଜିନୀତି ଚର୍ଚ୍ଚା ଭିତରେ ଜିଲ୍ଲାର ରାଜନୀତିକୁ ଆହୁରି ସରଗରମ କରିଛି ବିଜେପିର ମିଶ୍ରଣ ପର୍ବ । ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ । ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ବିଧାୟକ ଅନାମ ନାଏକ ।
ଏହା ମଧ୍ୟ ପଢନ୍ତୁ: ଗିରଫ ହେଲେ ପୂର୍ବତନ ବିଧାୟକ ଅନାମ ନାଏକ
ଅନାମ ନାଏକ ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ବିଧାୟକ ପ୍ରାର୍ଥୀ ହୋଇ ସମୁଦାୟ ୫୪ ହଜାର ୮୦୫ ଟି ଭୋଟ ପାଇ ବିଜୟ ହାସଲ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ୨୦୧୯ ନିର୍ବାଚନ ସମୟରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା । ଅନାମଙ୍କ ବଦଳେଇ ଦୁଷ୍ମନ୍ତ ନାଏକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି ହେଲେ ବିଜେଡିକୁ ହରାଇ ଭବାନୀପାଟଣାକୁ ନିଜ ଅକ୍ତିଆରକୁ ନେଇଥିଲା ବିଜେପି । ଏହାରି ଭିତରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ ବିଜେଡି ଛାଡି ବିଜେପିରେ ଯୋଗଦାନ ଦଳକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଆସନ୍ତା ନିର୍ବାଚନ ସମୟରେ ବିଜେପିକୁ ବେଶ୍ ସୁହାଇବ ବୋଲି ଜିଲ୍ଲାର ଚର୍ଚ୍ଚା ଜୋର୍ ଧରିଛି ।
ଏହା ମଧ୍ୟ ପଢନ୍ତୁ: କଳାହାଣ୍ଡି ନେତାଙ୍କ ଦଳଡିଆଁ ପର୍ବ ଆରମ୍ଭ, ଟିକେଟ ପାଇଁ ଚାଲିଛି ଛକାପଞ୍ଝା
ପ୍ରକାଶଥାଉକି, କଳାହାଣ୍ଡି ନେତାଙ୍କ ଦଳଡିଆଁ ପର୍ବ ଆରମ୍ଭ ହୋଇଥିବା ବେଳେ ଟିକେଟ ପାଇଁ ଚାଲିଛି ଛକାପଞ୍ଝା । ପୂର୍ବରୁ କଳାହାଣ୍ଡିର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ବିଜେପି ଛାଡି କୋକସରା ଓ ଭବାନୀପାଟଣା ବ୍ଲକ ଅଧକ୍ଷ ଓ ଅଧ୍ୟକ୍ଷା ଙ୍କ ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧି ବିଜେଡିରେ ଯୋଗ ଦେଇଥିଲେ।
ଇଟିଭି ଭାରତ, କଳାହାଣ୍ଡି