ETV Bharat / state

ପ୍ରକୃତି ଓ ପ୍ରଗତି ମଧ୍ୟରେ ସମନ୍ୱୟ ରଖି ଗଢିବା ସବୁଜ ଓ ସୁନ୍ଦର ଓଡ଼ିଶା : ଜଙ୍ଗଲ ମନ୍ତ୍ରୀ - Forest minister Review meeting

author img

By ETV Bharat Odisha Team

Published : Jun 19, 2024, 7:38 AM IST

Forest minister Review meeting with Departmental Officers: ବିଭାଗୀୟ ଅଧିକାରୀଙ୍କ ସହ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସମୀକ୍ଷା ବୈଠକ । ଜନସାଧାରଣଙ୍କ ସହଭାଗିତାରେ କାମ କରିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଲେ ମନ୍ତ୍ରୀ । ଅଧିକ ପଢନ୍ତୁ

Forest minister Review meeting
Forest minister Review meeting (ETV Bharat Odisha)

ଭୁବନେଶ୍ୱର: ଆକ୍ସନ ମୋଡରେ ନବନିର୍ବାଚିତ ମନ୍ତ୍ରୀ । ଘନଘନ ବୈଠକ ସହ ନିଜ ନିଜ ବିଭାଗରେ ଉପରିସ୍ଥ ଅଧିକାରୀଙ୍କ ସହ ସମୀକ୍ଷା ଜୋରଦାର ଦେଖିବାକୁ ମିଳୁଛି । ମଙ୍ଗଳବାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଜନସାଧାରଣଙ୍କ ସହଭାଗିତାରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହି ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, "କଠିନ ପରିଶ୍ରମ ଓ ଜନସାଧାରଣଙ୍କ ସହଭାଗିତାକୁ ପାଥେୟ କରି ରାଜ୍ୟବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୂର୍ଣ୍ଣ କରିବା ପାଇଁ ନୂତନ ସରକାର ସଂକଳ୍ପବଦ୍ଧ । ପ୍ରକୃତି ଓ ପ୍ରଗତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ସଦୃଶ । ପ୍ରକୃତି ଓ ପରିବେଶ ରହିଲେ ହିଁ ପ୍ରଗତି କଥା ଚିନ୍ତା କରାଯାଇପାରେ । ସେହି ମର୍ମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ପ୍ରକୃତି ଓଡ଼ିଶାକୁ ଅମାପ ପ୍ରାକୃତିକ ସଂପଦ, ଜଙ୍ଗଲ ଓ ଜୈବ ବିବିଧତାରେ ପରିପୂର୍ଣ୍ଣ କରିଛି । ତେଣୁ ଆମେ ପ୍ରକୃତି ମା’ପାଖରେ କୃତଜ୍ଞ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଜନସଚେତନତା ଓ ଜନସାଧାରଣଙ୍କ ପ୍ରତ୍ୟକ୍ଷ ଯୋଗଦାନ ବିନା ଜଙ୍ଗଲ ସମ୍ପଦର ସଂରକ୍ଷଣ ଓ ସମୃଦ୍ଧି କଷ୍ଟକର । ଜଙ୍ଗଲ ନିକଟରେ ବସବାସ କରୁଥିବା ଅଧିବାସୀଙ୍କ ଦାରିଦ୍ର୍ୟ ଦୂରୀକରଣ କରାଯାଇ ସେମାନଙ୍କ ଆୟ ଓ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ନୂତନ ସରକାର ବଦ୍ଧପରିକର ।"

ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଜନସାଧାରଣଙ୍କ ସହଭାଗିତାରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥିସହ ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରବର୍ତ୍ତନ ବିଭାଗ ପରିଦର୍ଶନ କରିଛନ୍ତି । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହାସହ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରିଛନ୍ତି । ବିଭାଗୀୟ ଅଧିକାରୀମାନେ ରାଜ୍ୟରେ ଜଙ୍ଗଲ, ଅଭୟାରଣ୍ୟ, ପରିବେଶ ଓ ବନ୍ୟଜନ୍ତୁ ଏବଂ ବିଭାଗର ବିଭିନ୍ନ ଅଙ୍ଗ ଏବଂ ସ୍ୱୟଂଶାସିତ ସଂସ୍ଥାଗୁଡ଼ିକର କାର୍ଯ୍ୟଧାରା, ସ୍ଥିତି ଓ ପ୍ରକଳ୍ପର ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ମନ ଜିତିଲେ ନବୀନ; କଣ୍ଟାବାଞ୍ଜିରୁ ହରାଇଥିବା ଲକ୍ଷ୍ମଣଙ୍କୁ ଜଣାଇଲେ ଶୁଭେଚ୍ଛା - Naveen Patnaik Meets Laxman Bag

ଜଳବାୟୁ ପରିବର୍ତ୍ତନ ଯୋଗୁଁ ଓଡ଼ିଶାରେ କ୍ରମଶଃ ଉତ୍ତାପ ବୃଦ୍ଧି ଘଟୁଛି । ଏହା ଜନସାଧାରଣଙ୍କର ଜୀବନ ଓ ଜୀବିକା ଉପରେ ଗଭୀର ପ୍ରଭାବ ପକାଉଛି । ତା'ସହ ପ୍ଲାଷ୍ଟିକ ଓ ପଲିଥିନର ଅନିୟନ୍ତ୍ରିତ ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷଣ ବଢୁଛି । ଆଗାମୀ ଭବିଷ୍ୟତ ଓ ଜୀବଜନ୍ତୁଙ୍କ ସଂରକ୍ଷଣ ଦୃଷ୍ଟିରେ ରଖି ଏଗୁଡିକ ଉପରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ସେହିପରି ସରକାରଙ୍କ ସମସ୍ତ ଯୋଜନା ଓ ସହାୟତା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି । ବୈଠକରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପ୍ରକଳ୍ପ) ମିତା ବିଶ୍ୱାଳ, ପରିବେଶ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଡ. କେ. ମୁରୁଗେସନ, ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ନାୟର, ସ୍ୱତନ୍ତ୍ର ଶାସନ ସଚିବ ଲିଙ୍ଗରାଜ ଓତ୍ତା, ସ୍ବତନ୍ତ୍ର ଶାସନ ସଚିବ ଏ.କେ. ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଦେବେନ ପ୍ରଧାନ, ଅତିରିକ୍ତ ଶାସନ ସଚିବ ଧରମ ହାଁସଦା, ଅତିରିକ୍ତ ଶାସନ ସଚିବ ଉଷାରାଣୀ ଦାସ, ବିତ୍ତ ପରାମର୍ଶଦାତା କଲ୍ୟାଣୀ ମଲ୍ଲୀ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.