ETV Bharat / state

ସରିଲା ଯୁକ୍ତ ଦୁଇ ଆବେଦନ: ଜାଣନ୍ତୁ କେଉଁ ଦିନ ପ୍ରକାଶ ପାଇବ ମେଧା ତାଲିକା, କେବେଠୁ ପାଠପଢା ଆରମ୍ଭ ? - SAMS Odisha Plus two admission 2024

SAMS Odisha Plus two admission 2024: ୨୦୨୪- ୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ନିମନ୍ତେ ଆବେଦନ ପ୍ରକିୟା ଶେଷ ହୋଇଛି । ଜାଣନ୍ତୁ କେଉଁ ଦିନ ମେଧା ତାଲିକା ପ୍ରକାଶ ପାଇବ ଓ କେବେଠୁ ପାଠପଢା ଆରମ୍ଭ ହେବ ..

SAMS Odisha Plus two admission 2024
SAMS Odisha Plus two admission 2024 (ETV Bharat Odisha)
author img

By ETV Bharat Odisha Team

Published : Jul 13, 2024, 9:08 AM IST

ଭୁବନେଶ୍ୱର: ସରିଲା ଯୁକ୍ତ ଦୁଇ ଆବେଦନ । ୨୦ରେ ପ୍ରଥମ ମେଧା ତାଲିକା । ଅଗଷ୍ଟ ପହିଲାରୁ ପାଠପଢା । ୨୦୨୪- ୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ନିମନ୍ତେ ଆବେଦନ ପ୍ରକିୟା ଶେଷ ହୋଇଛି । ଆସନ୍ତା ୨୦ ତାରିଖ ପୂର୍ବାହ୍ନ ୧୧ ଟା ୪୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ମନୋନୀତ ଛାତ୍ରଛାତ୍ରୀମାନେ ୨୨ ତାରିଖରୁ ୨୭ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମ ଲେଖାଇବେ । ଅଗଷ୍ଟ ୫ ତାରିଖ ଅପରାହ୍ନ ୩ଟା ସମୟରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୭ ତାରିଖରୁ ୧୦ ତାରିଖ ମଧ୍ୟରେ ନାମଲେଖାଇବାକୁ ପଡ଼ିବ । ୨୦ ତାରିଖରେ ସ୍ପଟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ । ତେବେ ଅଗଷ୍ଟ ୧ ତାରିଖରୁ ଯୁକ୍ତ ଦୁଇ ପ୍ରଥମବର୍ଷ ପାଠପଢ଼ା ଆରମ୍ଭ କରିବାକୁ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା ।

SAMS Odisha Plus two admission 2024
SAMS Odisha Plus two admission 2024 (ETV Bharat Odisha)

ଚଳିତ ବର୍ଷ ଯୁକ୍ତ ଦୁଇ ନାମଲେଖା ତଥ୍ୟ: ରାଜ୍ୟରେ ମୋଟ ୨ ହଜାର ୩୪୩ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ୫ ଲକ୍ଷ ୪୮ ହଜାର ୨୪୯ଟି ସିଟ୍ ରହିଛି । ସେଥିମଧ୍ୟରୁ କଳାରେ ୩ ଲକ୍ଷ୍ୟ ୧୦ ହଜାର ୧୩୬ଟି ସିଟ୍ ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୭୩ ହଜାର ୫୪୯, ବାଣିଜ୍ୟରେ ୪୧ ହଜାର ୦୮୦, ସଂସ୍କୃତରେ ୧୩ ହଜାର ୮୮, ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୩୯୬ ଟି ସିଟ୍ ରହିଛି । ତେବେ ଚଳିତବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମଲେଖା ପାଇଁ ୪ ଲକ୍ଷ ୭୫ ହଜାରରୁ ଉର୍ଦ୍ଧ୍ବ ଛାତ୍ରୀଛାତ୍ର ଆବେଦନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଏଥର ଛାତ୍ରଛାତ୍ରୀ ଫେରିପାଇବେ ନାମଲେଖା ଫି, ଏମିତି ନିୟମ ଆଣିଲା UGC - Fee Refund Policy

ପ୍ରତ୍ୟେକ ବର୍ଷ ବଢୁଛି କଲେଜ ସଂଖ୍ୟା ହେଲେ ସିଟ ସଂଖ୍ୟା ବଳକା ରହିଛି: ୨୦୨୩ -୨୪ ଶିକ୍ଷା ବର୍ଷରେ ୨ ହଜାର ୨୧୬ ଟି ଯୁକ୍ତଦୁଇ କଲେଜ ରହିଥିବା ବେଳେ ସିଟ ସଂଖ୍ୟା ରହିଥିଲା ୫ ଲକ୍ଷ ୨୪ ହଜାର ୪୧୪ । ସେଥିମଧ୍ୟରୁ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଏବଂ ସଂସ୍କୃତ ବିଭାଗରେ ମୋଟ ୪ ଲକ୍ଷ ୧୩ ହଜାର ୬୮୦ ଟି ସିଟ ପୂରଣ ହୋଇଥିଲା । ବାକି ୧ ଲକ୍ଷ ୧୦ ହଜାର ୭୩୪ ସିଟ ବଳକା ରହିଥିଲା ।

ସେହିପରି ଭାବରେ ୨୦୨୨- ୨୩ ଶିକ୍ଷା ବର୍ଷରେ ମୋଟ ଯୁକ୍ତ ଦୁଇ କଲେଜ ସଂଖ୍ୟା ୨୦୬୮ ରହିଥିବା ବେଳେ ମୋଟ ସିଟ ରହିଥିଲା ୫ ଲକ୍ଷ ୯ ହଜାର ୬୫୬ । ସେଥିମଧ୍ୟରୁ ୩ ଲକ୍ଷ ୬୬ ହଜାର ୯୨୪ଟି ସିଟ ପୂରଣ ହୋଇଥିଲା । ତେବେ ବାକି ୧ ଲକ୍ଷ ୪୨ ହଜାର ୭୩୨ ସିଟ ବଳକା ରହିଥିଲା । ତେବେ ପ୍ରତିବର୍ଷ ଦଶମ ଶ୍ରେଣୀ ପରୀକ୍ଷାର ଫଳାଫଳକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ କଲେଜ ବଢିବା ସହିତ ବିଭିନ୍ନ ବିଭାଗରେ ମଧ୍ୟ ସିଟ ବୃଦ୍ଧି ଘଟୁଛି । କିନ୍ତୁ ବିଭାଗର ତଥ୍ୟ ଆଧାରରେ ଦେଖିଗଲେ ଅନେକ କଲେଜରେ ସିଟ ପୂରଣ ହୋଇପାରୁନାହିଁ । ଯାହା ଫଳରେ ହଜାର ହଜାର ସିଟ ଖାଲି ପଡ଼ିଥିବା ସାମ୍ସ ତଥ୍ୟରୁ ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.