ETV Bharat / state

ରାଜ୍ୟରେ କେବେ ଦୂର ହେବ ଆଳୁ ସଙ୍କଟ, କ'ଣ କହିଲେ ମନ୍ତ୍ରୀ ? - potato crisis in Odisha

author img

By ETV Bharat Odisha Team

Published : Jul 27, 2024, 10:29 PM IST

POTATO CRISIS IN ODISHA: ପଶ୍ଚିମବଙ୍ଗ ସରକାରଙ୍କ ସହିତ କଥାବାର୍ତ୍ତା ପରେ ଆଳୁ ଆସିବା ଆରମ୍ଭ ହେଲାଣି । ରାଜ୍ୟରେ ଆଳୁ ଦର କମିବା ନେଇ ଏମିତି କହିଲେ ଯୋଗାଣ ମନ୍ତ୍ରୀ । ଅଧିକ ପଢନ୍ତୁ

POTATO CRISIS IN ODISHA
POTATO CRISIS IN ODISHA (ETV Bharat Odisha)

ଢେଙ୍କାନାଳ/କଟକ: ଖୁବଶୀଘ୍ର ଦୂର ହେବ ଆଳୁ ସଙ୍କଟ । ପୂର୍ବ ପରି ସ୍ବାଭାବିକ ଦରରେ ଆଳୁ ମିଳିବ । ତେବେ ରାଜ୍ୟରେ ଆଳୁ ସଙ୍କଟ ନେଇ ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଆଉ ଦିନେ ଦୁଇ ଦିନ ପରେ ରାଜ୍ୟରେ ଆଳୁ କିଲୋ ପ୍ରତ ୨୦ରୁ ୨୫ଟଙ୍କାରେ ମିଳିବ । ରାଜ୍ୟରେ ଆଳୁ ଓ ପିଆଜ ଚାଷକୁ ମିଳିବ ସ୍ୱତନ୍ତ୍ର ପ୍ରୋତ୍ସାହନ । ୫୮ଟି ଉପଖଣ୍ଡରେ କରାଯିବ ଶୀତଳ ଭଣ୍ଡାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ କେବେ ଦୂର ହେବ ଆଳୁ ସଙ୍କଟ, କ'ଣ କହିଲେ ମନ୍ତ୍ରୀ ? (ETV Bharat Odisha)

'ଦୂର ହେବ ଆଳୁ ସଙ୍କଟ'

ରାଜ୍ୟରେ ଆଳୁ ସଙ୍କଟ ନେଇ ଆଜି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଢେଙ୍କାନାଳରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଓ ମଶାଲ ଶୋଭାଯାତ୍ରାରେ ଯୋଗ ଦେବା ଅବସରରେ ସେ କହିଛନ୍ତି ଯେ, ଦୂର ହେବ ଆଳୁ ସଙ୍କଟ ଆଉ ମାତ୍ର ଦିନେ ଦୁଇ ଦିନ ମଧ୍ୟରେ ଦୂର ହେବ । ପୋଡ଼ାଶୀ ପଶ୍ଚିମବଙ୍ଗ ସରକାରଙ୍କ ସହିତ କଥାବାର୍ତ୍ତା ପରେ ଆଳୁ ଆସିବା ଆରମ୍ଭ ହେଲାଣି । ରାଜ୍ୟରେ ଏବେ ଆଳୁ ଦର ୩୨ରୁ ୩୪ ଟଙ୍କା ରହିଛି । ଆଉ ଦିନେ ଦୁଇଦିନ ମଧ୍ୟରେ ରାଜ୍ୟରେ ଆଳୁ ଦର କିଲୋ ପ୍ରତି ୨୦ରୁ ୨୫ ଟଙ୍କା ହେବ । ତେବେ ଆମ ସରକାର ଏବେ ଆସିଛି । ଦରଦାମ ବୃଦ୍ଧିକୁ ନେଇ ଆମେ ଯୋଜନା ପ୍ରସ୍ତୁତି କରୁଛୁ ।

ଆଳୁ ଓ ପିଆଜ ଚାଷକୁ ମିଳିବ ସ୍ୱତନ୍ତ୍ର ପ୍ରୋତ୍ସାହନା:

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ଆଳୁ ଓ ପିଆଜ ଚାଷକୁ ସ୍ୱତନ୍ତ୍ର ଭାବେ ପ୍ରୋତ୍ସାହନା ଦିଆଯିବ । ଏପରିକି ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୫୮ଟି ଉପଖଣ୍ଡରେ ଶୀତଳ ଭଣ୍ଡାର ଖୋଲାଯିବା ପାଇଁ ବିଭଗୀୟ ମନ୍ତ୍ରୀ ଘୋଷଣା କରିସାରିଛନ୍ତି । ଆମ ରାଜ୍ୟରେ ପ୍ରଚୁର ପରିମାଣରେ ଆଳୁ ପିଆଜ ଉତ୍ପାଦନ କରାଯିବ । ଆଳୁ ପିଆଜ ପାଇଁ ଆଉ ଅନ୍ୟ ରାଜ୍ୟ ଉପରେ ନିର୍ଭର କରାଯିବ ନାହିଁ ।

ଛତ୍ରବଜାରରେ ଚଢା ଦରରେ ଆଳୁ ବିକ୍ରି :

କଟକ ଛତ୍ରବଜାରରେ ଚଢା ଦରରେ ଆଳୁ ବିକ୍ରି ଅଭିଯୋଗ ପରେ ଜିଲ୍ଲା ଯୋଗାଣ ବିଭାଗ ତରଫରୁ ଯାଞ୍ଚ ଆରମ୍ଭ ହୋଇଛି । ଯୋଗାଣ ବିଭାଗ ଅଧିକାରୀମାନେ ଆଜି ମାଲଗୋଦାମ ଓ ଛତ୍ରବଜାରର ବିଭିନ୍ନ ଆଳୁ ଗୋଦାମ ଯାଇ ମହଜୁଦ ଆଳୁର ପରିମାଣ ଓ ଖରିଦ, ବିକ୍ରି ଦର ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ହାଣ୍ଡିଶାଳରୁ ଆଳୁ ଗାଏବ, ବଜାରରେ ଯୋଗାଣ ବିଭାଗର ଧଡ଼ପଗଡ଼ - SKYROCKETING POTATO PRICE

ପୂର୍ବ ଅପେକ୍ଷା ଅଧାରୁ କମ୍ ପରିମାଣର ଆଳୁ କଟକକୁ ଆସୁଥିବା କହିଛନ୍ତି ଯୋଗାଣ ବିଭାଗ ଅଧିକାରୀ । ଏବେ ଛତ୍ରବଜାରରେ ଆଳୁ କିଲୋ ପିଛା 50 ଟଙ୍କାରେ ବିକ୍ରି ହେଉଛି । ଆଜି 6ଟି ଟ୍ରକ ଆଳୁ ଛତ୍ରବଜାରକୁ ଆସିଥିବା କହିଛନ୍ତି ଯୋଗାଣ ବିଭାଗ ଅଧିକାରୀ । ତେବେ ଯୋଗାଣ ବିଭାଗ ଅଧିକାରୀମାନେ ଗଣମାଧ୍ୟମକୁ ବାଇଟ ଦେବାକୁ ଅଧିକୃତ ନୁହଁନ୍ତି ବୋଲି କହି କୈାଣସି ପ୍ରତିକ୍ରିୟା ଦେବାକୁ ଏଡାଇ ଦେଇଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ/କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.