ETV Bharat / state

ଅଚାନକ ପଶୁ ଚିକିତ୍ସାକେନ୍ଦ୍ରକୁ ଆସିଲେ ମନ୍ତ୍ରୀ, ଦେଲେ କଡା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ - Fisheries and Animal Resources dept

Minister Gokulananda Mallick's Surprise Visit: ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଚାନକ ଗସ୍ତ । ସେ ଆଜି ଭୁବନେଶ୍ୱର ସହିଦନଗର ସ୍ଥିତ ପ୍ରାଣୀ ଚିକିତ୍ସାଳୟକୁ ଗସ୍ତ କରିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 6, 2024, 7:19 PM IST

Minister Gokulananda Mallick's Surprise Visit
Minister Gokulananda Mallick's Surprise Visit (ETV Bharat Odisha)

ଭୁବନେଶ୍ବର: କ୍ଷମତାକୁ ଆସିବା ପରେ ଆକ୍ସନ ମୋଡରେ ମୋହନ ସରକାର । ଆଜି ବିଜେପି ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଭାଗୀୟ ତଦନ୍ତ ପାଇଁ ଅଚାନକ ଗସ୍ତ କରିଥିଲେ । ଆଜି ସକାଳ ସମୟରେ ହଠାତ ପରିଦର୍ଶନ କରିବାକୁ ସହିଦନଗର ସ୍ଥିତ ପଶୁ ଚିକିତ୍ସା କେନ୍ଦ୍ରକୁ ଆସିଥିଲେ । ଚିକିତ୍ସାକେନ୍ଦ୍ରକୁ ବୁଲି ଦେଖିବା ସହିତ ସ୍ଥିତି ପରଖିଥିଲେ ଓ ତା ସହିତ ନୂତନ ବିଲଡ଼ିଂ ପରିଦର୍ଶନ କରିଥିଲେ ବିଭାଗୀୟ ମନ୍ତ୍ରୀ । ଏହା ସହିତ ଡ୍ୟୁଟି ଖିଲାପକାରୀଙ୍କୁ ମାନଙ୍କୁ ମନ୍ତ୍ରୀଙ୍କ କଡ଼ା ଚେତାବନୀ । ଶୂନ୍ୟ ସହନଶୀଳତା ନୀତିରେ ହେବ କାର୍ଯ୍ୟନୁଷ୍ଠାନ । ସେହିଭଳି ଦାୟିତ୍ବରେ ଅବହେଳା ଏବଂ ଅନିୟମିତତା କଲେ କଡ଼ା ଆକ୍ସନ ହେବା ନେଇ ମନ୍ତ୍ରୀଙ୍କ ଚେତାବନୀ । ମନ୍ତ୍ରୀ କହିଛନ୍ତି ଯେ, ଡ୍ୟୁଟିରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ସାରା ରାଜ୍ୟରେ ସରପ୍ରାଇଜ ଭିଜିଟକୁ ଜୋରଦାର କରାଯିବ ।

ଏହା ମଧ୍ୟ ପଢନ୍ତୁ... ରାଜନୈତିକ ନିଯୁକ୍ତି ରଦ୍ଦ, ସମସ୍ତ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ହେଲେ ନଗର ଉନ୍ନୟନ ମନ୍ତ୍ରୀ - POLITICAL APPOINTMENTS IN ODISHA

ଆଜି ସହିଦନଗର ସ୍ଥିତ ଉପଖଣ୍ଡ ସ୍ତରୀୟ ପ୍ରାଣୀ ଚିକିତ୍ସାଳୟକୁ ଅଚାନକ ଗସ୍ତ କରି ଏମିତି ନିର୍ଦ୍ଦେଶ ଦେଇଛନ୍ତି ମତ୍ସ୍ୟ ଏବଂ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏହା ସହ ଚିକିତ୍ସାଳୟର ସ୍ଥିତି ପରଖିଥିଲେ ମନ୍ତ୍ରୀ । ପରିବେଶ ଓ ଭିତ୍ତିଭୂମିକୁ ନେଇ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ମେଡିକାଲରେ ନିଜ ପାଳିତ ପଶୁ ମାନଙ୍କୁ ଆଣିଥିବା ଲୋକଙ୍କୁ ଚିକିତ୍ସା ସେବା କେମିତି ମିଳୁଛି, ସେ ନେଇ ଆଲୋଚନା କଲେ । ଚିକିତ୍ସାଳୟରେ କେମିତି ସେବା ମିଳୁଛି, ଆଉ କଣ ଆବଶ୍ୟକତା ଅଛି, ସେ ନେଇ ମଧ୍ୟ ମେଡିକାଲ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ସେ ଆହୁରି କହିଥିଲେ, ଯେ ବିଗତ ସରକାର ରେ ଏସବୁ ନଥିଲା, ହେଲେ ମୋହନ ସରକାରରେ ସବୁ କାର୍ଯ୍ୟରେ ତଦାରଖ ନିଜେ ମନ୍ତ୍ରୀ ମାନେ କରିବେ । ଓଡିଶା ସାରା ସବୁ ବଡ ବଡ ପ୍ରାଣୀ ଚିକିତ୍ସାଳୟକୁ ପରିଦର୍ଶନ କରିବେ ମନ୍ତ୍ରୀ । କେମିତି ଚାଲିଛି ଚିକିତ୍ସାଳୟ ତାର ତଦାରଖ କରିବା ସହିତ କେମିତି ଭଲ ସୁବିଧା ମିଳିପାରିବ ଚିକିତ୍ସା ରେ ତା ଉପରେ ଆଲୋଚନା କରିବେ ବିଭାଗୀୟ ମନ୍ତ୍ରୀ ।

ପୂର୍ବରୁ ଅଚାନକ ସ୍କୁଲ ପରିଦର୍ଶନ କରି ବିଦ୍ୟାଳୟର ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ସହ ପିଲାମାନଙ୍କୁ ପାଠ ପଢାଇଥିଲେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଅଚାନକ ବ୍ରହ୍ମପୁରର ପାତାଳସିଙ୍ଗି ଗ୍ରାମର ଅଚାନକ ଆଶ୍ରମ ବିଦ୍ୟାଳୟରେ ପହଞ୍ଚି ବିଭିନ୍ନ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥାକୁ ଅନୁଧ୍ୟାନ କଲା ପରେ ଶେଷରେ ବିଦ୍ୟାର୍ଥୀଙ୍କୁ ପାଠ ପଢାଇବା ସହ ଖୁସି ଅନୁଭବ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.