ETV Bharat / state

କାକଟପୁରର ୭ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ - Surendra Nath Naik Passes Away

author img

By ETV Bharat Odisha Team

Published : Jul 5, 2024, 8:46 AM IST

Former minister Surendra Nath Naik Passes Away: ପୂର୍ବତନ ମନ୍ତ୍ରୀ ତଥା କାକଟପୁରର ପୂବର୍ତନ ବିଧାୟକ ସୁରେନ୍ଦ୍ର ନାଥ ନାୟକଙ୍କ ପରଲୋକ । ୭ ଥର ବିଧାୟକ ତଥା ଏକାଧିକ ଥର ଶିକ୍ଷା, ଅବକାରୀ, କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ଦାୟିତ୍ୱ ସମ୍ଭାଳିଥିଲେ ସୁରେନ୍ଦ୍ର । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଥିଲେ ଏକାନ୍ତ ସହଯୋଗୀ । ଅଧିକ ପଢନ୍ତୁ

Former minister Surendra Nath Naik Passes Away
Former minister Surendra Nath Naik Passes Away (ETV Bharat Odisha)

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା କାକଟପୁରର ପୂବର୍ତନ ବିଧାୟକ ସୁରେନ୍ଦ୍ର ନାଥ ନାୟକଙ୍କ ପରଲୋକ ହୋଇଛି । 93 ବର୍ଷ ବୟସରେ ସୁରେନ୍ଦ୍ରଙ୍କର ବାର୍ଦ୍ଧକ୍ୟଜନିତ ଦେହାନ୍ତ ହୋଇଛି । ଆଜି ସକାଳୁ ସୁରେନ୍ଦ୍ରଙ୍କ ପରଲୋକ ହୋଇଥିବା ନେଇ ପୁଅ ସ୍ବାଧୀନ କୁମାର ନାୟକ ସୂଚନା ଦେଇଛନ୍ତି । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସୁରେନ୍ଦ୍ରଙ୍କୁ ଭର୍ତ୍ତି କରାଯାଇଥିଲା । ଦେହାନ୍ତ ପରେ ମୃତଦେହ ଓଡିଶା ବିଧାନସଭା ନିଆଯିବ । ପରେ ମୃତଦେହ ସାଧାରଣ ଦର୍ଶନ ଲାଗି କାକଟପୁର ନିଆଯିବ । ସେଠାରେ ଶେଷକୃତ୍ୟ ସଂପର୍ଣ୍ଣ ହେବ ବୋଲି ସୂଚନା ମିଳିଛି ।

୭ ଥରର ବିଧାୟକ ସୁରେନ୍ଦ୍ର: କାକଟପୁର ତଥା ଓଡିଶାର ଲୋକପ୍ରିୟ ନେତା ଥିଲେ ସୁରେନ୍ଦ୍ର । ସୁରେନ୍ଦ୍ର କାକଟପୁରରୁ 7 ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । 1971ରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଦଳ ଟିକେଟରେ ବିଧାନସଭା ଆସିଥିଲେ । ଏହାପରେ 1977, 1985, 1990, 1995ରେ ଜନତା ଦଳ ଟିକେଟରେ ସେ ଜନତା ଦଳରୁ ନିର୍ବାଚିତ ହୋଇଥିଲେ । 2000 ଓ 2004ରେ ସେ ବିଜେଡି ଟିକେଟରେ ବିଧାନସଭା ଆସିଥିଲେ ।

ସରପଞ୍ଚରୁ ମନ୍ତ୍ରୀ ପର୍ଯ୍ୟନ୍ତ ଲମ୍ବା ରାଜନୈତିକ ଜୀବନ: ଅସ୍ତରଙ୍ଗ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ସେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ସୁରେନ୍ଦ୍ର । ସରପଞ୍ଚରୁ ମନ୍ତ୍ରୀ ପର୍ଯ୍ୟନ୍ତ ରାଜନୀତି ଜୀବନ ତାଙ୍କର ବେଶ ଲମ୍ବା ଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ସହଯୋଗୀ ଥିଲେ ସୁରେନ୍ଦ୍ର । କାକଟପୁରରୁ ସେ 7 ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ପରଲୋକରେ ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ଶୋକ ବ୍ୟକ୍ତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ - Former Odisha Governor dies

1971ରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଦଳରୁ ନିର୍ବାଚନ ଲଢି ବିଧାୟକ ହୋଇଥିଲେ । ଏହାପରେ 1977 ଓ 1985ରେ ଜନତା ଦଳରୁ ନିର୍ବାଚନ ଜିତି ବିଧାନସଭା ଆସିଥିଲେ । ସେହିପରି 1990 ଓ 1995ରେ ବିଜୁ ବାବୁ ଭରସା କରି ସୁରେନ୍ଦ୍ରଙ୍କୁ ପୁଣି ଜନତା ଦଳରୁ ଟିକେଟ ଦେଇଥିଲେ ଓ ସେ ବିଜୟ ଲାଭ ମଧ୍ୟ କରିଥିଲେ । ଏହାପରେ ବିଜୁ ବାବୁଙ୍କ ଦେହାନ୍ତ ପରେ ବିଜୁ ଜନତା ଦଳରେ ସେ ସାମିଲ ହୋଇଥିଲେ । 2000 ଓ 2004ରେ ସେ ବିଜେଡି ଟିକେଟରେ ବିଧାନସଭା ଆସିଥିଲେ । ସେ ବିଜୁ ଓ ନବୀନ ସରକାରରେ ମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ଶିକ୍ଷା, କୃଷି, ପଞ୍ଚାୟତିରାଜ, ଅବକାରୀ ଓ ରାଜସ୍ୱ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସେ ମନ୍ତ୍ରୀ ହୋଇଥିଲେ । ସ୍ୱଳ୍ପ କାଳ ପାଇଁ ସେ ବାଚସ୍ପତି ମଧ୍ୟ ହୋଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ: ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ନାୟକ ଜଣେ ଲୋକପ୍ରିୟ ନେତା ଓ ଦକ୍ଷ ପ୍ରଶାସକ ଥିଲେ । ସାଧାରଣ ଲୋକଙ୍କ ଭିତରେ ସେ ଅତ୍ୟନ୍ତ ପ୍ରିୟପାତ୍ର ଥିଲେ । ବିଧାୟକ ତଥା ମନ୍ତ୍ରୀ ଭାବରେ ସେ ଓଡ଼ିଶାର ବିଭିନ୍ନ କ୍ଷେତ୍ରର ଉନ୍ନତିରେ ଗୁରୁତ୍ଵ ପୂର୍ଣ୍ଣ ଅବଦାନ ରଖିଥିଲେ । ତାଙ୍କର ପରଲୋକ ରାଜ୍ୟ ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.