ETV Bharat / state

ବର୍ଷା ପବନରେ ସମୁଦ୍ର ମଝିରେ ଓଲଟିଲା ମାଛଧରା ଡଙ୍ଗା, ଆଉ ତା' ପରେ... - Fishing boats capasize

author img

By ETV Bharat Odisha Team

Published : Aug 7, 2024, 1:12 PM IST

Updated : Aug 7, 2024, 2:38 PM IST

Fishing boats capasizes in sea: ବର୍ଷା ପବନରେ ମଝି ସମୁଦ୍ରରେ ଓଲଟିଗଲା ମାଛଧରା ଡଙ୍ଗା । ଏତିକି ବେଳେ ଡଙ୍ଗାରେ ବସିଥିଲେ ୧୧ ମତ୍ସ୍ୟଜୀବୀ । ଭଗବାନଙ୍କ ଦୟାରୁ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଗଲେ ସମସ୍ତେ । ପଢନ୍ତୁ ପୁରା ଖବର

Etv Bharat
Etv Bharat (Etv Bharat)

କେନ୍ଦ୍ରାପଡା: ମାଛ ମାରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ ୧୧ ମତ୍ସ୍ୟଜୀବୀ । ହଠାତ୍ ବର୍ଷା ପବନ ଆସିବାରୁ ମଝି ସମୁଦ୍ରରେ ଓଲଟିଗଲା ଡଙ୍ଗା । ଅଥଳ ସମୁଦ୍ର ମଧ୍ୟରେ ଜୀବନ ବଞ୍ଚାଇବା ପାଇଁ ରାହା ଖୋଜୁଥିବାବେଳେ ସମସ୍ତଙ୍କର ଜୀବନ ବଞ୍ଚାଇଦେଲେ ସାଥୀ ମତ୍ସ୍ୟଜୀବୀ । ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକରେ କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା । ଡଙ୍ଗା ଓଲଟିବା ପରେ ୧୧ ଜଣ ମତ୍ସ୍ୟଜୀବୀ ମରଣ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ବର୍ଷା ପବନରେ ସମୁଦ୍ର ମଝିରେ ଓଲଟିଲା ମାଛଧରା ଡଙ୍ଗା, ଆଉ ତା' ପରେ... (ETV Bharat Odisha)

ବର୍ଷା ପବନରେ ବୁଡିଗଲା ଡଙ୍ଗା:

ମହାକାଳପଡା ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ସୁନୀତି ପଞ୍ଚାୟତର ବୋବାଙ୍ଗଢିଆ ଗ୍ରାମରୁ ୧୫ ଜଣ ମତ୍ସ୍ୟଜୀବୀ ମଙ୍ଗଳବାର ସକାଳୁ ତିନୋଟି ଟେପା ମାଛଧରା ଡଙ୍ଗାରେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ । ଅପରାହ୍ନ ପ୍ରାୟ ୨ଟା ସମୟରେ ମତ୍ସ୍ୟଜୀବୀମାନେ ମାଦିଲି ମୁହାଣ ନିକଟରେ ମାଛ ଧରୁଥିଲେ । ଏତିକି ବେଳେ ହଠାତ୍ ବର୍ଷା ପବନ ସହିତ ଘୂର୍ଣ୍ଣିଝଡ଼ ମାଡି ଆସିଥିଲା । ଏଥିରେ ଦୁଇଟି ଡଙ୍ଗା ଭାରସାମ୍ଯ ହରାଇ ସମୁଦ୍ର ମଧ୍ଯରେ ବୁଡି ଯାଇଥିଲା । ଡଙ୍ଗାଟି ସମୁଦ୍ର ମଧ୍ଯରେ ବୁଡିଯାଇ କିଛି ସମୟ ପରେ ଭାସିଥିଲା । ୧୧ ଜଣ ମତ୍ସ୍ୟଜୀବୀ ଜୀବନ ବିକଳରେ ଭାସୁଥିବା ଡଙ୍ଗା ଉପରକୁ ଉଠି ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ବୌଦ୍ଧରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି; ଡାକ୍ତରଖାନାରେ ଲହଡି ଭାଙ୍ଗୁଛି ପାଣି, ସ୍ଥିତି ସାଂଘାତିକ - Boudh heavy rainfall

ସୌଭାଗ୍ୟବଶତଃ ମାଛ ମାରିବାକୁ ଯାଇଥିବା ତିନି ନଂ ଡଙ୍ଗାକୁ ଗାମୁଛା ହଲାଇ ମତ୍ସ୍ୟଜୀବୀମାନେ ଡାକ ଛାଡିଥିଲେ । ନିକଟରେ ଥିବା ଡଙ୍ଗା ଆସି ସମସ୍ତ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ । ଏହି ଖବର ପାଇ ସୁନିତୀ ପଞ୍ଚାୟତର କିଛି ମତ୍ସ୍ୟଜୀବୀ ନିଜ ନିଜ ଡଙ୍ଗା ନେଇ ସମୁଦ୍ରରେ ପହଞ୍ଚିଥିଲେ ଏବଂ ତିନୋଟି ଡଙ୍ଗା ସହିତ ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ଭାବରେ କୂଳକୁ ଫେରାଇ ଆଣିଥିଲେ ।

ଅଳ୍ପକେ ବର୍ତ୍ତିଗଲେ ୧୧ ମତ୍ସ୍ୟଜୀବୀ:

ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀ ବୁଦ୍ଧଦେବ ଗିରି କହିଛନ୍ତି, "ତିନୋଟି ଡଙ୍ଗାରେ ଯଥାକ୍ରମେ ୪ଜଣ, ୫ଜଣ ଓ ୬ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲୁ । ହଠାତ ବର୍ଷା ଓ ପବନ ହେବାରୁ ଡ଼ଙ୍ଗାଗୁଡିକୁ ନିୟନ୍ତ୍ରଣ କରିପାରିନଥିଲୁ । ଫଳରେ ଡ଼ଙ୍ଗାଗୁଡିକ ବୁଡ଼ିଯାଇଥିଲା ।"

ଅନ୍ୟଜଣେ ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀଙ୍କ ପତ୍ନୀ ସୁମିତ୍ରା ଗିରି କହିଛନ୍ତି, "ପ୍ରବଳ ବର୍ଷା ପବନରେ ମାଛ ଧରିବାକୁ ଯାଇଥିବା ଡଙ୍ଗା ସମୁଦ୍ରରେ ବୁଡି ଯାଇଥିବା ଅପରାହ୍ନରେ ଖବର ଆସିଥିଲା । ଯେଉଁଥିରେ ମୋର ଦୁଇ ପୁଅ ଓ ସ୍ୱାମୀ ଥିଲେ । ପରବର୍ତ୍ତୀ ସମୟରେ ଆଉ ଏକ ଡଙ୍ଗା ସେମାନଙ୍କୁ ଉଦ୍ଧାର କରି ଆଣିଥିଲେ ।'' ଦୁଇଟି ଡଙ୍ଗାର ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି ଆଣିବା ଏତେ ସହଜ ନଥିଲା ବୋଲି କହିଛନ୍ତି ଉଦ୍ଧାର କାର୍ଯ୍ୟ କରିଥିବା ୩ ନଂ ଡଙ୍ଗାର ମୁଖ୍ୟ ବାସୁଦେବ ମାନ୍ନା ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Aug 7, 2024, 2:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.