ETV Bharat / state

ବନବିଭାଗ ଟାର୍ଗେଟରେ ଶିକାରୀ, ଜୋରଦାର ଚାଲିଛି କୁମ୍ବିଂଅପରେସନ - Combing Operation

Combing Operation By Forest Officials: ଜଙ୍ଗଲ ମଧ୍ୟରେ ଜୋରଦାର ଚାଲିଛି କୁମ୍ବିଂ ଅପରେସନ। ଶିକାରୀମାନଙ୍କ ଦୌରାତ୍ମ୍ୟ ବଢୁଥିବାବେଳେ ଏଥିରେ ରୋକ୍ ଲଗାଇବାକୁ ପ୍ରୟାସ ଜାରି ରହିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 28, 2024, 7:48 PM IST

Combing Operation
Combing Operation

ଭୁବନେଶ୍ବର: ବନ ବିଭାଗ ଟାର୍ଗେଟରେ ଶିକାରୀ। ଜଙ୍ଗଲ ମଧ୍ୟରେ ଜୋରଦାର ଚାଲିଛି କୁମ୍ବିଂ ଅପରେସନ। ଏହାରି ମଧ୍ୟରେ ପାଖାପାଖି ୨୦ ଜଣ ଶିକାରୀଙ୍କୁ ଗିରଫ କଲାଣି ବନ ବିଭାଗ। ଆଗକୁ ମଧ୍ୟ ଏହି ଅପରେସନ ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଦିନକୁ ଦିନ ଜଙ୍ଗଲରେ ଶିକାରୀମାନଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। କେତେବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ କଲେଣି ତ ଆଉ କେତେବେଳେ ବନ୍ୟଜନ୍ତୁଙ୍କୁ ଆକ୍ରମଣ କରିବାକୁ ପଛାଉନାହାନ୍ତି ଶିକାରୀ। ଆଉ କେତେବେଳେ ଜଙ୍ଗଲ ମଧ୍ୟକୁ ଅବାଧ ପ୍ରବେଶ କରି ଜଙ୍ଗଲ ନଷ୍ଟ କରୁଛନ୍ତି। ତେଣୁ ଏନେଇ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇ କୁମ୍ବିଂ ଅପରେସନ। ଏଥିରେ ପାଖାପାଖି ୨୦ ଜଣ ଶିକାରୀ ଗିରଫ ହୋଇଥିବାବେଳେ ଅନେକ ଗୁଡ଼ିଏ ମାରଣାସ୍ତ୍ର ସମେତ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ବନ ବିଭାଗ।

Combing Operation
Combing Operation

ସୂଚନା ଅନୁସାରେ, ମାର୍ଚ୍ଚ ୧୯ ତାରିଖରେ ଶିକାରୀଙ୍କ ଗୁଳିରେ ଦୁଇ ବନ କର୍ମଚାରୀ ଗୁରୁତର ହୋଇଥିଲେ। ବାଲେଶ୍ଵର ଜିଲ୍ଲା କୁଲଢିଆ ଅଭୟାରଣ୍ୟରେ ଏଭଳି ଏକ ଘଟଣା ଘଟିଥିଲା । ଜଙ୍ଗଲ ମଧ୍ୟରେ ଅବାଧ ପ୍ରବେଶ କରୁଥିବା କିଛି ଶିକାରୀ ଅଚାନକ ଭାବରେ ବନ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ । ସେହିଦିନ ଗୁଳି ଚାଳନା କରିଥିବା ଦୁଇ ଜଣ ଶିକାରୀଙ୍କୁ ଗିରଫ କରିବା ସହ ୨ଟି ବନ୍ଧୁକ ମଧ୍ୟ ଜବତ କରିଥିଲା ବନ ବିଭାଗ। ଏହାସହ ବାଲେଶ୍ବରର କୁଲଡ଼ିହା ଅଭୟାରଣ୍ୟ ଅଞ୍ଚଳର ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ। ଶିକାରୀଠାରୁ ବହୁ ମାରଣାସ୍ତ୍ର ସମେତ ବନ୍ଧୁକ ମଧ୍ୟ ଜବତ କରାଯାଇଥିଲା।

Combing Operation
Combing Operation

ଏହା ବି ପଢନ୍ତୁ...ଆକ୍ସନ ମୋଡ୍‌ରେ ବନ ବିଭାଗ, ସ୍କାନରରେ ବନ୍ୟଜନ୍ତୁଙ୍କ ଫଟୋ ଓ ଭିଡିଓ ଥିବା ଆକାଉଣ୍ଟ - No Pictures With Wild Animals

ସେହିପରି ୨୦ ତାରିଖରେ ଶିମିଳିପାଳ ଅଭୟାରଣ୍ୟରୁ ୯ ଜଣ ଶିକାରୀଙ୍କୁ ଗିରଫ କରିଥିଲା ବନ ବିଭାଗ। ସେମାନଙ୍କ ଠାରୁ ୮ ଟି ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି। ଏହାସହ ହରିଣ ସିଂଘ ସମେତ କିଛି ବନ୍ୟଜନ୍ତୁଙ୍କ ଛାଲ ମଧ୍ୟ ଜବତ କରିଛି ବନ ବିଭାଗ। ମାର୍ଚ୍ଚ ୨୧ ତାରିଖରେ ପୁଣି ଥରେ ୬ ଜଣଙ୍କୁ ଗିରଫ କରିବା ସହ ୫ ଟି ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ବନ ବିଭାଗ, ପୋଲିସ ଏବଂ ଏସଟିଏଫ। ମାର୍ଚ୍ଚ ୨୪ ତାରିଖରେ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଜଙ୍ଗଲରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଶିକାରୀକୁ ଦେଖିବାକୁ ମିଳିଥିଲା। ଏହାପରେ ସ୍ବତନ୍ତ୍ର ଟିମ୍ ଏହି ଶିକାରୀଙ୍କୁ ଜଙ୍ଗଲ ମଧ୍ୟରୁ ଗିରଫ କରିଥିଲେ। ସେମାନଙ୍କଠାରୁ ୫ଟି ବନ୍ଧୁକ ସମେତ ଅନେକ ମାରଣାସ୍ତ୍ର ଜବତ କରିଥିଲେ ବନ ବିଭାଗ ଓ ସ୍ଥାନୀୟ ପୋଲିସ। ସୂଚନା ଅନୁଯାୟୀ, ଜଙ୍ଗଲ ମଧ୍ୟରେ ଶିକାରୀମାନଙ୍କୁ ଧରିବା ପାଇଁ ବନ ବିଭାଗ ଆଜକୁ ୯ ଦିନ ହେଲା ଆରମ୍ଭ କରିଛି ଏକ ସ୍ବତନ୍ତ୍ର କୁମ୍ବିଂ। ଆଗକୁ ଏହି ଅପରେସନ ଆହୁରି କଡ଼ାକଡ଼ି କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.