ETV Bharat / state

ଝିଅ ଦେବସ୍ମିତାଙ୍କ ପ୍ରାର୍ଥୀତ୍ବ ଖର୍ଚ୍ଚ ପାଇଁ ଭିଟାମାଟି ବିକିଲେ ପୂର୍ବତନ ଆଳି ବିଧାୟକ - Debendra Nath Sharma - DEBENDRA NATH SHARMA

Debendra Nath Sharma: ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କ ଝିଅ ଦେବସ୍ମିତାଙ୍କୁ ଏଥର ପ୍ରାର୍ଥୀ କରିଛି କଂଗ୍ରେସ । ଝିଅର ନିର୍ବାଚନୀ ଖର୍ଚ୍ଚ ପାଇଁ ଭିଟାମାଟି ବିକିଲେ ଦେବେନ୍ଦ୍ର । କହିଲେ ଆଳିରେ ମାଫିଆଙ୍କୁ ମାତ ଦେବାକୁ ଦୁର୍ଗା ହେବ ମୋ ଝିଅ । ଅଧିକ ପଢ଼ନ୍ତୁ

Debendra Nath Sharma
Debendra Nath Sharma
author img

By ETV Bharat Odisha Team

Published : Apr 19, 2024, 10:59 AM IST

Debendra Nath Sharma

କେନ୍ଦ୍ରାପଡ଼ା: ପିଲାମାନଙ୍କର ଅଳି ଅଝଟ ପାଇଁ ବାପାମାନେ ଅନେକ କିଛି କରି ଦେଇପାରନ୍ତି । ଝିଅଟିର ଅଝଟ ଆଗରେ ସବୁବେଳେ ମୁଣ୍ଡ ନୁଆଁଇଥାଏ ବାପା । ନିଜର ସାଧ୍ୟମତେ ଯାହାକିଛି ପୂରଣ ହେବ ତାହା କରିଥାଏ । ଝିଅର ବାହାଘର ପାଇଁ ବାପା ଜମିବାଡ଼ି ବିକି ଦେଇଥିବା ଉଦାହରଣ ଆପଣ ଅନେକ ଦେଖିଥିବେ, ହେଲେ ଆଜି ଏମିତି ଜଣେ ବାପାଙ୍କ କଥା ଆମେ କହିବାକୁ ଯାଉଛୁ ଯିଏକି ଅର୍ଥ ସର୍ବସ୍ବ ଦୁନିଆରେ ନିଜ ଅଞ୍ଚଳର ବିକାଶ ଓ ସେବା ପାଇଁ ଝିଅର ପ୍ରାର୍ଥୀତ୍ବ ଖର୍ଚ୍ଚ ପାଇଁ ନିଜର ପୈତୃକ ଭିଟାମାଟି ବିକ୍ରି କରିବାକୁ ପଛାଇ ନାହାନ୍ତି । ହଁ ଆଜ୍ଞା, ଏଭଳି ଜଣେ ବାପା ହେଉଛନ୍ତି ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ନାଥ ଶର୍ମା ।

ଆଳି ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡି ପକ୍ଷରୁ ରାଜପରିବାରର ସାନ ବାବୁ ତଥା ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ନିକଟତର କୁହାଯାଉଥିବା ବରିଷ୍ଠ ମନ୍ତ୍ରୀ ପ୍ରତାପ କେଶରୀ ଦେବ ପୁନର୍ବାର ପ୍ରାର୍ଥୀ ହୋଇଥିବା ବେଳେ ଗେରୁଆ ଦଳ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ବ୍ୟବସାୟୀ ତଥା ସମାଜସେବୀ କୃଷ୍ଣଚନ୍ଦ୍ର ପଣ୍ଡା । ସେହିଭଳି ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କ ଅସୁସ୍ଥତା କାରଣରୁ ତାଙ୍କ ଝିଅ ଦେବସ୍ମିତା ଶର୍ମାଙ୍କୁ ଏଠାରୁ କଂଗ୍ରେସ ପ୍ରାର୍ଥୀ କରିଛି । ତେବେ ବିଜେପି ଓ ବିଜେଡି ପ୍ରାର୍ଥୀ ଆର୍ଥିକ ସ୍ବଚ୍ଛଳତା ଦୃଷ୍ଟିରୁ ନିର୍ବାଚନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା କହିଥିବାବେଳେ ତାଙ୍କ ଝିଅ ଦେବସ୍ମିତାଙ୍କ ନିର୍ବାଚନୀ ଖର୍ଚ୍ଚ ପାଇଁ ସେ ପୈତୃକ ଭିଟାମାଟି ବିକ୍ରି କରିଥିବା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ହାତ ଧରିଲେ ପୂର୍ବତନ ବିଜେଡି ବିଧାୟିକା ସିପ୍ରା ମଲ୍ଲିକ, କେନ୍ଦ୍ରାପଡାରୁ ଲଢିବା ନେଇ ଚର୍ଚ୍ଚା - Sipra Mallick Joins Congress

ଦେବସ୍ମିତା ସରକାରୀ ଡାକ୍ତର ଚାକିରୀ କରିଥିବାବେଳେ ରାଜନୀତି କରିବା ପାଇଁ ଗତ କିଛିମାସ ତଳେ ଚାକିରୀରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିଲେ । ଦେବେନ୍ଦ୍ର କହିଛନ୍ତି, "ଆଳିରେ ବାଲି ମାଫିଆ, ମଦ ମାଫିଆଙ୍କ ଟଙ୍କା ଆଗରେ ମୋ ଟଙ୍କା କିଛି ନୁହେଁ । ଲୋକମାନେ ବୁଝି ବିଚାରି ଏଥର ଭୋଟ ଦେବେ । ନିର୍ବାଚନ ସମୟରେ ନିଜେ ପ୍ରାର୍ଥୀ ହେଉଥିବାବେଳେ ମୁଁ ଅନେକ ସମୟରେ ଜମି ବିକ୍ରି କରିଛି । ଆଉ ଜମି ବିକ୍ରି କରିବାକୁ ନାହିଁ ।" ତେଣୁ ଝିଅର ପ୍ରାର୍ଥିତ୍ବ ପାଇଁ ସେ ଘରଡିହ ବିକ୍ରି କରିଥିବା କହିଛନ୍ତି । ବିବାହ କରି ଯାଇଥିବା ଝିଅ ପାଇଁ ଏଭଳି ତ୍ୟାଗ ଓ ଅଞ୍ଚଳର ବିକାଶ ପାଇଁ ଜିଦକୁ ସାଧାରଣରେ ସାଧୁବାଦ ଜଣାଯାଇଛି ।

ଏଠାରେ ସୂଚନାଯୋଗ୍ୟ, କଂଗ୍ରେସ ପ୍ରାର୍ଥୀ ଦେବସ୍ମିତାଙ୍କ ଜେଜେ, ଅର୍ଥାତ ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କ ବାପା ଦିବାକର ଶର୍ମା ଜଣେ ଡାକ୍ତର ଥିଲେ ଓ ରାଜନୀତିରେ ଧୁରନ୍ଧର ଥିଲେ । ଜେଜେଙ୍କ ଆଦର୍ଶକୁ ପାଥେୟ କରି ଝିଅ ଦେବସ୍ମିତା ଆଗକୁ ବଢିବ ବୋଲି ଆଶା ରଖିଛନ୍ତି ଦେବେନ୍ଦ୍ର ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.