ETV Bharat / state

ଆଳୁ-ପିଆଜ କଳାବଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରୀଙ୍କ ଚେତାବନୀ - Sudden Price Hike of Vegetables

author img

By ETV Bharat Odisha Team

Published : Jun 24, 2024, 9:54 PM IST

Sudden Price Hike of Vegetables: ରାଜ୍ୟରେ ଆଳୁ ଓ ପିଆଜ ଭଳି ଅତ୍ୟାବଶ୍ୟକୀୟ ପରିବା ଦରରେ ଅହେତୁକ ଭାବେ ବୃଦ୍ଧି ଘଟିଛି । ଯାହାକୁ ନେଇ ଚିନ୍ତାରେ ଖାଉଟି । ସେପଟେ ଦରବୃଦ୍ଧି ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଅଧିକ ପଢ଼ନ୍ତୁ

Sudden Price Hike of Vegetables
Sudden Price Hike of Vegetables (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଆକାଶ ଛୁଆଁ ଆଳୁ ପିଆଜ ଦର । ଏଭଳି ଅହେତୁକ ଦର ବୃଦ୍ଧିର ଆଜି ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟରେ ପନିପରିବା ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ପରେ ତତ୍ପର ରାଜ୍ୟ ସରକାର । ସମସ୍ତ ଜିଲ୍ଲାର ଦରଦାମ ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ବିଭାଗୀୟ ମନ୍ତ୍ରୀ । ଏହା ସହିତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ କରି ଆଳୁ, ପିଆଜ ଯେଉଁମାନେ କଳାବଜାରୀ କରିବେ, ସେମାନଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ସ୍ଥିତି ଉପରେ ନଜର ରଖିବାକୁ ବିଭାଗ ତରଫରୁ କୁହାଯାଇଛି ।

ସେହିପରି ମନ୍ତ୍ରୀ କହିଛନ୍ତି, "ଆଳୁ ପିଆଜ ଉପରେ ସରକାରଙ୍କର ନିୟନ୍ତ୍ରଣ ଅଛି । ହେଲେ ପନିପରିବା ଉପରେ ଲଗାମ ନାହିଁ । ନାସିକ୍‌ରୁ ପିଆଜ କ୍ବିଣ୍ଟାଲ ପିଛା ୨୯୩୫ ଟଙ୍କାରେ କିଣାଯାଉଛି । ପରିବହନ ଖର୍ଚ୍ଚ ସହିତ ଖୁଚୁରା ମାର୍କେଟ କିଲୋ ପିଛା ଦର ୪୦ ଟଙ୍କା ରହିଛି । ବ୍ୟବସାୟୀଙ୍କ ଅନାବଶ୍ୟକ ହୋଡିଂ ଉପରେ ବିଭାଗ ନଜର ରଖିଛି । ସବୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବ୍ୟବସାୟୀଙ୍କ ସହ କଥା ହୋଇ ଷ୍ଟକ ଉପରେ ନଜର ରଖିବାକୁ କୁହାଯାଇଛି । ସରକାରଙ୍କ ନୀତି ନିୟମରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଳୁ ବି ନାସିକ୍‌ରୁ ଆସୁଥିବାରୁ ଦର ଉଚ୍ଚା ରହିଛି ।" ଆଳୁ ଦରବୃଦ୍ଧିକୁ ବିଭାଗ ତୀକ୍ଷ୍‌ଣ ନଜର ରଖିବ ଏବଂ କଳା ବଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ...ବେଲଗାମ ପରିବା ଦର; ମୁଣ୍ଡରେ ହାତ ଦେଲେଣି ଗ୍ରାହକ, କେବେ ହେବ ନିୟନ୍ତ୍ରଣ ! - Rise In Vegetable Prices In Odisha

ପ୍ରକାଶଯୋଗ୍ୟ, ରାଜ୍ୟରେ ସବୁଜ ପରିବା ତ ଦୂରର କଥା, ଆଳୁ ପିଆଜ ଭଳି ଅତ୍ୟାବଶ୍ୟକୀୟ ପରିବା ଦର ବି ଅହେତୁକ ଭାବେ ବୃଦ୍ଧି ଘଟିଛି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ ୨୦୦ରୁ ୩୦୦ ଟଙ୍କାରେ ବ୍ୟାଗ ଭର୍ତ୍ତି ହୋଇ ଯାଉଥିଲା । ହେଲେ ଏବେ ୫୦୦ ଟଙ୍କାରେ ବି ବ୍ୟାଗଟିଏ ଭର୍ତ୍ତି ହେଉନାହିଁ । ସେହିପରି ବ୍ୟବସାୟୀ ମାନେ ମଧ୍ୟ ଏହାଦ୍ବାରା ପ୍ରଭାବିତ ହେଉଛନ୍ତି । କାରଣ ଖାଉଟିମାନେ କିଲୋ ବଦଳରେ ୨୫୦-୫୦୦ ଗ୍ରାମର ପରିବା ନେଉଛନ୍ତି । ଫଳରେ ପରିବା ବ୍ୟବସାୟ ପ୍ରଭାବିତ ହେଉଥିବା ବ୍ୟବସାୟୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.