ETV Bharat / state

ଚନ୍ଦକା-ଡମପଡା ଅଭୟାରଣ୍ୟରେ ଆଉ ଚାଲିବନି ମାଫିଆ ରାଜ୍, ଆକ୍ସନ ନେବେ ମିଳିତ ଟିମ୍ - Mafia Free Sanctuary - MAFIA FREE SANCTUARY

Mafia Free Sanctuary: ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଡମପଡା ଅଭୟାରଣ୍ୟରେ ଆରମ୍ଭ ହୋଇଛି କମ୍ବିଂ ଅଭ୍ୟାସ । ଶିକାରୀ ଓ ମାଫିଆଙ୍କ ଦୌରାତ୍ମ୍ୟ କମାଇବାକୁ ବନବିଭାଗ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି କରିଛି ।

Mafia Free Sanctuary
Mafia Free Sanctuary (ETV Bharat Odisha)
author img

By ETV Bharat Odisha Team

Published : Jul 31, 2024, 8:42 PM IST

ଭୁବନେଶ୍ବର: ଏଣିକି ମାଫିଆ ମୁକ୍ତ ହେବ ଜଙ୍ଗଲ । ଏଥିପାଇଁ ବନ ବିଭାଗର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି କରିଛି । ଫଳରେ ମାଫିଆମାନଙ୍କ ଦୌରାତ୍ମ୍ୟ କମିବ । ଶିକାରୀ କି କାଠ ମାଫିଆଙ୍କ ଉତ୍ପାତ ବି ଦେଖିବାକୁ ମିଳିବନି । ଜଙ୍ଗଲୀ ତସ୍କରିରେ ରୋକ୍ ଲଗାଇବାକୁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ରଣନୀତି । ବନ କର୍ମଚାରୀଙ୍କୁ ଶିକାରୀ ଏବଂ ତସ୍କରଙ୍କ ସହିତ ଲଢେଇ କରିବା ପାଇଁ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଡମପଡା ଅଭୟାରଣ୍ୟରେ ଆରମ୍ଭ ହୋଇଛି କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଏବଂ ବନ ବିଭାଗର ଅଧିକାରୀଙ୍କ ଦ୍ଵାରା ଏକ ମିଳିତ କମ୍ବିଂ ଅଭ୍ୟାସ ।

CRPF ଏବଂ ବନ କର୍ମଚାରୀଙ୍କ କମ୍ୱିଂ ଅଭ୍ୟାସ:
ସିଆରପିଏଫର 450 କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ କର୍ମଚାରୀ ଅଭୟାରଣ୍ୟ ଭିତରେ କମ୍ବିଂ ଅପରେସନ କରିଛନ୍ତି । ଆଜି ଠାରୁ ଆସନ୍ତା 7 ଦିନ ପର୍ଯ୍ୟନ୍ତ ଏହା ଚାଲୁ ରହିବ । ଏଥିରେ ଚନ୍ଦକା ଜଙ୍ଗଲ ମଧ୍ୟରେ 3 ଟି କ୍ୟାମ୍ପ କରିବେ ସିଆରପିଏଫ । ପ୍ରତି କ୍ୟାମ୍ପରେ ପାଖାପାଖି 150 ଲେଖାଏଁ ଯବାନ ରହିବେ । କମ୍ବିଂ ଟ୍ରେନିଂ ବେଳେ ସିଆରପିଏଫକୁ ସାହାଯ୍ୟ କରିବ ବନ ବିଭାଗ ।

ବନ୍ୟପ୍ରାଣୀ ଶିକାର ଉପରେ ଲାଗିବ ରୋକ୍:
ଅନେକ ସମୟରେ ଦେଖାଯାଉଛି ରାଜ୍ୟର ବିଭିନ୍ନ ଜଙ୍ଗଲରେ ଶିକାରୀଙ୍କ ପାଦ୍ରୁର୍ଭାବ ବଢ଼ିଯାଇଛି। ଏମାନେ ଶିକାର କରିବା ଉଦ୍ଦେଶ୍ୟରେ ବିଭିନ୍ନ ଚୋରା ବାଟ ଦେଇ ଜଙ୍ଗଲ ମଧ୍ୟକୁ ପ୍ରବେଶ କରୁଛନ୍ତି। ଏପରିକି ଅନେକ ଶିକାରୀ ବନବିଭାଗ ଲଗାଇଥିବା କ୍ୟାମେରାରେ କଏଦ ମଧ୍ୟ ହୋଇଛନ୍ତି । ଶିମିଳିପାଳ ଅଭୟାରଣ୍ୟରେ ଗୋଟିଏ ମାସ ମଧ୍ୟରେ ପାଖାପାଖି 30ରୁ ଅଧିକ ଶିକାରୀ କ୍ୟାମେରାରେ କଏଦ ହୋଇଥିଲେ । ଯେଉଁମାନଙ୍କୁ ଗିରଫ ମଧ୍ୟ କରାଯାଇଛି । ସେମାନଙ୍କଠାରୁ ବନ୍ଧୁକ ସମେତ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଜବତ କରାଯାଇଥିଲା । ଅନେକ ସମୟରେ ମଧ୍ୟ ବାଘ ଛାଲ ସମେତ ବାଘ ଦାନ୍ତ ଓ ହାତୀ ଦାନ୍ତ ଜବତ କରାଯାଇଛି ।

ଜଙ୍ଗଲଜାତ ଦ୍ରବ୍ୟ ଚୋରା ଚାଲାଣ ଉପରେ ନଜର:
ଶିକାରୀମାନେ ଜଙ୍ଗଲକୁ କେବଳ ବନ୍ୟଜନ୍ତୁ ଶିକାର କରିବାକୁ ଯାଇନଥାନ୍ତି । ସେମାନେ ମୂଲ୍ୟବାନ ଗଛ ଓ ଜଙ୍ଗଲ ଜାତ ଦ୍ରବ୍ୟ ଚାଲାଣରେ ମଧ୍ୟ ସମ୍ପୃକ୍ତ ରହିଥାନ୍ତି । ଯଥା ଶାଗୁଆନ କାଠ, ଲାଲ ଚନ୍ଦନ କାଠ ଭଳି ଅନେକ ମୂଲ୍ୟବାନ ଦ୍ରବ୍ୟ ଉପରେ କାଠ ମାଫିଆମାନେ ନଜର ରଖିଥାନ୍ତି । ତେଣୁ ଏଥିରେ ରୋକ୍ ଲଗାଇବାକୁ ପଦକ୍ଷେପ ନିଆଯାଇଛି ।

ବଢିବ ନାଇଟ୍ ପାଟ୍ରୋଲିଂ:
ଓଡ଼ିଶା ଜଙ୍ଗଲ ମଧ୍ୟରୁ ମାଫିଆ ଏଵଂ ଶିକାରୀଙ୍କ ପ୍ରାର୍ଦୁଭାବକୁ ରୋକିବାକୁ ରାତିରେ ମଧ୍ୟ ନାଇଟ ପାଟ୍ରୋଲିଂ କରାଯିବ। ଯାହା ଚନ୍ଦକା ଡମପଡା ଜଙ୍ଗଲରେ କରାଯିବ । ଯାହାକୁ ନେଇ ବନ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।

ଏହା ବି ପଢନ୍ତୁ...କଠୋର ହେଲା ବନବିଭାଗ: ମନଇଚ୍ଛା କାଟି ପାରିବେନି ତାଳ ଗଛ, ଦରକାର ଅନୁମତି - PCCF On Cutting Of Palm Trees

ବନ୍ୟପ୍ରାଣୀ PCCF ସୁଶାନ୍ତ ନନ୍ଦଙ୍କ ପ୍ରତିକ୍ରିୟା:
PCCF ସୁଶାନ୍ତ ନନ୍ଦ କହିଛନ୍ତି, "CRPF ଆଇଜି ଆମ ଅନୁରୋଧକ୍ରମେ ଜଙ୍ଗଲରୁ କାଠ ମାଫିଆ ଏବଂ ଶିକାରୀଙ୍କ ଦୌରାତ୍ମ୍ୟରୁ ଜଙ୍ଗଲକୁ ରକ୍ଷା କିପରି କରାଯିବ ସେନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ମିଳିତ ପ୍ରଶିକ୍ଷଣ ଅଭ୍ୟାସରେ ବନବିଭାଗର ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହି କମ୍ବିଂ ଅପରେସନ ଉଭୟ CRPF ଏବଂ ଜଙ୍ଗଲ ବିଭାଗ ପାଇଁ ଲାଭଦାୟକ ହେବ। ରାଜ୍ୟର ଅନ୍ୟ ସମସ୍ତ ଅଭୟାରଣ୍ୟରେ ତଥା ବିଶେଷଭାବରେ ସତାକୋଶିଆ ଏବଂ ଶିମିଳିପାଳ ଟାଇଗର ରିଜର୍ଭରେ ଏଭଳି ତାଲିମ ନେବାକୁ କେନ୍ଦ୍ର ସରକାରଙ୍କୁ ଚିଠି କରାଯିବ ବୋଲି କହିଛନ୍ତି।
ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.